ବିମାନ ଦୁର୍ଘଟଣାରେ କିଙ୍ଗଖାନ୍‌ ମୃତ: ମିଛ ଖବର ସତ ବ୍ରେକିଂ, ପଢନ୍ତୁ କେଉଁ ଚ୍ୟାନେଲ୍‌ କରିଥିଲା ପ୍ରସାରଣ

ମୁମ୍ବାଇ: ବଲିଉଡ୍‌ ସୁପରର ଶାହାରୁଖ୍‌ ଖାନ୍‌ଙ୍କର ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ଏଭଳି ଏକ ମିଛ ଖବର ପ୍ରସାରଣ ହୋଇଛି ୟୁରୋପର ଏକ ନ୍ୟୁଜ୍‌ ନେଟୱର୍କ ‘El Pais TV’ରେ। ଏହି ଚ୍ୟାନେଲ୍‌ ବ୍ରେକିଂ ନ୍ୟୁଜ୍‌ ଚଲାଇଥିଲା ଯେ ଶାହାରୁଖ୍‌ ଖାନ୍‌ଙ୍କ ସହ ଅନ୍ୟ ୭ ଜଣ ଏକ ପ୍ରାଇଭେଟ୍‌ ଫ୍ଲାଇଟ୍‌ରେ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା। ଫଳରେ ସମସ୍ତେ ପ୍ରାଣ ହରାଇଛନ୍ତି। ଏହି ଖବର ପ୍ରସାରଣ ପରେ ଶାହାରୁଖ୍‌ ନିଜେ ଚକିତ ହୋଇଯାଇଥିଲେ। ଏଭିଳି କିଛି […]

srk1024_1496422465_749x421

Rakesh Mallick
  • Published: Friday, 02 June 2017
  • , Updated: 02 June 2017, 10:51 PM IST

ମୁମ୍ବାଇ: ବଲିଉଡ୍‌ ସୁପରର ଶାହାରୁଖ୍‌ ଖାନ୍‌ଙ୍କର ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ଏଭଳି ଏକ ମିଛ ଖବର ପ୍ରସାରଣ ହୋଇଛି ୟୁରୋପର ଏକ ନ୍ୟୁଜ୍‌ ନେଟୱର୍କ ‘El Pais TV’ରେ। ଏହି ଚ୍ୟାନେଲ୍‌ ବ୍ରେକିଂ ନ୍ୟୁଜ୍‌ ଚଲାଇଥିଲା ଯେ ଶାହାରୁଖ୍‌ ଖାନ୍‌ଙ୍କ ସହ ଅନ୍ୟ ୭ ଜଣ ଏକ ପ୍ରାଇଭେଟ୍‌ ଫ୍ଲାଇଟ୍‌ରେ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା। ଫଳରେ ସମସ୍ତେ ପ୍ରାଣ ହରାଇଛନ୍ତି।

ଏହି ଖବର ପ୍ରସାରଣ ପରେ ଶାହାରୁଖ୍‌ ନିଜେ ଚକିତ ହୋଇଯାଇଥିଲେ। ଏଭିଳି କିଛି ଘଟି ନ ଥିବା ବେଳେ କିପରି ଏକ ଟିଭି ଚ୍ୟାନେଲ୍‌ରେ ଏହା ପ୍ରସାରଣ କରାଯାଉଛି ଏହାକୁ ନେଇ ସେ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ। ସେ ଟ୍ୱିଟର ମାଧ୍ୟମରେ ପରିହାସ ପୂର୍ଣ୍ଣଭାବେ ଏହି ଖବରକୁ ଖଣ୍ଡନ କରିଥିଲେ। ସେ କହିଥିଲେ ବିମାନ ଦୁର୍ଘଟଣା ଖବର ମିଛ ଓ ଏହାକୁ ବିନାକୌଣସି କାରଣ ସତ୍ତ୍ୱେ ଚର୍ଚ୍ଚା କରାଯାଉଛି। କିଛି ଦିନ ପୂର୍ବରୁ ଶାହାରୁଖ ତାଙ୍କ ଆଗାମୀ ଫିଲ୍ମର ସୁଟିଂ କରୁଥିବା ବେଳେ ସାମାନ୍ୟ ଆହତ ହୋଇଥିଲେ।

Related story