ସେନ୍ସର ବୋର୍ଡ଼ ହସ୍ତକ୍ଷେପ କରି ନଥିଲେ ଗବ୍ବର ସିଂଙ୍କୁ କିଲିବିଲି କରିମାରି ଥାନ୍ତେ ଠାକୁର, ଅଭିଯୋଗ ଆଣିଲେ ନିର୍ଦ୍ଦେଶକ
ମୁମ୍ବାଇ: କୌଣସି ସିନେମା ବା ଚଳଚ୍ଚିତ୍ର ରିଲିଜ୍ ପୂର୍ବରୁ ଅନୁମୋଦନ ପାଇଁ ସେନ୍ସର ବୋର୍ଡ଼ ପାଖକୁ ଯାଇଥାଏ। ସିନେମାଟି କେଉଁ ସାର୍ଟିଫିକେଟ ପାଇବ, କେଉଁ ସିନ୍ କେତେ ପରିମାଣରେ ରହିବ ଏବଂ ଷ୍ଟୋରୀଟି କାହା ଉପରେ ପର୍ଯ୍ୟବେସିତ ସର୍ବୋପରି ଏହା ପ୍ରଦର୍ଷିତ ଯୋଗ୍ୟକି ନୁହେଁ ତାହା ଯାଞ୍ଚ କରିଥାଏ ସେନ୍ସର ବୋର୍ଡ଼। କାରଣ ସେନ୍ସର ବୋର୍ଡ଼ ବା ସେଣ୍ଟ୍ରାଲ ବୋର୍ଡ଼ ଅଫ ସାର୍ଟିଫିକେଟ (ସିବିଏଫସି) ହେଉଛି ସିନେମାକୁ ସିକୃତୀ ଦେବାର କ୍ଷମତା ପ୍ରାପ୍ତ ଅଧିକାରୀ। ହେଲେ ଏହି […]
ମୁମ୍ବାଇ: କୌଣସି ସିନେମା ବା ଚଳଚ୍ଚିତ୍ର ରିଲିଜ୍ ପୂର୍ବରୁ ଅନୁମୋଦନ ପାଇଁ ସେନ୍ସର ବୋର୍ଡ଼ ପାଖକୁ ଯାଇଥାଏ। ସିନେମାଟି କେଉଁ ସାର୍ଟିଫିକେଟ ପାଇବ, କେଉଁ ସିନ୍ କେତେ ପରିମାଣରେ ରହିବ ଏବଂ ଷ୍ଟୋରୀଟି କାହା ଉପରେ ପର୍ଯ୍ୟବେସିତ ସର୍ବୋପରି ଏହା ପ୍ରଦର୍ଷିତ ଯୋଗ୍ୟକି ନୁହେଁ ତାହା ଯାଞ୍ଚ କରିଥାଏ ସେନ୍ସର ବୋର୍ଡ଼। କାରଣ ସେନ୍ସର ବୋର୍ଡ଼ ବା ସେଣ୍ଟ୍ରାଲ ବୋର୍ଡ଼ ଅଫ ସାର୍ଟିଫିକେଟ (ସିବିଏଫସି) ହେଉଛି ସିନେମାକୁ ସିକୃତୀ ଦେବାର କ୍ଷମତା ପ୍ରାପ୍ତ ଅଧିକାରୀ। ହେଲେ ଏହି ଅଧିକାର ଜାହିରି କରିବାକୁ ଯାଇ ବେଳେ ବେଳେ ସେନ୍ସର ବୋର୍ଡ଼ ଅଜଥା ହସ୍ତକ୍ଷେପ କରିଥାଏ। ଏମିତି ଅଭିଯୋଗ ଅନେକ ସମୟରେ ଆସୁଥିଲା ବେଳେ ନିକଟରେ ଶୋଲେ ଫିଲ୍ମର ନିର୍ଦ୍ଦେଶକ ରମେଶ ସିପ୍ପୀ ମଧ୍ୟ ସମାନ ଧରଣର ଅଭିଯୋଗ ଆରିଛନ୍ତି। ବଲିଉଡ ଜଗତର ବହୁ ଚର୍ଚ୍ଚିତ ସିନେମା ଶୋଲେର ର ନିର୍ଦ୍ଦେଶକ ରମେଶ ଅଭିଯୋଗ କରିଛନ୍ତି ଯେ, ଯଦି ସେନ୍ସରବୋର୍ଡ଼ ହସ୍ତକ୍ଷେପ କରି ନ ଥାନ୍ତା ତେବେ ସିନେମାର ଶେଷ ପର୍ଯ୍ୟାୟ କାହାଣୀ ଭିନ୍ନ ରୂପ ନେଇଥାନ୍ତା। ସିନେମାର ମୁଖ୍ୟ କାହାଣୀ ଅନୁଯାୟୀ ଭିଲେନ ଗବ୍ବର ସିଂ (ଅମ୍ଜାଦ ବାଦସାହ)ଙ୍କୁ ଏକ ଭିନ୍ନ ଶୈଳୀରେ ମାରି ଠାକୁର ହିଁ ବଦଲା ନେଇଥାନ୍ତେ।
ଠିକ୍ ଯେମିତି ଗବ୍ବର ସିଂ ଠାକୁରଙ୍କୁ ହାଣିଥିଲେ। ଆଉ ସେହି ଅନୁଯାୟୀ କାହାଣୀ ମଧ୍ୟ ଗତିଶୀଳ ହୋଇଥିଲା। ସିନେମାର ଶେଷ ସିନ୍ରେ ଗବ୍ବର ସିଂଙ୍କୁ ଠାକୁର ମାରିବା ପାଇଁ ଯେଉଁ ଦୃଶ୍ୟମାନ ହୋଥିଲା ତାହା କାଟିବାକୁ ଦାବି କରିଥିଲା ସେନ୍ସରବୋର୍ଡ଼। କାହାଣୀ ଅନୁଶାରେ ଠାକୁରଙ୍କ ହାତ ହାଣି ଦିଆଯାଇଥିବାରୁ ଏହାର ପ୍ରତିଶୋଧ ନେବାକୁ ଯାଇ ଠାକୁର ଗୋଡ଼ରେ ଦଳି ଗବ୍ବର ସିଂ ଙ୍କୁ ମାରିଥାନ୍ତେ। କାରଣ କୌଣସି ବନ୍ଧୁକ କିମ୍ବା ଅନ୍ୟ କୌଣସି ଅସ୍ତ୍ରକୁ ସେ ବ୍ୟବହାର କରିପାରିବେ ନାହିଁ।
ହେଲେ ଏହି ଦୃଶ୍ୟ କୁଆଡ଼େ ଅତ୍ୟଧିକ ଆପତ୍ତିଜନକ ଏବଂ ହିଂସାତ୍ମକ ଥିଲା। ଆଉ ଦର୍ଶକଙ୍କ ଉପରେ ଏହାର କୁପ୍ରଭାବ ପଡ଼ିଥାନ୍ତା ବୋଲି ଆପତ୍ତି ଉଠାଇଥିଲା ସେନ୍ସର ବୋର୍ଡ଼। ତେଣୁ ଏହି ସିନ୍ କାଟିବାକୁ ଦାବି କରିଥିଲା ସେନ୍ସର ବୋର୍ଡ଼। ସେନ୍ସର ବୋର୍ଡ଼ କଥା ମାନି ଏହି ସିନ୍କୁ କାଣ୍ଟଛାଣ୍ଟ କରିଥିଲେ ରମେଶ ସିପ୍ପୀ। ଶେଷରେ ଗବ୍ବର ସିଂଙ୍କ ଉପରେ ଠାକୁର ପ୍ରତିଶୋଧ ନେଇଥିଲେ ସତ। ହେଲେ ସିନ୍ଟି କିନ୍ତୁ ଦମଦାର ନଥିଲା ଆଉ ମୁଁ ଏଥିରେ ଖୁସି ନଥିଲି ବୋଲି ନିର୍ଦ୍ଦେଶକ ରମେଶ ସିପ୍ପୀ ଅଭିଯୋଗ ଆଣିଥିଲେ।
୧୯୭୫ ମସିହା ଅଗଷ୍ଟ ୧୫ ତାରିଖରେ ରିଲିଜ ହୋଇଥିଲା ଶୋଲେ। ନିର୍ଦ୍ଦେଶକ ରମେଶ ସିପ୍ପୀଙ୍କ ନିର୍ଦେଶିତ ଏହି ବଲିଉଡ କ୍ଲାସିକ ଇଣ୍ଡଷ୍ଟ୍ରିରେ ଏକ ମାଇଲଷ୍ଟୋନ ହୋଇ ରହିଛି। ଫିଲ୍ମରେ ଅମିତାଭ ବଚ୍ଚନ, ଧର୍ମେନ୍ଦ୍ର, ସଞ୍ଜୀବ କୁମାର, ଅମଜାଦ ଖାନ୍ ଏବଂ ହେମାମାଳିନୀ ଅଭିନୟ କରିଥିଲେ। ବିଶେଷ କରି ଗବ୍ବର ସିଂ ଭୂମିକାରେ ଅମଜାଦ ଖାନଙ୍କ ଚରିତ୍ରକୁ ଆଜି ପର୍ଯ୍ୟନ୍ତ ଲୋକେ ଭୁଲି ପାରି ନାହାନ୍ତି।