ଶାହାରୁଖଙ୍କୁ କାହିଁକି ପାଞ୍ଚ ହଜାର ଟଙ୍କା ମାଗୁଥିଲେ ରଣବୀର?

ମୁମ୍ବାଇ: ଅନେକ ଦିନରୁ ରଣବୀର କପୁର କିଙ୍ଗ୍ ଖାନ୍ ଶାହାରୁଖଙ୍କୁ ୫୦୦୦ ଟଙ୍କା ମାଗି ଆସୁଥିଲେ। ଏ ନିକଟରେ ଶାହାରୁଖ ତାଙ୍କୁ ୫୦୦୦ ଟଙ୍କା ଦେଇଛନ୍ତି। ଶାହାରୁଖ ସୋସିଆଲ୍ ମିଡିଆରେ ମଧ୍ୟ ଏକଥା ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି ରଣବୀରଙ୍କୁ ୫୦୦୦ ଟଙ୍କା ଦେଇ ଦେଲି। ଏବେ ହିସାବ ବରାବର। ଏବେ ନିଶ୍ଚିତ ଭାବେ ଆପଣମାନଙ୍କ ମନରେ ପ୍ରଶ୍ନ ଉଠିବଣି ରଣବୀର କାହିଁକି ଶାହାରୁଖଙ୍କୁ ୫୦୦୦ ଟଙ୍କା ମାଗି ଆସୁଥିଲେ? ପୁଣି ଶାହାରୁଖ କେଉଁ ହିସାବ ବରାବରି […]

sharook

Rakesh Mallick
  • Published: Sunday, 18 June 2017
  • , Updated: 18 June 2017, 03:00 PM IST

ମୁମ୍ବାଇ: ଅନେକ ଦିନରୁ ରଣବୀର କପୁର କିଙ୍ଗ୍ ଖାନ୍ ଶାହାରୁଖଙ୍କୁ ୫୦୦୦ ଟଙ୍କା ମାଗି ଆସୁଥିଲେ। ଏ ନିକଟରେ ଶାହାରୁଖ ତାଙ୍କୁ ୫୦୦୦ ଟଙ୍କା ଦେଇଛନ୍ତି। ଶାହାରୁଖ ସୋସିଆଲ୍ ମିଡିଆରେ ମଧ୍ୟ ଏକଥା ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି ରଣବୀରଙ୍କୁ ୫୦୦୦ ଟଙ୍କା ଦେଇ ଦେଲି। ଏବେ ହିସାବ ବରାବର।

ଏବେ ନିଶ୍ଚିତ ଭାବେ ଆପଣମାନଙ୍କ ମନରେ ପ୍ରଶ୍ନ ଉଠିବଣି ରଣବୀର କାହିଁକି ଶାହାରୁଖଙ୍କୁ ୫୦୦୦ ଟଙ୍କା ମାଗି ଆସୁଥିଲେ? ପୁଣି ଶାହାରୁଖ କେଉଁ ହିସାବ ବରାବରି କଥା କହୁଛନ୍ତି?

ଆମେ ଆପଣଙ୍କୁ ପୂରା କଥାଟା କହି ଦେଉଛୁ। ବହୁ ଦିନ ପରେ ଶାହାରୁଖ ଖାନ୍ ଓ ଅନୁଷ୍କା ଶର୍ମାଙ୍କ ଅପକମିଂ ଫିଲ୍ମ ‘ଜବ ହୈରୀ ମିଟ୍ ସେଜଲ’ର ଟାଇଟଲ୍ ରଖାଯାଇଥିଲା। ଫିଲ୍ମଟିର ନାଁ ସର୍ବସାଧାରଣ ହେବା ପରେ ରଣବୀର କହିଥିଲେ ଯେ ସେ ହିଁ ଏହି ନାମ ରଖିବା ପାଇଁ ପ୍ରସ୍ତାବ ଦେଇଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ଉକ୍ତ ନାଁଟି ଉପରେ ସମ୍ମତି ପ୍ରକାଶ ପାଇଲେ ଶାହାରୁଖ ତାଙ୍କୁ ୫୦୦୦ ଟଙ୍କା ଦେବେ ବୋଲି କହିଥିଲେ।

‘ଜବ୍ ହୈରୀ ମିଟ୍ ସେଜଲ’ ଅଗଷ୍ଟ ୪ ତାରିଖରେ ରିଲିଜ୍ ହେବ।

Related story