ଟିଭି ଚ୍ୟାନେଲ୍‌ର ଟ୍ୱିଟ୍ ପଢ଼ି ଫିଡ଼ିକି ଗଲେ ଶିଳ୍ପା

ମୁମ୍ବାଇ: କଲର୍ସ ଟିଭି ଚ୍ୟାନେଲ୍ ପକ୍ଷରୁ କରାଯାଇଥିବା ଏକ ଟ୍ୱିଟ୍‌ ଦେଖି ରାଗି ଯାଇଛନ୍ତି ବିଗ୍‌ବସ୍‌ ସିଜିନ୍‌-୧୧ର ବିଜୟିନୀ ଶିଳ୍ପା ସିନ୍ଦେ। ଏହି ଟ୍ୱିଟ୍‌ରେ ଦର୍ଶକଙ୍କ ଉଦ୍ଦେଶ୍ୟରେ ଏକ ପ୍ରଶ୍ନ କରାଯାଇଛି। ଏଥିରେ ପଚରାଯାଇଛି- ‘ଯଦି ଶିଳ୍ପା ସିନ୍ଦେ ଓ ଦୀପିକା କକ୍କରଙ୍କୁ ବିଗ୍‌ବସ୍‌ର ଗୋଟିଏ ସିଜିନ୍‌ରେ ନିଆଯାଏ, ତା’ହେଲେ କିଏ ଜିତିବେ?’ ଦୀପିକାଙ୍କୁ ତ ଆପଣମାନେ ଜାଣିଥିବେ ନିଶ୍ଚୟ! ସେ ବିଗ୍‌ବସ୍ ସିଜିନ୍-୧୨ ଜିତିଥିଲେ। All you #BiggBoss fans, here's a tricky question […]

shilpa1

Chinmayee Roy
  • Published: Monday, 19 August 2019
  • , Updated: 19 August 2019, 02:02 PM IST

ମୁମ୍ବାଇ: କଲର୍ସ ଟିଭି ଚ୍ୟାନେଲ୍ ପକ୍ଷରୁ କରାଯାଇଥିବା ଏକ ଟ୍ୱିଟ୍‌ ଦେଖି ରାଗି ଯାଇଛନ୍ତି ବିଗ୍‌ବସ୍‌ ସିଜିନ୍‌-୧୧ର ବିଜୟିନୀ ଶିଳ୍ପା ସିନ୍ଦେ। ଏହି ଟ୍ୱିଟ୍‌ରେ ଦର୍ଶକଙ୍କ ଉଦ୍ଦେଶ୍ୟରେ ଏକ ପ୍ରଶ୍ନ କରାଯାଇଛି। ଏଥିରେ ପଚରାଯାଇଛି- ‘ଯଦି ଶିଳ୍ପା ସିନ୍ଦେ ଓ ଦୀପିକା କକ୍କରଙ୍କୁ ବିଗ୍‌ବସ୍‌ର ଗୋଟିଏ ସିଜିନ୍‌ରେ ନିଆଯାଏ, ତା’ହେଲେ କିଏ ଜିତିବେ?’

ଦୀପିକାଙ୍କୁ ତ ଆପଣମାନେ ଜାଣିଥିବେ ନିଶ୍ଚୟ! ସେ ବିଗ୍‌ବସ୍ ସିଜିନ୍-୧୨ ଜିତିଥିଲେ।

https://twitter.com/ColorsTV/status/1161530497455001601

ଏ ଟ୍ୱିଟ୍ ଦେଖିବା ପରେ ଶିଳ୍ପା ଫିଡ଼ିକି ଯାଇ ଲେଖିଛନ୍ତି- ‘ଭଲ ପ୍ରଶ୍ନ। ହେଲେ ଯଦି ବି ସେ (ଦୀପିକା) ଜିତିଯାଆନ୍ତି ତେବେ ମଧ୍ୟ ଠିକ୍‌ ଅଛି। ଦୀପିକା ନିଜ ବିଗ୍‌ବସ୍‌ ଯାତ୍ରାରେ ମୋତେ କପି କରିଛନ୍ତି। କୁହାଯାଏ ଯେ ନକଲ କରିବା ଚାପଲୁସିର ସବୁଠୁ ଭଲ ସ୍ୱରୂପ।’ ଏହା ପୂର୍ବରୁ ମଧ୍ୟ ଦୀପିକାଙ୍କୁ ନେଇ ଅନେକ କିଛି କହିଛନ୍ତି ଶିଳ୍ପା।

[caption id="attachment_422168" align="aligncenter" width="750"] ଦୀପିକା କକ୍କର[/caption]

ଶିଳ୍ପା ‘ବିଗବସ୍‌ ସିଜିନ୍‌-୧୧’ ଜିତିବା ପରଠୁ ଆଉ ପରଦାରେ ଦେଖାଯାଉ ନାହାନ୍ତି। ଏପରିକି ସୋଶାଲ୍‌ ମିଡିଆରେ ମଧ୍ୟ ସେ ଗତ ୬ ମାସ ହେବ ଆକ୍ଟିଭ ନଥିଲେ।

https://twitter.com/Namrata__14/status/1161553126190485505

https://twitter.com/SaumyaShilpian/status/1161541796939345921

ତେବେ ଚ୍ୟାନେଲ୍‌ ପକ୍ଷରୁ ପଚରା ଯାଇଥିବା ଉକ୍ତ ପ୍ରଶ୍ନର ଉତ୍ତରରେ କିଛି ଲୋକ ଶିଳ୍ପାଙ୍କ ସପକ୍ଷରେ ମତ ରଖିଥିବା ବେଳେ ଆଉ କିଛି ଦୀପିକାଙ୍କ ସପକ୍ଷରେ ମତ ଦେଇଛନ୍ତି। ଜଣେ ୟୁଜର ଲେଖିଛନ୍ତି, ‘ଦେଖ କଲର୍ସ ଟିଭି, ଏମିତି ଫାଲ୍‌ତୁଗିରି କଲେ କ’ଣ ମିଳିବ? ଗାଳି ଖାଇବାକୁ ତୁମକୁ ଏତେ ପସନ୍ଦ? ଶିଳ୍ପା ସିନ୍ଦେକୁ ବିଗ୍‌ବସ୍‌-୧୩ର କାହା ସହିତ ତୁଳନା କରିବାକୁ ସାହସ କର।’

ସେହିଭଳି ଅନ୍ୟ ଜଣେ ଲେଖିଛନ୍ତି, ‘ଶିଳ୍ପା ସବୁ ସିଜିନ୍‌ର ବସ୍‌। ତାଙ୍କୁ କାହା ସହ ତୁଳନା କରିବା ଆଦୌ ଠିକ୍ ନୁହେଁ। ସେ ଲକ୍ଷ ଲକ୍ଷ ଦର୍ଶକଙ୍କ ହୃଦୟ ଜିତିଛନ୍ତି। ଭବିଷ୍ୟତରେ ବି ତାଙ୍କଠୁ ଭଲ କେହି ହୋଇପାରିବେ ନାହିଁ।’

ଅନ୍ୟପକ୍ଷରେ ଦୀପିକାଙ୍କ ଫ୍ୟାନ୍‌ମାନେ ତାଙ୍କୁ ଅସଲି ବିଜେତା ବୋଲି କହୁଛନ୍ତି। ଜଣେ ୟୁଜର ଲେଖିଛନ୍ତି, ‘ଦୀପିକା ସବୁଠୁ ବେଷ୍ଟ୍‌, ଯିଏ ଆଜି ପର୍ଯ୍ୟନ୍ତ ନିଜ ବ୍ୟକ୍ତିତ୍ୱରେ ସମସ୍ତଙ୍କ ମନ ଜିତୁଛନ୍ତି।’

https://twitter.com/Bidisha_7569/status/1161532706704019456

https://twitter.com/khushi_dipi/status/1161534089247232000

ସୂଚନାଯୋଗ୍ୟ, ଖୁବ୍‌ ଶୀଘ୍ର ‘ବିଗବସ୍‌-୧୩’ ଆସୁଛି। ଏଥର ମଧ୍ୟ ଏହି ଶୋ’କୁ ସଲମାନ୍‌ ଖାନ୍‌ ହିଁ ଉପସ୍ଥାପନ କରିବେ ବୋଲି ଆଶା କରାଯାଉଛି। ଏଥର ସିଜିନ୍‌-୧୩ର ସେଟ୍‌ ମୁମ୍ବାଇରେ ହିଁ ତିଆରି ହେବ।

Related story