ଭାଇରାଲ୍‌ ହେଉଛି ଶାହିଦ୍‌ କପୁରଙ୍କ ୨୦ ବର୍ଷ ତଳର ବିଜ୍ଞାପନ

ମୁମ୍ୱାଇ: ଶାହିଦ୍‌ କପୁରଙ୍କ ଅଭିନୀତ ଫିଲ୍ମ ‘କବିର୍‌ ସିଂହ’ ବକ୍ସ ଅଫିସ୍‌ରେ ହିଟ୍ ହେବା ସହିତ ଦର୍ଶକଙ୍କ ପ୍ରଶଂସା ବି ସାଉଁଟିଛି। ଏହା ଜୁନ୍ ୨୧ ତାରିଖରେ ରିଲିଜ୍ ହୋଇଥିବା ସତ୍ତ୍ୱେ ଏଯାବତ୍ ବିଭିନ୍ନ ଫିଲ୍ମ ହଲ୍‌ରେ ଚାଲିଛି। ଏହା ୨୭୫ କୋଟିରୁ ଅଧିକ ଆୟ କରି ସାରିଲାଣି। ଫିଲ୍ମଟିକୁ ଶାହିଦ୍‌ଙ୍କ କ୍ୟାରିୟର୍‌ ବ୍ଲକ୍‌ ବ୍ଲଷ୍ଟର ସିନେମା ବୋଲି କୁହାଯାଉଛି। ଏକ ସାକ୍ଷାତକାରରେ ସେ ଏ ନେଇ ଭାବବିହ୍ୱଳ ହୋଇପଡ଼ିଥିଲେ ଏବଂ ଏଥିପାଇଁ ପୂରା ଟିମ୍‌କୁ ଶ୍ରେୟ […]

s1

Puspanjali Panda
  • Published: Saturday, 03 August 2019
  • , Updated: 03 August 2019, 03:30 PM IST

ମୁମ୍ୱାଇ: ଶାହିଦ୍‌ କପୁରଙ୍କ ଅଭିନୀତ ଫିଲ୍ମ ‘କବିର୍‌ ସିଂହ’ ବକ୍ସ ଅଫିସ୍‌ରେ ହିଟ୍ ହେବା ସହିତ ଦର୍ଶକଙ୍କ ପ୍ରଶଂସା ବି ସାଉଁଟିଛି। ଏହା ଜୁନ୍ ୨୧ ତାରିଖରେ ରିଲିଜ୍ ହୋଇଥିବା ସତ୍ତ୍ୱେ ଏଯାବତ୍ ବିଭିନ୍ନ ଫିଲ୍ମ ହଲ୍‌ରେ ଚାଲିଛି। ଏହା ୨୭୫ କୋଟିରୁ ଅଧିକ ଆୟ କରି ସାରିଲାଣି। ଫିଲ୍ମଟିକୁ ଶାହିଦ୍‌ଙ୍କ କ୍ୟାରିୟର୍‌ ବ୍ଲକ୍‌ ବ୍ଲଷ୍ଟର ସିନେମା ବୋଲି କୁହାଯାଉଛି। ଏକ ସାକ୍ଷାତକାରରେ ସେ ଏ ନେଇ ଭାବବିହ୍ୱଳ ହୋଇପଡ଼ିଥିଲେ ଏବଂ ଏଥିପାଇଁ ପୂରା ଟିମ୍‌କୁ ଶ୍ରେୟ ଦେଇଥିଲେ।

ଶାହିଦ୍ ବଲିଉଡ୍‌ରେ ନିଜକୁ ଜଣେ ସଫଳ ଅଭିନେତା ଭାବେ ପ୍ରତିପାଦିତ କରିପାରିଥିବା ବେଳେ ଏଥିପାଇଁ ତାଙ୍କୁ ଖୁବ୍ ସଂଘର୍ଷ କରିବାକୁ ପଡ଼ିଥିଲା। ବଲିଉଡ୍‌କୁ ଆସିବା ପୂର୍ବରୁ ସେ ଟିଭିରେ କିଛି ଛୋଟ ଛୋଟ ବିଜ୍ଞାପନରେ କାମ କରିଥିଲେ। ତା’ସହିତ କିଛି ମ୍ୟୁଜିକ୍ ଭିଡିଓରେ ବି କାମ କରିଥିଲେ। ଏପରିକି କିଛି ଫିଲ୍ମରେ ବ୍ୟାକ୍‌ଗ୍ରାଉଣ୍ଡ ଡ୍ୟାନ୍ସର୍‌ ଭାବରେ କାମ କରିଥିଲେ। ୧୯୯୯ରେ ରିଲିଜ୍ ହୋଇଥିବା  ‘ତାଲ୍‌’ ଫିଲ୍ମରେ ସେ ବ୍ୟାକ୍‌ଗ୍ରାଉଣ୍ଡ ଡ୍ୟାନ୍ସର ଭାବରେ କାମ କରିଥିଲେ। ଏବେ ତାଙ୍କର ଏକ ବିଜ୍ଞାପନର ଭିଡିଓ ଭାଇରାଲ୍ ହେଉଛି, ଯାହାକି ୨୦ ବର୍ଷ ତଳର।

ଫ୍ୟାବ୍ରିକ୍‌ ହ୍ୱାଇଟନର୍‌ର ଏହି ବିଜ୍ଞାପନରେ ଶାହିଦ୍‌ ଲମ୍ବା କେଶ ରଖିଥିଲେ। ତାଙ୍କ କେଶ୍ ଖୁବ୍ ପତଳା ମଧ୍ୟ ଦେଖାଯାଉଥିଲା। ଏହି ଭିଡିଓଟିକୁ ଦୂରଦର୍ଶନର ଫ୍ୟାନ୍‌ ପେଜ୍‌ରେ ଶେଆର୍‌ କରାଯାଇଛି। ଭିଡିଓଟିକୁ ୟୁଜର୍ସମାନେ ପସନ୍ଦ କରିବା ସହିତ ଭଲ ରେସପନ୍ସ ମଧ୍ୟ ଦେଉଛନ୍ତି।

https://youtu.be/EqMEsVBZaEo

୨୦୦୩ରେ ଶାହିଦ୍‌ ‘ଇଶ୍କ-ବିସ୍କ’ ଫିଲ୍ମରୁ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ କେନ୍‌ ଘୋଷ୍‌। ଫିଲ୍ମଟି ବକ୍ସ ଅଫିସରେ ସେହି ସମୟରେ ଭଲ ବ୍ୟବସାୟ କରିଥିଲା।

ଶାହିଦ୍ ୩ଟି ଫିଲ୍ମ ଫେୟାର ପୁରସ୍କାର ଜିତିଛନ୍ତି। ୨୦୦୩ରେ ‘ଇଶ୍କ-ବିସ୍କ’ ପାଇଁ ଶ୍ରେଷ୍ଠ ଡେବ୍ୟୁ ଅଭିନେତା ଭାବେ ଏହି ପୁରସ୍କାର ପାଇଥିବା ବେଳେ ୨୦୧୪ରେ ‘ହାଇଦର’ ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ଏହି ପୁରସ୍କାର ପାଇଥିଲେ। ୨୦୧୬ରେ ‘ଉଡ୍‌ତା ପଞ୍ଜାବ’ ପାଇଁ ତାଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ଫିଲ୍ମ ଫେୟାର କ୍ରିଟିକ୍ସ ଆୱାର୍ଡ ଦିଆଯାଇଥିଲା।  ‘ଜବ୍‌ ୱି ମିଟ୍‌’ ଓ ‘କମିନେ’ରେ ତାଙ୍କ ଅଭିନୟ ବହୁତ ବଢ଼ିଆ ହୋଇଥିଲା।

Related story