ଭାରତ ବିରୋଧରେ ଆପତ୍ତିଜନକ ଶବ୍ଦ ପ୍ରୟୋଗ କଲେ ହାର୍ଡ କୌର

ନୂଆଦିଲ୍ଲୀ: ବଲିଉଡ୍‌ ଗାୟିକା ତଥା ରାପର୍‌ ତରନ କୌର ଢିଲୋନ୍‌ ଓରଫ୍‌ ହାର୍ଡ କୌର ଭାରତ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ଆପତ୍ତିଜନକ ଶବ୍ଦ ବ୍ୟବହାର କରିଛନ୍ତି। ଏନେଇ ଏକ ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଛି। ଏଥିରେ ସେ ‘ଖାଲିସ୍ତାନ ଜିନ୍ଦାବାଦ୍‌’ ନାରା ଦେବା ସହିତ ଭାରତ ପ୍ରତି ଅପଶବ୍ଦ ବ୍ୟବହାର କରିଛନ୍ତି। ଭିଡିଓରୁ ଦେଖିବାକୁ ମିଳିଛି ଯେ, ହାର୍ଡ କୌର ପ୍ରଥମେ ନିଜ କାର୍‌ରୁ ଓହ୍ଲାଉଛନ୍ତି ଓ ସେଥିରେ ବସିଥିବା ତାଙ୍କର ଜଣେ ସାଥୀଙ୍କୁ […]

HardKaur

HardKaur

Jitendra Garnayak
  • Published: Tuesday, 13 August 2019
  • Updated: 13 August 2019, 02:34 PM IST

ନୂଆଦିଲ୍ଲୀ: ବଲିଉଡ୍‌ ଗାୟିକା ତଥା ରାପର୍‌ ତରନ କୌର ଢିଲୋନ୍‌ ଓରଫ୍‌ ହାର୍ଡ କୌର ଭାରତ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ଆପତ୍ତିଜନକ ଶବ୍ଦ ବ୍ୟବହାର କରିଛନ୍ତି। ଏନେଇ ଏକ ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଛି। ଏଥିରେ ସେ ‘ଖାଲିସ୍ତାନ ଜିନ୍ଦାବାଦ୍‌’ ନାରା ଦେବା ସହିତ ଭାରତ ପ୍ରତି ଅପଶବ୍ଦ ବ୍ୟବହାର କରିଛନ୍ତି।

ଭିଡିଓରୁ ଦେଖିବାକୁ ମିଳିଛି ଯେ, ହାର୍ଡ କୌର ପ୍ରଥମେ ନିଜ କାର୍‌ରୁ ଓହ୍ଲାଉଛନ୍ତି ଓ ସେଥିରେ ବସିଥିବା ତାଙ୍କର ଜଣେ ସାଥୀଙ୍କୁ ଭିଡିଓ ଉତ୍ତୋଳନ କରିବାକୁ କହୁଛନ୍ତି। ତା’ପରେ ସେ ରାସ୍ତା ପାର ହୋଇ ଏକ ବସ୍‌ ସାମ୍ନାରେ ପହଞ୍ଚିଛନ୍ତି, ଯେଉଁଥିରେ ନ୍ୟୁ ଇଣ୍ଡିଆ ଲେଖା ହୋଇଛି। ତା’ପରେ ସେ ଭାରତ ଓ ଭାରତ ସରକାରଙ୍କ ପ୍ରତି ଖରାପ ଶବ୍ଦ ପ୍ରୟୋଗ କରିଛନ୍ତି। ତ’ସହିତ କିଛି ଅଭଦ୍ର ଆଚରଣ ବି କରିଛନ୍ତି। ସେ ଭାରତକୁ ‘ରେପିଷ୍ଟ୍ କଣ୍ଟ୍ରୀ’ ବୋଲି କହିଛନ୍ତି। ତା’ପରେ ସେ ‘ଖାଲିସ୍ତାନ’ ସପକ୍ଷରେ ନାରାବାଜି କରି କାର୍ ନିକଟକୁ ଫେରୁଛନ୍ତି।

kaurଏହା ପୂର୍ବରୁ ହାର୍ଡ କୌରଙ୍କ ଆଉ ଏକ ଭିଡିଓ ସାମ୍ନାକୁ ଆସିଥିଲା। ଏଥିରେ ସେ ଖାଲିସ୍ତାନ ସମର୍ଥକଙ୍କ ସହିତ ଛିଡ଼ା ହୋଇ ସେମାନଙ୍କ ସପକ୍ଷରେ କଥା କହି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ପ୍ରତି ଅପଶବ୍ଦ ବ୍ୟବହାର କରିଥିଲେ।

ଉତ୍ତର ପ୍ରଦେଶର କାନପୁରରେ ଜନ୍ମିତ ହାର୍ଡ କୌର ‘ଜନ୍ନି ଗଦ୍ଦାର’, ‘ଅଗ୍‌ଲି ଔର ପଗ୍‌ଲି’, ‘ସିଙ୍ଗ୍ ଇଜ୍ କିଙ୍ଗ୍’, ‘କିସ୍‌ମତ୍ କନେକ୍ସନ୍‌’, ‘ବଚ୍‌ନା ଏ ହସିନୋ’, ‘ରାମ୍ ଗୋପାଲ୍ ବର୍ମା କି ଆଗ୍‌’, ‘ଅଜବ ପ୍ରେମ୍‌ କି ଗଜବ କାହାନୀ’ ଓ ‘ପ୍ରିନ୍ସ’ ଭଳି ଫିଲ୍ମରେ ଗୀତ ଗାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos