କିସ୍‌ କରି ଫସିଗଲେ ଗାୟକ

ମୁମ୍ୱାଇ: ବଲିଉଡ୍‌ ଗାୟକ ପାପୋନ୍‌ ମ୍ୟୁଜିକ୍‌ ରିଆଲିଟି ଶୋ’ ‘ଭଏସ୍‌ ଅଫ୍‌ ଇଣ୍ଡିଆର’ ଏକ  ପ୍ରତିଯୋଗୀଙ୍କୁ କିସ୍‌ କରି ଫସିଯାଇଛନ୍ତି।  ଶୋ’ର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି। ପାପୋନ ନିଜ ଫେସ୍‌ବୁକ୍‌ ପେଜ୍‌ରେ  ଏକ ଲାଇଭ୍‌ ଭିଡିଓ ସେୟାର କରିଥିଲେ। ଏହି ଭିଡିଓରେ ପାପୁନ ଜୁନିୟର ପ୍ରତିଯୋଗୀଙ୍କୁ କିସ୍‌ କରିଥିଲେ। ଏହି ଶୋ’ର ଜଜ୍‌ ନିଜେ ପାପୁନ। ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ମାତ୍ରେ ଲୋକମାନେ ବିରୋଧ କରିବାକୁ ଲାଗିଥିଲେ। […]

papon

Rakesh Mallick
  • Published: Friday, 23 February 2018
  • , Updated: 23 February 2018, 12:01 PM IST

ମୁମ୍ୱାଇ: ବଲିଉଡ୍‌ ଗାୟକ ପାପୋନ୍‌ ମ୍ୟୁଜିକ୍‌ ରିଆଲିଟି ଶୋ' ‘ଭଏସ୍‌ ଅଫ୍‌ ଇଣ୍ଡିଆର’ ଏକ  ପ୍ରତିଯୋଗୀଙ୍କୁ କିସ୍‌ କରି ଫସିଯାଇଛନ୍ତି।  ଶୋ'ର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି। ପାପୋନ ନିଜ ଫେସ୍‌ବୁକ୍‌ ପେଜ୍‌ରେ  ଏକ ଲାଇଭ୍‌ ଭିଡିଓ ସେୟାର କରିଥିଲେ। ଏହି ଭିଡିଓରେ ପାପୁନ ଜୁନିୟର ପ୍ରତିଯୋଗୀଙ୍କୁ କିସ୍‌ କରିଥିଲେ। ଏହି ଶୋ'ର ଜଜ୍‌ ନିଜେ ପାପୁନ। ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ମାତ୍ରେ ଲୋକମାନେ ବିରୋଧ କରିବାକୁ ଲାଗିଥିଲେ। ଏହାକୁ ନେଇ ଥାନାରେ ଅଭିଯୋଗ ମଧ୍ୟ ଦାଖଲ କରାଯାଇଛି।

ସୁପ୍ରିମ୍‌କୋର୍ଟର ଓକିଲ ରାନୁ ଭୁୟନ ଏହି ଭିଡିଓ ଦେଖି ‘ନ୍ୟାସ୍‌ନାଲ୍‌ କମିସନ୍‌ ଫର୍‌ ପ୍ରୋଟେକ୍ଟିଭ୍‌ ଚାଇଲ୍ଡ୍‌ ରାଇଟ୍ସ୍’ଙ୍କୁ ଗାୟକ ପାପୁନଙ୍କ ବିରୁଦ୍ଧରେ ଏକ ଚିଠି ଲେଖିଥିଲେ।

ଏହି ଚିଠିରେ ସେ ଉଲ୍ଲେଖ କରିଛନ୍ତି- ‘ମୁଁ ଆଶ୍ଚର୍ଯ୍ୟ, ଗାୟକ ପାପୁନ ହୋଲି ରଙ୍ଗ ଲଗାଇ ଏକ ଶିଶୁକୁ ଖରାପ ଢଙ୍ଗରେ କିପରି କିସ୍‌ କରିଛନ୍ତି। ଦେଶ ସାରା ନାବାଳକ ଶିଶୁ ଏହି ଶୋ'ରେ ଭାଗ ନେଉଛନ୍ତି। ମୁଁ ଶିଶୁଙ୍କ ସୁରକ୍ଷା ଓ ସିକ୍ୟୁରିଟିକୁ ନେଇ ଚିନ୍ତିତ।” ଅପରପକ୍ଷରେ ପାପୁନ ଏକ ଫ୍ୟାନ୍‌ପେଜ୍‌ କ୍ଲବ୍‌ର ୪୦ ଜଣ  ଲୋକ ବିରୋଧରେ ଏଫ୍‌ଆଇଆର୍‌ ଦେଇଛନ୍ତି। ଏହି ଫ୍ୟାନ୍‌କ୍ଲବ୍‌ ମୋ ପ୍ରସିଦ୍ଧିରେ କ୍ଷତି ପହଞ୍ଚାଇବାକୁ ଏପରି କରିଛନ୍ତି ବୋଲି ସେ ଏଥିରେ ଅଭିଯୋଗ କରିଛନ୍ତି।

Related story