ଉଚ୍ଚତା କମ୍‌, କାମରେ ବଡ଼ ଏହି ବଲିଉଡ୍‌ ଅଭିନେତ୍ରୀ

ମୁମ୍ବାଇ: ଉଚ୍ଚତାକୁ ନେଇ ଅନେକ ଲୋକଙ୍କୁ ଥଟ୍ଟା ପରିହାସର ଶିକାର ହେବାକୁ ପଡ଼େ। ଏମିତି ବି ଅନେକ ଚାକିରି ଅଛି ଯେଉଁଥିରେ କମ୍‌ ଉଚ୍ଚତା ପାଇଁ  ଆବେଦନ ବି କରିହୁଏ ନାହିଁ।  ଗ୍ଲାମର ଇଣ୍ଡଷ୍ଟ୍ରି ବି ସେମିତି। ଯେଉଁଠି ଫିଗର ଓ ଉଚ୍ଚତା ପରଫେକ୍ଟ ଥିବା ଆବଶ୍ୟକ। ଖାସ୍‌କରି ଅଭିନେତ୍ରୀଙ୍କ ପାଇଁ ଏହି ମାପଦଣ୍ଡ ବେଶୀ ପ୍ରଯୁଜ୍ୟ। ଏମିତି ବି ପ୍ରତିଭା ଥାଇ ମଧ୍ୟ ଅନେକ ଝିଅଙ୍କୁ  ମଡେଲିଂ ଓ ଫିଲ୍ମରେ କାମ ମିଳି ପାରିନାହିଁ। ଏ […]

thumbnail9-800x600

Rakesh Mallick
  • Published: Tuesday, 10 July 2018
  • , Updated: 10 July 2018, 10:26 AM IST

ମୁମ୍ବାଇ: ଉଚ୍ଚତାକୁ ନେଇ ଅନେକ ଲୋକଙ୍କୁ ଥଟ୍ଟା ପରିହାସର ଶିକାର ହେବାକୁ ପଡ଼େ। ଏମିତି ବି ଅନେକ ଚାକିରି ଅଛି ଯେଉଁଥିରେ କମ୍‌ ଉଚ୍ଚତା ପାଇଁ  ଆବେଦନ ବି କରିହୁଏ ନାହିଁ।  ଗ୍ଲାମର ଇଣ୍ଡଷ୍ଟ୍ରି ବି ସେମିତି। ଯେଉଁଠି ଫିଗର ଓ ଉଚ୍ଚତା ପରଫେକ୍ଟ ଥିବା ଆବଶ୍ୟକ। ଖାସ୍‌କରି ଅଭିନେତ୍ରୀଙ୍କ ପାଇଁ ଏହି ମାପଦଣ୍ଡ ବେଶୀ ପ୍ରଯୁଜ୍ୟ। ଏମିତି ବି ପ୍ରତିଭା ଥାଇ ମଧ୍ୟ ଅନେକ ଝିଅଙ୍କୁ  ମଡେଲିଂ ଓ ଫିଲ୍ମରେ କାମ ମିଳି ପାରିନାହିଁ। ଏ ସବୁ ସତ୍ତ୍ୱେ ବଲିଉଡ୍‌ର ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ କମ୍‌ ଉଚ୍ଚତା ଥାଇ ମଧ୍ୟ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି।  ଆଉ ଇଣ୍ଡଷ୍ଟ୍ରିରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।  ଚାଲନ୍ତୁ ସେମିତି କିଛି ଅଭିନେତ୍ରୀଙ୍କ ବିଷୟରେ ଜାଣିବା।

ଆଲିଆ ଭଟ୍ଟ: ଆଲିଆ ଭଟ୍ଟ ବଲିଉଡ୍‌ର ସବୁଠୁ କ୍ୟୁଟ୍‌ ଅଭିନେତ୍ରୀ। ସେ ତାଙ୍କର ସବୁ ଫିଲ୍ମରେ ନିଜ ଚରିତ୍ରକୁ ନିପୁଣ ଭାବେ ନିଭାଇଛନ୍ତି।  ‘ହାଇୱେ’, ‘ଡିଅର ଜିନ୍ଦେଗୀ’, ‘ହମ୍ପଟି ଶର୍ମାକି ଦୁଲ୍‌ହନିଆ’ ଓ ‘ରାଜି’ ଭଳି ଫିଲ୍ମରେ ଜବରଦସ୍ତ ଅଭିନୟ କରିଛନ୍ତି। ନିକଟରେ ରିଲିଜ୍ ହୋଇଥିବା ‘ରାଜି’ ବକ୍ସ ଅଫିସ୍‌ର ଅନେକ ରେକର୍ଡକୁ ଭାଙ୍ଗି ଦେଇଛି। ଏତେ କମ୍‌ ବୟସରେ ଏତେ  ସଫଳତା ପାଇଥିବା ଅଭିନେତ୍ରୀଙ୍କ ଅଚ୍ଚତା ହେଉଛି ୫ ଫୁଟ୍‌ ୩ ଇଞ୍ଚ୍‌।

କାଜୋଲ: କାଜୋଲ ବଲିଉଡ୍‌ର ଜଣେ ଲୋକପ୍ରିୟ ଅଭିନେତ୍ରୀ। ନିଜ ହସ ଓ ଅଭିନୟ ପାଇଁ କୋଟି କୋଟି ଦର୍ଶକଙ୍କ ହୃଦୟରେ ରାଜ୍‌ କରନ୍ତି । ଅନେକ ସୁପରହିଟ୍‌ ଫିଲ୍ମ ଦେଇଥିବା କାଜୋଲଙ୍କ ଉଚ୍ଚତା ହେଉଛି ୫ ଫୁଟ୍‌ ୪ ଇଞ୍ଚ୍‌।

ରାଣୀ ମୁଆର୍ଜୀ: ରାଣୀ ମୁଖାର୍ଜୀ ବଲିଉଡ୍‌ର ଟପ୍‌ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ। ସୁନ୍ଦରତାରେ ସେ କାହାରିଠାରୁ କମ୍‌ ନୁହନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ରାଣୀଙ୍କ ଉଚ୍ଚତା ହେଉଛି ୫ ଫୁଟ୍‌ ୨ ଇଞ୍ଚ୍‌। ଯେତେବେଳେ ସେ ଇଣ୍ଡଷ୍ଟ୍ରିକୁ ଆସିଥିଲେ ଉଚ୍ଚତା ପାଇଁ ତାଙ୍କୁ ଅନେକ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। କିନ୍ତୁ ନିଜ ଅଭିନୟ ଯାଦୁରେ ସେ ସମସ୍ତଙ୍କ ମୁହଁ ବନ୍ଦ କରିଦେଇଥିଲେ।

ବିଦ୍ୟା ବାଲନ: ଡାର୍ଟିଗାର୍ଲ ବିଦ୍ୟା ବାଲନ ଜଣେ ଦକ୍ଷ ଅଭିନେତ୍ରୀ। ସେ ‘ଡାର୍ଟି’ ଫିଲ୍ମ ପାଇଁ ଜାତୀୟ ପୁରସ୍କାର ପାଇଛନ୍ତି । ବିଦ୍ୟା ବାଲନଙ୍କ ଉଚ୍ଚତା ୫ଫୁଟ୍‌ ୩ ଇଞ୍ଚ୍‌।  ଉଚ୍ଚତା ସହିତ ବିଦ୍ୟାଙ୍କ ଓଜନ ବି ଅଧିକ। କିନ୍ତୁ ଏହା ତାଙ୍କ ସଫଳତା ଉପରେ କୌଣସି ପ୍ରଭାବ ପକାଇ ନାହିଁ।

ଶ୍ରଦ୍ଧା କପୁର: ଆସିକୀ ଗର୍ଲ ଶ୍ରଦ୍ଧା କପୁର ଖୁବ୍‌ କମ୍‌ ଦିନ ମଧ୍ୟରେ ବଲିଉଡ୍‌ରେ ଲୋକପ୍ରିୟତା ହାସଲ କରିପାରିଛନ୍ତି। ତାଙ୍କ ଉଚ୍ଚତା କମ୍‌ ଥାଇବି ବଲିଉଡ୍‌ର ଜଣେ ଲୋକପ୍ରିୟ ଅଭିନେତ୍ରୀ ଭାବେ ନିଜକୁ ପ୍ରମାଣିତ କରିଛନ୍ତି। ତାଙ୍କ ଉଚ୍ଚତା ୫ ଫୁଟ୍‌ ୩ ଇଞ୍ଚ୍‌।

ଜୟା ବଚ୍ଚନ: ବଲିଉଡ୍‌ ସେହେନ୍‌ଶାହା ଅମିତାଭ ବଚ୍ଚନଙ୍କ ପତ୍ନୀ ଜୟା ବଚ୍ଚନ ନିଜ ସମୟରେ ଜଣେ ପ୍ରସିଦ୍ଧ ଅଭିନେତ୍ରୀ। କିନ୍ତୁ ଆମେ ସମସ୍ତ ଜାଣିଛେ ତାଙ୍କ ଉଚ୍ଚତା ଖୁବ୍‌ କମ୍‌। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ତାଙ୍କ ଉଚ୍ଚତା ମାତ୍ର ୫ ଫୁଟ୍‌ ୨ଇଞ୍ଚ୍‌।

 

 

Related story