ମୁମ୍ୱାଇ: ଦେଶର ସବୁଠୁ ବଡ ଶିଳ୍ପପତି ମୁକେଶ ଅମ୍ୱାନୀଙ୍କ ପୁଅ ଆକାଶଙ୍କ ରାଜକୀୟ ବାହାଘର ମାସେ ପୂର୍ବରୁ ସରିଥିଲେ ମଧ୍ୟ ଏହାକୁ ନେଇ ଚର୍ଚ୍ଚା ଥମିବା ନାଁ ଧରୁନି। ଧିରେ ଧିରେ ଏହି ରାଜା ଘର ବିବାହ ସମ୍ୱନ୍ଧିତ ରୋଚକ ଖବର ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଶ୍ଲୋକାଙ୍କ ବିବାହ ସମୟର ଏକ ଲେହେଙ୍ଗା ଏବେ ସୋଶାଲ ମିଡ଼ିଆରେ ଚର୍ଚ୍ଚାର କାରଣ ପାଲଟିଛି। ଏହାର ଡିଜାଇନ ସମ୍ପର୍କରେ ଶୁଣିଲେ ଯେ କେହି ବି ଏହି ଲେହେଙ୍ଗାକୁ ଟିକେ ଦେଖିବାକୁ ଚାହିଁବ।
https://www.instagram.com/p/Bv8sutPnYxa/?utm_source=ig_web_copy_link
ଶ୍ଲୋକାଙ୍କ ସଙ୍ଗୀତ ସେରିମନିର କିଛି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ବହୁତ ସୁନ୍ଦର ଲାଗୁଛନ୍ତି। ଏହି ଫଟୋରେ ଶ୍ଲୋକା ଦୋଳିରେ ବସିଥିବା ବେଳେ ଆକାଶ ତାଙ୍କୁ ଝୁଲାଉଛନ୍ତି। ଦୁହିଁଙ୍କ ପ୍ରେମଭରା ଚାହାଣି ଯାହାର ବି ନଜର ଟାଣିବାକୁ ଯଥେଷ୍ଟ । ଏପରି ଖାସ୍ ମୁହୂର୍ତ୍ତରେ ଶ୍ଲୋକା ଲାଇଟ୍ ପର୍ପଲ କଲରର ଲେହେଙ୍ଗାରେ ପୁରା ପରୀଟିଏ ଭଳି ଲାଗୁଥିଲେ। ଆକାଶ ମଧ୍ୟ ମେରୁନ କଲରର ଶେରୱାନିରେ ଖୁବ ହ୍ୟାଣ୍ଡସମ୍ ଲାଗୁଥିଲେ ।
https://www.instagram.com/p/Bv8swnUnKM6/?utm_source=ig_web_copy_link
ଶ୍ଲୋକାଙ୍କ ଏହି ଲେହେଙ୍ଗା ଡିଜାଇନ କରିଥିଲେ ଫେମଶ୍ ଡିଜାଇନର କ୍ରେଶା ବଜାଜ। ଏହି ଲେହେଙ୍ଗାର ସ୍ୱତନ୍ତ୍ରତା ହେଲା ଯେ, ଏହାକୁ କ୍ରିଷ୍ଟାଲ ଷ୍ଟୋନରେ ସଜା ଯାଇଥିଲା। ଯେଉଁଥିରେ କି ଏହି ଲଭ ବାର୍ଡଙ୍କ ପ୍ରେମ କାହାଣୀ ଖୋଦିତ ହୋଇଥିଲା। ଏହାର ପ୍ରସ୍ତୁତି ନିମନ୍ତେ ୫୦ ହଜାର କ୍ରିଷ୍ଟାଲ ଷ୍ଟୋନ ସହ କାଚର ମୋତି ସମେତ ବହୁ ମୂଲ୍ୟବାନ ଷ୍ଟୋନ ବ୍ୟବହାର ହୋଇଛି। ଏ ସମ୍ପର୍କୀତ ତଥ୍ୟ ଖୋଦ ଏହାକୁ ଡିଜାଇନ କରିଥିବା କ୍ରେଶା ବଜାଜ୍ ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଦେଇଛନ୍ତି।
https://www.instagram.com/p/Bv8spUJnRts/?utm_source=ig_web_copy_link
ଏହି ଲଭବାର୍ଡଙ୍କ ଆହୁରି ବହୁତ ଫଟୋ ମିଡିଆରେ ଶେଆର ହେଉ ହେଉ ଭାଇରାଲ ହେବାରେ ଲାଗିଛି। ଏହା ପୂର୍ବରୁ ଶ୍ଲୋକାଙ୍କ ମେହେନ୍ଦୀ ସେରିମନିର ଫଟୋ ମଧ୍ୟ ନଜରକୁ ଆସିଛି। ଏକ ଫଟୋରେ ସେ ଅବୁ ଜାନୀ, ସନ୍ଦୀପ ଖୋସଲାଙ୍କ ଦ୍ୱାରା ଡିଜାଇନ୍ ହୋଇଥିବା ମଲଟି କଲର ଲେହେଙ୍ଗା ପିନ୍ଧି ଖୁବ୍ ଆକର୍ଷଣୀୟ ଲାଗୁଥିଲେ।