ଆର୍ଯ୍ୟନ୍‌ଙ୍କ ମାମଲାରେ ଅନ୍ୟ ଓକିଲ ଅପାରଗ ଥିଲେ କି ? ଜାଣନ୍ତୁ କିଏ ଏମିତି ପ୍ରଶ୍ନ କଲେ

ମୁମ୍ବାଇ: ମୁମ୍ବାଇ କ୍ରୁଜ୍‌ ଡ୍ରଗସ୍‌ ମାମଲାରେ ଶାହାରୁଖ୍‌ ଖାନ୍‌ଙ୍କ ପୁଅ ଜାମିନ୍‌ ପାଇବା ପରେ ବଲିଉଡ୍‌ ଜଗତରୁ ବିଭିନ୍ନ ପ୍ରତିକ୍ରିୟା ଆସୁଛି। ଟ୍ୱିଟରେ ଆର୍ଯ୍ୟନ୍‌ ପ୍ରସଙ୍ଗ ଟ୍ରେଣ୍ଡ ମଧ୍ୟ କରୁଛି। ପ୍ରାୟତଃ ଅଭିନେତା ଓ ଅଭିନେତ୍ରୀମାନେ ଶାହାରୁଖ୍ ଖାନଙ୍କୁ ସମର୍ଥନ କରି ଜାମିନ୍‌ ପ୍ରସଙ୍ଗରେ ଶୁଭେଚ୍ଛା ଜଣାଇଛନ୍ତି। ସୋନୁ ସୁଦ୍‌  ଟ୍ୱିଟ୍‌ କରି ଲେଖିଛନ୍ତି ଯେ, ସମୟ ଯେତେବେଳେ ନ୍ୟାୟ କରେ ସାକ୍ଷୀ ଆବଶ୍ୟକ କରେ ନାହିଁ।  ଅଭିନେତା ରଙ୍ଗଧାବନ ମାଧବନ୍‌  ଇଶ୍ୱରଙ୍କୁ ଧନ୍ୟବାଦ ଜଣାଇଛନ୍ତି।  ଜଣେ […]

7969

Tapas Behera
  • Published: Thursday, 28 October 2021
  • , Updated: 28 October 2021, 07:05 PM IST

ମୁମ୍ବାଇ: ମୁମ୍ବାଇ କ୍ରୁଜ୍‌ ଡ୍ରଗସ୍‌ ମାମଲାରେ ଶାହାରୁଖ୍‌ ଖାନ୍‌ଙ୍କ ପୁଅ ଜାମିନ୍‌ ପାଇବା ପରେ ବଲିଉଡ୍‌ ଜଗତରୁ ବିଭିନ୍ନ ପ୍ରତିକ୍ରିୟା ଆସୁଛି। ଟ୍ୱିଟରେ ଆର୍ଯ୍ୟନ୍‌ ପ୍ରସଙ୍ଗ ଟ୍ରେଣ୍ଡ ମଧ୍ୟ କରୁଛି। ପ୍ରାୟତଃ ଅଭିନେତା ଓ ଅଭିନେତ୍ରୀମାନେ ଶାହାରୁଖ୍ ଖାନଙ୍କୁ ସମର୍ଥନ କରି ଜାମିନ୍‌ ପ୍ରସଙ୍ଗରେ ଶୁଭେଚ୍ଛା ଜଣାଇଛନ୍ତି।

ସୋନୁ ସୁଦ୍‌  ଟ୍ୱିଟ୍‌ କରି ଲେଖିଛନ୍ତି ଯେ, ସମୟ ଯେତେବେଳେ ନ୍ୟାୟ କରେ ସାକ୍ଷୀ ଆବଶ୍ୟକ କରେ ନାହିଁ।  ଅଭିନେତା ରଙ୍ଗଧାବନ ମାଧବନ୍‌  ଇଶ୍ୱରଙ୍କୁ ଧନ୍ୟବାଦ ଜଣାଇଛନ୍ତି।  ଜଣେ ବାପା ହିସାବରେ ମୁଁ କର୍ମ ମୁକ୍ତ। ସବୁ ବେଳେ ଭଲ ଏବଂ ପଜିଟିଭ୍‌ ହେଉ ବୋଲି ସେ କହିଛନ୍ତି । ଗାୟକ ମିକା ସିଂ ଶୁଭେଚ୍ଛା ଜଣାଇଛନ୍ତି। ଆର୍ଯ୍ୟନଙ୍କ ସମେତ ଅନ୍ୟ ଅଭିଯୁକ୍ତମାନଙ୍କୁ  ଜାମିନ ମିଳିଥିବାରୁ ସେ ଭାରି ଖୁସି ଥିବା ଲେଖିଛନ୍ତି।

https://twitter.com/SonuSood/status/1453683779277516804?s=20
ଇଶ୍ୱରଙ୍କ ଘରେ ପହଞ୍ଚିବା ଡେରି ହୋଇପାରେ କିନ୍ତୁ ଅନ୍ଧାର ନୁହେଁ ବୋଲି ସେ ଲେଖିଛନ୍ତି। ହନସଲ ମେହେଟ୍ଟା ଆଜି ରାତିରେ ଏକ ବିସ୍ଫୋରଣ କରିବେ ବୋଲି କହିଛନ୍ତି। ପୂର୍ବରୁ ଏହି ମାମଲାରେ ହନ୍‌ସଲ ଏନ୍‌ସିବି ଅଧିକାରୀ ସମୀର ୱାଙ୍ଖଡ଼େଙ୍କ ବିଷୟରେ ବିସ୍ଫୋରକ ବୟାନ ଦେଇଥିଲେ।

https://twitter.com/RGVzoomin/status/1453687588573777922?s=20

ସେହିପରି ଆର୍ଯ୍ୟନ୍‌ଙ୍କୁ ବେଲ୍‌ ମିଳିଥିବାରୁ ଖୁସି ପ୍ରକଟ କରିଛନ୍ତି  ସଞ୍ଜୟ ଗୁପ୍ତା।  ଆର୍ଯ୍ୟନଙ୍କୁ ୨୫ ଦିନ ଧରି ଜେଲରେ ରଖାଯାଥିବାରୁ ସେ ଦୁଃଖ ମଧ୍ୟ ପ୍ରକାଶ କରିଛନ୍ତି । ତେବେ ବଲିଉଡି ଫିଲ୍ମ ନିର୍ମାତା ଏକ ଗୁରୁତ୍ୱପୂର୍ଣ୍ଣ ଟ୍ୱିଟ୍ କରିଛନ୍ତି  । ସେ ଆର୍ଯ୍ୟନ୍ ଖାନଙ୍କୁ ବେଲରେ ମୁକୁଳେଇଥିବା ସୁପ୍ରିମ କୋର୍ଟ ଓକିଲ ମୁକୁଲ ରୋହତଗୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ହେଲେ ପୂର୍ବରୁ ଆର୍ଯ୍ୟନ୍‌ଙ୍କ ପାଇ ଳଢ଼ିଥିବା ଓକିଲଙ୍କ ଦକ୍ଷତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଫିଲ୍ମ ନିର୍ମାତା ରାମ ଗୋପାଲ ବର୍ମା। ଟ୍ୱିଟ୍‌ କରି ଲେଖିଛନ୍ତି ଯେ, ଅନ୍ୟ ଓକିଲମାନେ କ’ଣ ଅପରାଗ ଥିଲେ। ଯେଉଁଥିପାଇଁ ଆର୍ଯ୍ୟନ୍‌ଙ୍କୁ ୨୫ ଦିନ ଧରି ଜେଲରେ ରହିବାକୁ ପଡ଼ିଲା।
https://twitter.com/ActorMadhavan/status/1453682058971189253?s=20

ସୂଚନା ଅନୁଯାୟୀ, ଦୀର୍ଘ ୨୬ ଦିନ ଧରି ଜେଲରେ ରହିବା ପରେ ଜାମିନ ପାଇଛନ୍ତି ଆର୍ଯ୍ୟନ୍ ଖାନ୍‌। ଆର୍ଯ୍ୟନଙ୍କ ସହ ତାଙ୍କ ବନ୍ଧୁ ଅର୍ବାଜ ମରଚାଣ୍ଟ ଓ ମୁନମୁନ ଧମେଚାଙ୍କୁ ମଧ୍ୟ ବମ୍ବେ ହାଇକୋର୍ଟ ଜାମିନ ଦେଇଛନ୍ତି।

ଜାମିନ ମିଳିଥିଲେ ମଧ୍ୟ ସମସ୍ତ ଅଭିଯୁକ୍ତ ଆଜି ଜେଲରେ ରାତି କାଟିବେ। ଆସନ୍ତାକାଲି ସକାଳେ ହାଇକୋର୍ଟଙ୍କ ରାୟର ବିସ୍ତୃତ ନିର୍ଦ୍ଦେଶନାମା ମିଳିବା ପରେ ଅଭିଯୁକ୍ତ ଆର୍ଯ୍ୟନ, ଅର୍ବାଜ ଓ ମୁନମୁନ ଜେଲରୁ ବାହାରିବେ ବୋଲି ଜଣାପଡ଼ିଛି।
https://twitter.com/MikaSingh/status/1453689625810116616?s=20

ଏନସିବି ପକ୍ଷରୁ ଅତରିକ୍ତ ସଲିସିଟର ଜେନେରାଲ ଅନୀଲ ସିଂହ ଆଜି ଶୁଣାଣି ବେଳେ ଆର୍ଯ୍ୟନଙ୍କ ଜାମିନକୁ ଜୋରଦାର ବିରୋଧ କରିଥିଲେ। କିନ୍ତୁ କୋର୍ଟ ତାଙ୍କୁ ଜାମିନ ଦେଇଛନ୍ତି। ଦୀର୍ଘ ୩ ଦିନ ହେଲା ଆର୍ଯ୍ୟନଙ୍କ ଜାମିନ ଆବେଦନର ଶୁଣାଣି ଚାଲିଛି। ମଙ୍ଗଳବାର ଆର୍ଯ୍ୟନଙ୍କ ପାଇଁ ସୁପ୍ରିମର୍କ୍ଟର ବରିଷ୍ଠ ଓକିଲ ମୁକୁଲ ରୋହତଗୀ ଜାମିନ ସପକ୍ଷରେ ଯୁକ୍ତି ଉପସ୍ଥାପନ କରିଥିଲେ। ସେହିପରି ବୁଧବାର ଘଟଣାର ଅନ୍ୟ ଦୁଇ ଅଭିଯୁକ୍ତ ଅର୍ବାଜ ମର୍ଚାଣ୍ଟ ଓ ମୁନମୁନ ଧମେଚାଙ୍କ ଓକିଲ ଜାମିନ ପାଇଁ ନିଜର ପକ୍ଷ ରଖିଥିଲେ। ଆଜି ଏନସିବି ପକ୍ଷରୁ ଅନୀଲ ସିଂହ ଜାମିନକୁ ବିରୋଧ କରି ଥିଲେ।
https://twitter.com/mehtahansal/status/1453691236003450880?s=20

ଅକ୍ଟୋବର ୨ରେ ଏନସିବିର ଗୋଟିଏ ଟିମ ମୁମ୍ବାଇ କ୍ରୁଜ ପାର୍ଟିରେ ରେଡ୍‌ କରି ଆର୍ଯ୍ୟନଙ୍କ ସମେତ ୧୧ ଜଣଙ୍କୁ ଅଟକ ରଖିଥିଲା। ଏହାର ପରଦିନ ଅର୍ଥାତ ଅକ୍ଟୋବର ୩ରେ ୧୧ ଜଣଙ୍କ ମଧ୍ୟରୁ ଆର୍ଯ୍ୟନଙ୍କ ସମେତ ୮ ଜଣଙ୍କୁ ଗିରଫ କରାଯାଇଥିଲା। ଏହାର ପରବର୍ତ୍ତୀ ଅବସ୍ଥାରେ ଆଉ ୧୨ ଜଣ ଗିରଫ ହୋଇଛନ୍ତି। ଆର୍ଯ୍ୟନ ଡ୍ରଗ୍ସ ବିକ୍ରେତାଙ୍କ ସହ ଯୋଗାଯୋଗ ରଖିଥିବାରୁ ତାଙ୍କୁ ଅକ୍ଟୋବର ୮ରେ ଆର୍ଥର ରୋଡ ଜେଲ୍‌କୁ ପଠାଇ ଦିଆଯାଇଛି। ସେବେଠାରୁ ସେ ଜେଲ୍‌ରେ ହିଁ ରହିଛନ୍ତି।

Related story