କେଉଁ ସେଲିବ୍ରେଟି କେମିତି କରୁଛନ୍ତି ଯୋଗ: ସୋସିଆଲ ମିଡିଆରେ ଛାଡିଲେ ଫଟୋ

ଆଜି ବିଶ୍ୱ ଯୋଗ ଦିବସ। ବିଶ୍ୱବାସୀ ଉତ୍ସାହର ସହ ଏହାକୁ ପାଳନ କରୁଛନ୍ତି। ଆମ ବଲିଉଡ ଅଭିନେତା, ଅଭିନେତ୍ରୀମାନେ ନିଜ ଫିଟନେସ୍‌କୁ ନେଇ ବେଶ ସଚେତନ। ଏଥିପାଇଁ କଠିନ ପରିଶ୍ରମ କରିଥାନ୍ତି। ନିୟମିତ ଜିମ୍‌ ଯିବା ଓ ଯୋଗ କରିବାରେ ହେଳା କରନ୍ତି ନାହିଁ। ଆଜି ବିଶ୍ୱ ଯୋଗ ଦିବସରେ ମଧ୍ୟ ବଲିଉଡ୍‌ ଷ୍ଟାର ପଛରେ ପଡିନାହାନ୍ତି। ଜମେଇକି ଯୋଗ କରିଛନ୍ତି। ଖାଲି ଯୋଗ କରିନାହାନ୍ତି, ସୋସିଆଲ ମିଡିଆରେ ଏହାକୁ ସେୟାର କରିବାକୁ ମଧ୍ୟ ଭୁଲି ନାହାନ୍ତି। […]

bipasa

bipasa

Rakesh Mallick
  • Published: Wednesday, 21 June 2017
  • Updated: 21 June 2017, 03:42 PM IST

ଆଜି ବିଶ୍ୱ ଯୋଗ ଦିବସ। ବିଶ୍ୱବାସୀ ଉତ୍ସାହର ସହ ଏହାକୁ ପାଳନ କରୁଛନ୍ତି। ଆମ ବଲିଉଡ ଅଭିନେତା, ଅଭିନେତ୍ରୀମାନେ ନିଜ ଫିଟନେସ୍‌କୁ ନେଇ ବେଶ ସଚେତନ। ଏଥିପାଇଁ କଠିନ ପରିଶ୍ରମ କରିଥାନ୍ତି। ନିୟମିତ ଜିମ୍‌ ଯିବା ଓ ଯୋଗ କରିବାରେ ହେଳା କରନ୍ତି ନାହିଁ। ଆଜି ବିଶ୍ୱ ଯୋଗ ଦିବସରେ ମଧ୍ୟ ବଲିଉଡ୍‌ ଷ୍ଟାର ପଛରେ ପଡିନାହାନ୍ତି। ଜମେଇକି ଯୋଗ କରିଛନ୍ତି। ଖାଲି ଯୋଗ କରିନାହାନ୍ତି, ସୋସିଆଲ ମିଡିଆରେ ଏହାକୁ ସେୟାର କରିବାକୁ ମଧ୍ୟ ଭୁଲି ନାହାନ୍ତି। ଖାସ୍‌ କରି କରଣଙ୍କ ପିଠି ଉପରେ ବିପାସାଙ୍କ ଯୋଗାସନ, କଙ୍ଗନାଙ୍କ ଯୋଗାଭ୍ୟାସ ଓ ଶିଳ୍ପାଙ୍କ ଯୋଗ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

kanganaବିପାସା-କରଣ: ବିପାସା ବସୁ ଓ ତାଙ୍କ ପତି କରଣ ସିଂହ ଗୋବରଙ୍କ ଫିଟ୍‌ନେସ୍‌ କଥା କିଏ ବା ନ ଜାଣେ। ହୁହେଁ ଘଣ୍ଟା ଘଣ୍ଟା ଜିମ୍‌ରେ ଝାଳବୁହା ପରିଶ୍ରମ କରିଥାନ୍ତି। ଏହାସହ ନିୟମିତ ଯୋଗ ସେମାନଙ୍କୁ ସବୁବେଳେ ଆକ୍ଟିଭ ରଖିଥାଏ। ଯୋଗ ଦିବସ ଅବସରରେ ଉଭୟ ଯୋଗ କରିବାର ଏକାଧିକ ଫୋଟ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏକ ଫଟୋରେ କରଣଙ୍କ କାନ୍ଧରେ ବିପାସା ଯୋଗାସନ୍‌ କରୁଥିବା ଦେଖିବାକୁ ମିଳୁଛି। ଏହି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି।

କଙ୍ଗନା ରଣାବତ: କଙ୍ଗନା ସୋସିଆଲ ମିଡିଆରେ ନାହାନ୍ତି। ହେଲେ ଯୋଗ ଦିବସ ଅବସରରେ ତାଙ୍କ ଯୋଗାଭ୍ୟାସର ଫଟୋ ସୋସିଆଲ ମିଡିଆରେ ଧୂମ୍‌ ମଚାଉଛି। #TeamKanganaRanaut ନାମକ ଏକ ଇନଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କ ଫଟୋ SHYସେୟାର କରାଯାଇଛି। ଯୋଗ ଦିବସ ସକାଳୁ କଙ୍ଗନା ଯୋଗାଭ୍ୟାସ କରୁଥିବା ଦେଖିବାକୁ ମିଳୁଛି। ଏକ ଫଟୋରେ କଙ୍ଗାନଙ୍କୁ ତାଙ୍କ ଯୋଗଗୁରୁଙ୍କ ସହ ଦେଖଇବାକୁ ମିଳୁଛି। କଙ୍ଗନା ୧୦ ବର୍ଷ ହେବ ନିୟମିତ ଯୋଗ କରୁଥିବା ଏହି ପେଜ୍‌ରେ କୁହାଯାଇଛି।

ଶିଳ୍ପା: ଶିଳ୍ପା ସେଟ୍ଟୀ କୁନ୍ଦ୍ରା ନିଜ ଯୋଗ ରୁଟିନ୍‌କୁ ନେଇ ବହୁତ ଷ୍ଟ୍ରିକ୍ଟ। ସେ ନିଜ ଯୋଗାସନର ଏକ ସିଡି ମଧ୍ୟ ଲଞ୍ଚ କରିସାରିଛନ୍ତି। ବୁଧବାର ଶିଳ୍ପା ବକାସନ କରିବାର ଏକ ଭିଡିଓ ବନାଇ ସେୟାର କରିଛନ୍ତି। ଏଥିରେ ଶିଳ୍ପା ଲେଖିଛନ୍ତି, ବକାସନ, ଏହାକୁ କରିବାକୁ ବହୁତ ଅଭ୍ୟାସ ଦରକାର। ଏଥିପାଇଁ ମୁଁ ବହୁତ ଖୁସି ଯେ ଶେଷରେ ଏହା ମୋ ଦ୍ୱାରା ହୋଇଗଲା। ସମସ୍ତଙ୍କୁ ଯୋଗ ଦିବସର ଶୁଭକାମନା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos