ସାହାଯ୍ୟର ହାତ ବଢ଼ାଇଲେ ଶାହାରୁଖ

ମୁମ୍ବାଇ: ସାତ ଦିନ ତଳେ ସୋଶାଲ୍ ମିଡିଆରେ ଏକ ହୃଦୟ ବିଦାରକ ଦୃଶ୍ୟ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଥିଲା। ବିହାରର ମୁଜାଫରପୁର ରେଳ ଷ୍ଟେସନ୍‌ରେ ଏକ ଛୋଟିଆ ଶିଶୁ ତା’ ମା’ ଉପରେ ପଡ଼ିଥିବା ଚଦରକୁ ଟାଣୁଥିଲା। ଶିଶୁଟି ଚଦରଟିକୁ ତା’ ମା’ ଉପରୁ ହଟାଇବାରେ ସକ୍ଷମ ହୋଇଥିଲା। କିନ୍ତୁ ତା’ ମା’କୁ ଉଠାଇ ପାରି ନଥିଲା। କାରଣ ସେ ସେତେବେଳେକୁ ପ୍ରାଣ ହରାଇ ସାରିଥିଲେ। ସୋଶାଲ୍ ମିଡିଆରେ ଏହି ଭିଡିଓଟି ଦେଖିବା ପରେ ଅନ୍ୟମାନଙ୍କ ପରି […]

sharukh

sharukh

Jitendra Garnayak
  • Published: Tuesday, 02 June 2020
  • Updated: 02 June 2020, 09:52 AM IST

Sports

Latest News

ମୁମ୍ବାଇ: ସାତ ଦିନ ତଳେ ସୋଶାଲ୍ ମିଡିଆରେ ଏକ ହୃଦୟ ବିଦାରକ ଦୃଶ୍ୟ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଥିଲା। ବିହାରର ମୁଜାଫରପୁର ରେଳ ଷ୍ଟେସନ୍‌ରେ ଏକ ଛୋଟିଆ ଶିଶୁ ତା’ ମା’ ଉପରେ ପଡ଼ିଥିବା ଚଦରକୁ ଟାଣୁଥିଲା। ଶିଶୁଟି ଚଦରଟିକୁ ତା’ ମା’ ଉପରୁ ହଟାଇବାରେ ସକ୍ଷମ ହୋଇଥିଲା। କିନ୍ତୁ ତା’ ମା’କୁ ଉଠାଇ ପାରି ନଥିଲା। କାରଣ ସେ ସେତେବେଳେକୁ ପ୍ରାଣ ହରାଇ ସାରିଥିଲେ। ସୋଶାଲ୍ ମିଡିଆରେ ଏହି ଭିଡିଓଟି ଦେଖିବା ପରେ ଅନ୍ୟମାନଙ୍କ ପରି ବଲିଉଡ୍‌ ଅଭିନେତା ଶାହାରୁଖ ଖାନ ବି ବିଚଳିତ ହୋଇପଡ଼ିଥିଲେ। ତେବେ ସେ ଚୁପ୍ ନ ବସି ଏହି ଛୋଟ ଶିଶୁଟିକୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ଶାହାରୁଖଙ୍କ ମୀର୍‌ ଫାଉଣ୍ଡେସନ୍ ଏହି ଶିଶୁଟିକୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛି। ଶିଶୁଟି ଏବେ ତା’ ଅଜାଆଈଙ୍କ ପାଖରେ ରହିବ। ସେମାନେ ତା’ର ଦେଖାଶୁଣା କରିବେ।

ମୀର୍ ଫାଉଣ୍ଡେସନ୍ ପକ୍ଷରୁ ଏନେଇ ଏକ ଟ୍ୱିଟ୍ କରାଯାଇଛି। ଏଥିରେ ଲେଖାଯାଇଛି, ଏହି ଛୋଟ ଛୁଆଟି ପାଖରେ ପହଞ୍ଚିବା ପାଇଁ ଯେଉଁମାନେ ଆମକୁ ସାହାଯ୍ୟ କରିଛନ୍ତି, ସେମାନଙ୍କୁ ଧନ୍ୟବାଦ। ଏବେ ଆମେ ଏହି ଶିଶୁଟିକୁ ସହଯୋଗ କରୁଛୁ। ଏବେ ତା’ ଅଜା ତା’ର ଦେଖାଶୁଣା କରୁଛନ୍ତି।

ମୀର୍ ଫାଉଣ୍ଡେସନ୍‌ର ଟ୍ୱିଟ୍‌କୁ ରିଟ୍ୱିଟ୍ କରି ଶାହାରୁଖ ଲେଖିଛନ୍ତି, ଯେଉଁମାନେ ଏହି ଶିଶୁ ପାଖରେ ପହଞ୍ଚିବାକୁ ଆମକୁ ସାହାଯ୍ୟ କଲେ ସେମାନଙ୍କୁ ଧନ୍ୟବାଦ। ଆମେ ସମସ୍ତେ ପ୍ରାର୍ଥନା କରିବା ଯେ ମା’କୁ ହରାଇବାର ସବୁଠୁ ଦୁର୍ଭାଗ୍ୟଜନକ ଘଟଣା ପରେ ଯେମିତି ସେ ଜୀବନ ବଞ୍ଚିବାକୁ ଶକ୍ତି ଠୁଳ କରିପାରିବ। ମୁଁ ଜାଣେ ଏହା କିଭଳି ଅନୁଭବ....। ଆମ ସମସ୍ତଙ୍କର ଭଲପାଇବା ଓ ସହଯୋଗ ତୁମ ସହିତ ଅଛି।

ସୂଚନାଯୋଗ୍ୟ, ମୃତ ମହିଳା ଜଣଙ୍କ ଗୁଜରାଟର ଅହମଦାବାଦରେ ଶ୍ରମିକ ଭାବେ କାମ କରୁଥିଲେ। ଲକ୍‌ଡାଉନ୍‌ ଯୋଗୁ ସେଠାରେ ଭାରି ହଇରାଣ ହୋଇଥିଲେ। ସେଥିପାଇଁ ସେ ମେ’ ୨୫ ତାରିଖରେ ତାଙ୍କ ଦୁଇ ପିଲାଙ୍କୁ ଧରି ଭଉଣୀ ଓ ଭିଣୋଇଙ୍କ ସହ ଶ୍ରମିକ ସ୍ପେଶାଲ୍ ଟ୍ରେନ୍‌ରେ ବିହାରର କଟିହାର ଅଭିମୁଖେ ଯାତ୍ରା କରିଥିଲେ। ତେବେ ଟ୍ରେନ୍‌ରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ତେଣୁ ତାଙ୍କ ସମ୍ପର୍କୀୟମାନେ ମୁଜାଫରପୁର ଷ୍ଟେସନ୍‌ରେ ଓହ୍ଲାଇ ପଡ଼ିଥିଲେ। ଖାଦ୍ୟ ଓ ପାଣିର ଅଭାବ ଯୋଗୁ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ତାଙ୍କ ସଂପର୍କୀୟମାନେ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story