ବନ୍ଦ ହୋଇଯିବ 'ଏକ୍‌ ଭ୍ରମ୍‌…ସର୍ବଗୁଣ ସମ୍ପନ୍ନ'

ମୁମ୍ବାଇ: ଚଳିତବର୍ଷ ଏପ୍ରିଲ ୨୨ରେ ଷ୍ଟାରପ୍ଲସ୍‌ରେ ଲଞ୍ଚ୍‌ ହୋଇଥିବା ଧାରାବାହିକ ‘ଏକ୍‌ ଭ୍ରମ୍‌…ସର୍ବଗୁଣ ସମ୍ପନ୍ନ’ ବନ୍ଦ ହୋଇଯିବ ବୋଲି ଚର୍ଚ୍ଚା ହେଉଛି।  ଏହି ଶୋ’ରେ ଶ୍ରେନୁ ପାରିଖ ଓ ଜୈନ୍ ଇମାମ୍ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ବେଳେ ଏହାକୁ ଦର୍ଶକ ଏତେଟା ପସନ୍ଦ କରୁ ନଥିବା ଜଣାପଡ଼ିଛି। https://www.instagram.com/p/Busu2dPHBmN/?utm_source=ig_web_copy_link ସୂଚନା ଅନୁଯାୟୀ, ଏହି ଧାରାବାହିକର ଟିଆର୍‌ପି ବହୁତ ଖରାପ ରହିଛି। ତେଣୁ ଶୋ’କୁ ନିର୍ମାତା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ମାସ ୧୩ ତାରିଖ […]

ek-bhram

Chinmayee Roy
  • Published: Sunday, 18 August 2019
  • , Updated: 18 August 2019, 04:16 PM IST

ମୁମ୍ବାଇ: ଚଳିତବର୍ଷ ଏପ୍ରିଲ ୨୨ରେ ଷ୍ଟାରପ୍ଲସ୍‌ରେ ଲଞ୍ଚ୍‌ ହୋଇଥିବା ଧାରାବାହିକ ‘ଏକ୍‌ ଭ୍ରମ୍‌…ସର୍ବଗୁଣ ସମ୍ପନ୍ନ’ ବନ୍ଦ ହୋଇଯିବ ବୋଲି ଚର୍ଚ୍ଚା ହେଉଛି।  ଏହି ଶୋ’ରେ ଶ୍ରେନୁ ପାରିଖ ଓ ଜୈନ୍ ଇମାମ୍ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ବେଳେ ଏହାକୁ ଦର୍ଶକ ଏତେଟା ପସନ୍ଦ କରୁ ନଥିବା ଜଣାପଡ଼ିଛି।

https://www.instagram.com/p/Busu2dPHBmN/?utm_source=ig_web_copy_link

ସୂଚନା ଅନୁଯାୟୀ, ଏହି ଧାରାବାହିକର ଟିଆର୍‌ପି ବହୁତ ଖରାପ ରହିଛି। ତେଣୁ ଶୋ’କୁ ନିର୍ମାତା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ମାସ ୧୩ ତାରିଖ ସୁଦ୍ଧା ଏହା ବନ୍ଦ ହୋଇଯାଇପାରେ।  ଏହି ଶୋ’ ସ୍ଥାନରେ ଗୁଲ୍‌ ଖାନ୍‌ଙ୍କ ଅପ୍‌କମିଂ ଶୋ’ ‘ରାଜ୍‌ ମହଲ୍’ ପ୍ରସାରିତ ହେବ।

https://www.instagram.com/p/B1GojrUHmy2/?utm_source=ig_web_copy_link

‘ଏକ ଭ୍ରମ୍‌…ସର୍ବଗୁଣ ସମ୍ପନ୍ନ’ର କାହାଣୀ ବେଶ୍ ମଜାଦାର୍‌। ଜଣେ ସର୍ବଗୁଣ ସମ୍ପନ୍ନ ବୋହୂ କିପରି ଏକ ପରିବାରକୁ ବରବାଦ୍ କରି ଦେବାକୁ ଚେଷ୍ଟା କରୁଛି, ତା’ରି ଉପରେ କାହାଣୀ ଗତିଶୀଳ ହୋଇଥିଲା। କିନ୍ତୁ ଧୀରେ ଧୀରେ କାହାଣୀକୁ ଠିକ୍ ଢଙ୍ଗରେ ଆଗକୁ ବଢ଼ାଇବାରେ ଶୋ’ର ନିର୍ମାତା ଓ ନିର୍ଦ୍ଦେଶକ ବିଫଳ ହୋଇଥିଲେ। ଶ୍ରେନୁ ପାରିଖ୍ ଏଥିରେ ଖଳନାୟିକା ଭୂମିକାରେ ଥିବା ବେଳେ ତାଙ୍କ ଚରିତ୍ରକୁ ମଜଭୁତ୍ ଢଙ୍ଗରେ ପରଦାରେ ଦେଖାଇବାରେ ସେମାନେ ବିଫଳ ହୋଇଥିଲେ। ତେଣୁ ଶୋ’ର ଟିଆର୍‌ପି କମିଗଲା ବୋଲି କୁହାଯାଉଛି।

https://www.instagram.com/p/ByKuJMnHhWO/?utm_source=ig_web_copy_link

ଏହା ପୂର୍ବରୁ ଷ୍ଟାରପ୍ଲସ୍‌ରେ ପ୍ରସାରିତ ହେଉଥିବା ଆଉ ଏକ ଶୋ’ ‘ଦିଲ୍‌ ତୋ ହାପି ହେ ଜି’ର ପ୍ରସାରଣକୁ ବନ୍ଦ କରାଯାଇ ତା’ ବଦଳରେ ‘ସଞ୍ଜୀବନୀ’ ପ୍ରସାରିତ କରାଯାଉଛି।

Related story