ଏସବୁ  ଭୁଲ କରି ନ ଥିଲେ କିଙ୍ଗ ଖାନ୍‌ ବନିଥାନ୍ତେ ସବୁଠୁ ଧନୀ !

ମୁମ୍ବାଇ: ବଲିଉଡର ଧନୀ ତାଲିକାରେ  ଦ୍ୱିତୀୟରେ ଅଛନ୍ତି କିଙ୍ଗ ଖାନ ଶାହାରୁଖ। ଏବେ ତାଙ୍କ ସମ୍ପନ୍ତିର ମୂଲ୍ୟ ହେଉଛି 600 ନିୟୁତ ଡଲାର। କିନ୍ତୁ ଆପଣ ଜାଣିଛନ୍ତି ଶାହାରୁଖ୍‌ ଖାନ ପ୍ରଥମ ସ୍ଥାନରେ କାହିଁକି ନାହାନ୍ତି ? ଏହାର କାରଣ ହେଉଛି ଶାହାରୁଖ ତାଙ୍କ ଜୀବନରେ କରିଥିବା କିଛି ଭୁଲ ପାଇଁ। ହେଲେ କ’ଣ ସେହି ଭୁଲ ଚାଲନ୍ତୁ ଜାଣିବା। ବଡବଡ ଫିଲ୍ମକୁ ପ୍ରତ୍ୟାଖ୍ୟାନ: ଏଥିରେ କୌଣସି ସନ୍ଦେହ ନାହିଁ ଶାହାରୁଖ ବଲିଉଡରେ ରାଜ କରନ୍ତି। ସେ […]

Rakesh Mallick
  • Published: Tuesday, 10 October 2017
  • , Updated: 10 October 2017, 12:12 PM IST

ମୁମ୍ବାଇ: ବଲିଉଡର ଧନୀ ତାଲିକାରେ  ଦ୍ୱିତୀୟରେ ଅଛନ୍ତି କିଙ୍ଗ ଖାନ ଶାହାରୁଖ। ଏବେ ତାଙ୍କ ସମ୍ପନ୍ତିର ମୂଲ୍ୟ ହେଉଛି 600 ନିୟୁତ ଡଲାର। କିନ୍ତୁ ଆପଣ ଜାଣିଛନ୍ତି ଶାହାରୁଖ୍‌ ଖାନ ପ୍ରଥମ ସ୍ଥାନରେ କାହିଁକି ନାହାନ୍ତି ? ଏହାର କାରଣ ହେଉଛି ଶାହାରୁଖ ତାଙ୍କ ଜୀବନରେ କରିଥିବା କିଛି ଭୁଲ ପାଇଁ। ହେଲେ କ’ଣ ସେହି ଭୁଲ ଚାଲନ୍ତୁ ଜାଣିବା।

ବଡବଡ ଫିଲ୍ମକୁ ପ୍ରତ୍ୟାଖ୍ୟାନ: ଏଥିରେ କୌଣସି ସନ୍ଦେହ ନାହିଁ ଶାହାରୁଖ ବଲିଉଡରେ ରାଜ କରନ୍ତି। ସେ 20 ବର୍ଷରେ ଡିଡିଏଲଜେ, ଦେବଦାସ, ରାଜୁବନଗୟା ଜେଣ୍ଟଲମ୍ୟାନ୍‌  ଭଳି ଅନେକ ହିଟ୍ ଫିଲ୍ମ ଦେଇଛନ୍ତି। ହେଲେ ସେ ଏମିତି କିଛି ସୁଯୋଗ ହାତଛଡ଼ା କରିଛନ୍ତି ଯାହା ତାଙ୍କୁ ଆହୁରି ସଫଳତା ଦେଇପାରିଥାନ୍ତା।

ଶାହାରୁଖ୍‌ ଗୋଡ଼ରେ ଆଡ଼େଇ ଦେଇଥିବା ଚଳଚ୍ଚିତ୍ର ଗୁଡ଼ିକ ହେଲା 3 ଇଡିଅଟ, ଲଗାନ,ମୁନ୍ନାଭାଇ ଏମବିବିଏସ, ରଙ୍ଗ ଦେ ବସନ୍ତି, କହୋନା ପ୍ୟାର ହେ ଏବଂ ଯୋଦ୍ଧା ଆକବର। ଯଦି ଏହି ଫିଲ୍ମ ଗୁଡିକୁ ସେ ରିଜେକ୍ଟ କରି ନ ଥାଆନ୍ତେ ତାଙ୍କର ବ୍ୟାଙ୍କ ବାଲାନ୍ସ ଆହୁରି କେତେ ଗୁଣ ଅଧିକ ହୋଇଯାଥାନ୍ତା।

ରାୱାନ ଫ୍ଲପ: ଶାହାରୁଖ ସବୁବେଳେ ଏକ ସୁପର ହିରୋର ଫିଲ୍ମ ବନେଇବାକୁ ଚାହୁଁଥିଲେ। ଏହି ସ୍ୱପ୍ନକୁ ସାକାର କରିବା ଚକ୍କରରେ ନିଜ ପ୍ରଡକ୍ସନ ହାଉସରେ ଏକ ଫିଲ୍ମ କରିଥିଲେ ରାୱାନ। ଯେଉଁଥିରେ,ସେ ଅଜସ୍ର ଟଙ୍କା ଖଟେଇ ଥିଲେ। କିନ୍ତୁ ଏହା ଶାହାରୁଖଙ୍କ ଜୀବନର ସବୁଠୁ ବଡ଼ ଫ୍ଲପ ଫିଲ୍ମ ଥିଲା। ଫଳରେ ଶାହାରୁଖଙ୍କ ପ୍ରଡକ୍ସନ ହାଉସ ଡାଉନ୍ ହୋଇଯାଇଥିଲା। ଏହାପରେ ଶାହାରୁଖ ଦିଲୱାଲେ, ହାପି ନ୍ୟୁ ଇଅର ଭଳି ଫିଲ୍ମ କରି ନିଜ ଫ୍ୟାନ ମାନଙ୍କୁ ନିରାଶ କରିଥିଲେ।  ଗୋଟେ ସମୟଥିଲା ଶାହାରୁଖଙ୍କ ଫିଲ୍ମ ଶୀର୍ଷରେ ଥିଲା ଏବେ କିନ୍ତୁ ତାଙ୍କ ଫିଲ୍ମ ସେତେଟା ଲୋକପ୍ରିୟତା ହାସଲ କରିପାରୁନାହିଁ।

Related story