ଫେବୃଆରୀ ୧୭ ରିଲିଜ୍ ହେବ ‘ରନିଂ ସାଦୀ ଡଟ୍‌ କମ୍‌’

ମୁମ୍ବାଇ:  ଅଭିନେତା ଅମୀତ୍‌ ସାଧ୍‌ଙ୍କ ଦୀର୍ଘ ଦୁଇ ବର୍ଷର ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି। ଦୁଇବର୍ଷ ଧରି ରିଲିଜ ଅପେକ୍ଷାରେ ଥିବା ‘ରନିଂ ସାଦୀ ଡଟ୍‌ କମ୍‌’ ଆସନ୍ତା ଫେବୃଆରୀ ୧୭ରେ ରିଲିଜ ହେବାକୁ ଯାଉଛି। ଏକ ଗଣମାଧ୍ୟମକୁ ସାକ୍ଷାତରେ ଅମୀତ୍‌ କହିଛନ୍ତି, “ଅପେକ୍ଷାରେ ସେ ପିଏଚ୍‌ଡି କରିସାରିଛନ୍ତି। କୌଣସି ଜିନିଷ ପାଇଁ ଅପେକ୍ଷା କରିବା କଷ୍ଟ ଦାୟକ। ଏହି ଫିଲ୍ମ ‘କାଇ ପୋ ଚେ’ ପରେ ରିଲିଜ ହେବା ଥିଲା। କିନ୍ତୁ ଏପରି ହେଲା ନାହିଁ। […]

RunningShaadi .com

Rakesh Mallick
  • Published: Thursday, 02 February 2017
  • , Updated: 02 February 2017, 03:06 PM IST

ମୁମ୍ବାଇ:  ଅଭିନେତା ଅମୀତ୍‌ ସାଧ୍‌ଙ୍କ ଦୀର୍ଘ ଦୁଇ ବର୍ଷର ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି। ଦୁଇବର୍ଷ ଧରି ରିଲିଜ ଅପେକ୍ଷାରେ ଥିବା ‘ରନିଂ ସାଦୀ ଡଟ୍‌ କମ୍‌’ ଆସନ୍ତା ଫେବୃଆରୀ ୧୭ରେ ରିଲିଜ ହେବାକୁ ଯାଉଛି।

ଏକ ଗଣମାଧ୍ୟମକୁ ସାକ୍ଷାତରେ ଅମୀତ୍‌ କହିଛନ୍ତି, “ଅପେକ୍ଷାରେ ସେ ପିଏଚ୍‌ଡି କରିସାରିଛନ୍ତି। କୌଣସି ଜିନିଷ ପାଇଁ ଅପେକ୍ଷା କରିବା କଷ୍ଟ ଦାୟକ। ଏହି ଫିଲ୍ମ ‘କାଇ ପୋ ଚେ’ ପରେ ରିଲିଜ ହେବା ଥିଲା। କିନ୍ତୁ ଏପରି ହେଲା ନାହିଁ। ଗତ ବର୍ଷ ଫିଲ୍ମ ରିଲିଜ ହେବା ଥିଲା କିନ୍ତୁ ଏହା ଏକ ଛୋଟ ଫିଲ୍ମ ହୋଇଥିବା କାରଣରୁ ରିଳିଜ୍ କରିବା ଏକ ଚ୍ୟାଲେଞ୍ଜ ପୂର୍ଣ୍ଣ ଥିଲା।”

ନିକଟରେ ଫିଲ୍ମର ଟ୍ରେଲର ରିଲିଜ ହୋଇଯାଇଛି। ଏହାକୁ ଦର୍ଶକ ଖୁବ୍‌ ପସନ୍ଦ ମଧ୍ୟ କରିଛନ୍ତି।

ସେ କହିଛନ୍ତି, “ଅମୀତ୍‌ ରୟଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର କନ୍‌ସେପ୍ଟ ମୋତେ ଖୁବ୍‌ ପସନ୍ଦ ଆସିଥିଲା। ତେଣୁ ଫିଲ୍ମ କାମ କରବା ପାଇଁ ମୁଁ ତୁରନ୍ତ ହଁ କରିଥିଲି। ଫିଲ୍ମରେ ଲଭ୍‌ ଷ୍ଟୋରୀ ସହ କମେଡି ମଧ୍ୟ ରହିଛି। ଫିଲ୍ମର ଷ୍ଟୋରୀ ଦର୍ଶକଙ୍କୁ ବାନ୍ଧି ରଖିବ।”

ଫିଲ୍ମରେ ଅମୀତ୍‌ ଏକ ୱେବ୍‌ସାଇଟ୍‌ ଚଳାଉଥିବା ଚରିତ୍ରରେ ନଜର ଆସିବେ। ଯେଉଁ ୱେବ୍‌ ସାଇଟ୍‌ ଜରିଆରେ ସେ ପୁଅ ଝିଅଙ୍କୁ ଫେରାର କରି ବିବାହ କରାଉଥିବା ଦେଖିବାକୁ ମିଳିବ।

Related story