ଫିଲ୍ମି ଫ୍ରାଇଡେରେ ପରଦାକୁ ଆସିଲା ‘ସିମରନ’ ଓ ‘ଲକ୍ଷ୍ମୌ ସେଣ୍ଟ୍ରାଲ’

ମୁମ୍ୱାଇ: ଆଜି ଫିଲ୍ମି ଫ୍ରାଇଡେରେ ସିଲଭର ସ୍କ୍ରିନକୁ ଆସିଛି ଦୁଇଟି ବଲିଉଡ୍‌ ଫିଲ୍ମ। କଙ୍ଗନା ରଣାଓ୍ୱତଙ୍କ ଅଭିନୀତ ଫିଲ୍ମ ‘ସିମରନ’ ରିଲିଜ୍ ହୋଇଛି। ଏଥିରେ କଙ୍ଗନା ଲିଡ୍ ରୋଲରେ ଅଛନ୍ତି। ସାଧାରଣ ଗୁଜରାଟୀ ପରିବାରରୁ ଆସିଥିବା ଜଣେ ଝିଅ କେମିତି  ବିଶ୍ୱ ଅପରାଧ ଜଗତରେ ଫସିଯାଉଛି ତାହା ‘ସିମରନ’ର କାହାଣୀ। ସେହିପରି ରିଲିଜ୍ ହୋଇଛି ଫିଲ୍ମ ‘ଲକ୍ଷ୍ମୌ ସେଣ୍ଟ୍ରାଲ’। ଏହି ଫିଲ୍ମରେ ଫରହାନ ଅଖତର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ସିଙ୍ଗର ହେବକୁ ଚାହୁଁଥିବା ଜଣେ ଯୁବକ […]

Rakesh Mallick
  • Published: Friday, 15 September 2017
  • , Updated: 15 September 2017, 11:05 AM IST

ମୁମ୍ୱାଇ: ଆଜି ଫିଲ୍ମି ଫ୍ରାଇଡେରେ ସିଲଭର ସ୍କ୍ରିନକୁ ଆସିଛି ଦୁଇଟି ବଲିଉଡ୍‌ ଫିଲ୍ମ। କଙ୍ଗନା ରଣାଓ୍ୱତଙ୍କ ଅଭିନୀତ ଫିଲ୍ମ ‘ସିମରନ’ ରିଲିଜ୍ ହୋଇଛି। ଏଥିରେ କଙ୍ଗନା ଲିଡ୍ ରୋଲରେ ଅଛନ୍ତି। ସାଧାରଣ ଗୁଜରାଟୀ ପରିବାରରୁ ଆସିଥିବା ଜଣେ ଝିଅ କେମିତି  ବିଶ୍ୱ ଅପରାଧ ଜଗତରେ ଫସିଯାଉଛି ତାହା ‘ସିମରନ’ର କାହାଣୀ।

ସେହିପରି ରିଲିଜ୍ ହୋଇଛି ଫିଲ୍ମ ‘ଲକ୍ଷ୍ମୌ ସେଣ୍ଟ୍ରାଲ’। ଏହି ଫିଲ୍ମରେ ଫରହାନ ଅଖତର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ସିଙ୍ଗର ହେବକୁ ଚାହୁଁଥିବା ଜଣେ ଯୁବକ କିପରି ଏକ ମିଛ ହତ୍ୟା ମାମଲାରେ ଫସି ଜେଲରେ ରହୁଛି ଓ ସେଠାରୁ ଖସିବା ପାଇଁ ପ୍ଲାନ୍ ତିଆରି କରୁଛି ତା’ରି ଉପରେ ଫିଲ୍ମର କାହାଣୀ ଗତିଶୀଳ।

ହଲିଉଡ୍ ଫିଲ୍ମ ଟର୍ମିନେଟର ସିରିଜର ଆଉ ଏକ ଫିଲ୍ମ ‘ଟର୍ମିନେଟର ଟୁ-ଜଜ୍‌ମେଣ୍ଟ ଡେ’କୁ ଥ୍ରୀଡି ରୂପ ଦିଆଯାଇଛି। ଏହି ଫିଲ୍ମିରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି ଆର୍ନୋଲ୍ଡ ସ୍ୱାରଜେନେଜା। ଭାରତରେ ଏହା ୪ଟି ଭାଷାରେ ରିଲିଜ ହୋଇଛି।

Related story