ମହଙ୍ଗା ପଡ଼ିଲା ଫିଲ୍ମ ପ୍ରମୋଶନ୍: କିଙ୍ଗ୍‌ ଖାନ୍‌ଙ୍କ ବିରୋଧରେ ରୁଜୁ ହେବ ମାମଲା

ମୁମ୍ୱାଇ: ଅଡୁଆରେ କିଙ୍ଗ୍‌ ଖାନ୍ ଶାହାରୁଖ। ତାଙ୍କ ବିରୋଧରେ ମାମଲା ରୁଜୁ ହୋଇପାରେ। ‘ରଇସ୍‌’ ଫିଲ୍ମର ପ୍ରମୋସନ୍‌ ବେଳେ ଏକ ଅଘଟଣକୁ ନେଇ ଗୁଜରାଟ ପୋଲିସ୍ ଏବେ ତାଙ୍କ ପଛରେ ପଡ଼ିଯାଇଛି। ଘଟଣାଟି ଘଟିଥିଲା ଗୁଜରାଟର ଭଦୋଦରା ସହରରେ। ରଇସ୍ ଫିଲ୍ମର ପ୍ରମୋସନ୍ ପାଇଁ ଶାହାରୁଖ୍ ଖାନ୍, ଅଭିନେତ୍ରୀ ସନି ଲିୟନି ଓ ଏହି ଫିଲ୍ମ ସହ ଜଡିତ କିଛି କର୍ମଚାରୀ ଟ୍ରେନ୍‌ରେ ମୁମ୍ୱାଇରୁ ଦିଲ୍ଲୀ ଯାତ୍ରୀ କରିଥିଲେ। ଏହି ସମୟରେ ଗତ ଜାନୁଆରୀ ୨୩ ତାରିଖ […]

sking khan

Rakesh Mallick
  • Published: Friday, 16 June 2017
  • , Updated: 16 June 2017, 12:43 PM IST

ମୁମ୍ୱାଇ: ଅଡୁଆରେ କିଙ୍ଗ୍‌ ଖାନ୍ ଶାହାରୁଖ। ତାଙ୍କ ବିରୋଧରେ ମାମଲା ରୁଜୁ ହୋଇପାରେ। ‘ରଇସ୍‌’ ଫିଲ୍ମର ପ୍ରମୋସନ୍‌ ବେଳେ ଏକ ଅଘଟଣକୁ ନେଇ ଗୁଜରାଟ ପୋଲିସ୍ ଏବେ ତାଙ୍କ ପଛରେ ପଡ଼ିଯାଇଛି।

ଘଟଣାଟି ଘଟିଥିଲା ଗୁଜରାଟର ଭଦୋଦରା ସହରରେ। ରଇସ୍ ଫିଲ୍ମର ପ୍ରମୋସନ୍ ପାଇଁ ଶାହାରୁଖ୍ ଖାନ୍, ଅଭିନେତ୍ରୀ ସନି ଲିୟନି ଓ ଏହି ଫିଲ୍ମ ସହ ଜଡିତ କିଛି କର୍ମଚାରୀ ଟ୍ରେନ୍‌ରେ ମୁମ୍ୱାଇରୁ ଦିଲ୍ଲୀ ଯାତ୍ରୀ କରିଥିଲେ। ଏହି ସମୟରେ ଗତ ଜାନୁଆରୀ ୨୩ ତାରିଖ ରାତିରେ ଭଦୋଦରା ରେଳ ଷ୍ଟେସନରେ ଏମାନଙ୍କୁ ଦେଖିବାକୁ ପ୍ରବଳ ଭିଡ ହୋଇଥିଲା। ଫ୍ୟାନ୍‌ଙ୍କ ସଂଖ୍ୟା ଏତେ ଥିଲା ଯେ, ଭିଡ଼ କଣ୍ଟ୍ରୋଲ୍ କରିବା ପୋଲିସ୍ ପାଇଁ ସହଜ ହୋଇନଥିଲା। ଏହି ସମୟରେ ଏକ ଅଘଟଣ ଘଟିଥିଲା। ଜଣେ ବ୍ୟକ୍ତି ଅଣନିଃଶ୍ୱାସୀ ହୋଇ ମୃତ୍ୟୁବରଣ କରିଥିଲେ। ଦୁଇଜଣ ପୋଲିସ୍ କର୍ମୀ ମଧ୍ୟ ଆହତ ହୋଇଥିଲେ।

ଏହି ଘଟଣାକୁ ଏବେ ଉଖାରିଛି ଗୁଜୁରାଟ ପୋଲିସ୍। ଭଦୋଦରାର ପଶ୍ଚିମ ରେଲୱେ ଡିଏସ୍‌ପି ଶାହରୁଖ ଖାନ୍ ଓ ତାଙ୍କ ଫିଲ୍ମ ନିର୍ମାଣ କମ୍ପାନୀ ଏକ୍ସେଲ୍ ପ୍ରାଇଭେଟ୍‌ ଲିମିଟେଡ୍‌ ଉପରେ ଆଇପିସି ଧାରା ୩୦୪-ଏ-୨ ଓ ରେଳୱେ ଆକ୍ଟରେ ମାମଲା ରୁଜୁ କରିବାକୁ ଯାଉଛନ୍ତି।

ଜିତେନ୍ଦ୍ର ସୋଲାଙ୍କି ନାମକ ବ୍ୟକ୍ତି ଅଘଟଣ ଏବଂ ମୃତ୍ୟୁ ସଂପର୍କରେ ଏକ ମାମଲା ରୁଜୁ କରିବା ପରେ ପୋଲିସ୍ ତନାଘନା ଆରମ୍ଭ କରିଛି। ସୋଲାଙ୍କିଙ୍କ ଓକିଲ କହିଛନ୍ତି, ଯଦି ଶାହାରୁଖ୍ ଭିଡ ସମୟରେ ପବ୍ଲିକ୍ ଉପରକୁ ତାଙ୍କ ଟି-ସାର୍ଟ ନ ଫୋପାଡିଥାନ୍ତେ, ତେବେ ହୁଏତ ଏପରି ଅଘଟଣ ଘଟି ନଥାନ୍ତା। ତେଣୁ ଶାହାରୁଖ୍‌ ଓ ଏକସେଲ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ବିରୋଧରେ ଆଇପିସି ଧାରା ୨୭୯, ୩୩୬, ୩୩୭, ୩୦୪ ଏ୨ ଓ ରେଳୱେ ଆକ୍ଟ ଧାରା ୧୪୫,୧୫୨,୧୭୫ ଓ୧୭୯ ଧାରା ଅନୁସାରେ ମାମଲା ରୁଜୁ ହେବା ଜରୁରୀ।

Related story