ଶିଳ୍ପାଙ୍କ ପୁଅ ବିୟାନଙ୍କ ପସନ୍ଦ ଦୀପିକା

ମୁମ୍ବାଇ: ପୁଅ ବିୟାନଙ୍କ ସହ ଶିଳ୍ପା ସେଟ୍ଟୀଙ୍କୁ  ସବୁବେଳେ ଦେଖିବାକୁ ମିଳିଥାଏ। ଏବେ ଶିଳ୍ପା ଓ ବିୟାନଙ୍କର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଏଥିରେ  ବିୟାନ  ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ପୋଷ୍ଟର ଆଗରେ ଠିଆ ହୋଇଛନ୍ତି ଓ ବଡ଼ ପାଟିରେ କହୁଛନ୍ତି ଯେ ସେ ତାଙ୍କର ମନପସନ୍ଦର ଅଭିନେତ୍ରୀ। ଏହି ସମୟରେ ଶିଳ୍ପା ଆସି ବିୟାନଙ୍କୁ ଚିଡ଼ାଉଛନ୍ତି।  ବିୟାନ ସେତେବେଳେ ଅତି ଗେହ୍ଲେଇ ହୋଇ ଶିଳ୍ପାଙ୍କୁ କହୁଛନ୍ତି ‘ସିଲୀ ମାମା’। ଶିଳ୍ପାଙ୍କ ସ୍ୱାମୀ […]

shilpa-shetty-viaan-

Rakesh Mallick
  • Published: Sunday, 23 April 2017
  • , Updated: 23 April 2017, 09:25 AM IST

ମୁମ୍ବାଇ: ପୁଅ ବିୟାନଙ୍କ ସହ ଶିଳ୍ପା ସେଟ୍ଟୀଙ୍କୁ  ସବୁବେଳେ ଦେଖିବାକୁ ମିଳିଥାଏ। ଏବେ ଶିଳ୍ପା ଓ ବିୟାନଙ୍କର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଏଥିରେ  ବିୟାନ  ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ପୋଷ୍ଟର ଆଗରେ ଠିଆ ହୋଇଛନ୍ତି ଓ ବଡ଼ ପାଟିରେ କହୁଛନ୍ତି ଯେ ସେ ତାଙ୍କର ମନପସନ୍ଦର ଅଭିନେତ୍ରୀ। ଏହି ସମୟରେ ଶିଳ୍ପା ଆସି ବିୟାନଙ୍କୁ ଚିଡ଼ାଉଛନ୍ତି।  ବିୟାନ ସେତେବେଳେ ଅତି ଗେହ୍ଲେଇ ହୋଇ ଶିଳ୍ପାଙ୍କୁ କହୁଛନ୍ତି ‘ସିଲୀ ମାମା’।

ଶିଳ୍ପାଙ୍କ ସ୍ୱାମୀ ରାଜ କୁନ୍ଦ୍ରା ନିଜର ଇନ୍‌ଷ୍ଟାଗ୍ରାମ୍‌ରେ ଏହି ଭିଡିଓ ପୋଷ୍ଟ୍‌ କରିଛନ୍ତି।

 

Related story