ବଲିଉଡର ଅବହେଳିତ କଳାକାର: କ୍ୟାନସର ପୀଡ଼ିତ ସୀତାରାମ ମାଗୁଛନ୍ତି ସାହାଯ୍ୟର ଭିକ୍ଷା

ମୁମ୍ବାଇ: ବଲିଉଡ଼ର କୌଣସି ଫିଲ୍ମରେ ଦୁଇରୁ ତିନି ଜଣ କଳାକାରଙ୍କୁ ଗୁରୁତ୍ୱ ଦିଆଯାଉଥିବା ବେଳେ ଅନ୍ୟ ସହ କଳାକାରଙ୍କୁ କୋଣଠେସା କରାଯାଇଥାଏ। ଏହା କାହିଁ କେତେ ଦିନରୁ ଚାଲି ଆସିଛି। ବଲିଉଡର ଏପରି ଜଣେ ପ୍ରତିଷ୍ଠିତ କଳାକାର ଜୀବନ ବଞ୍ଚାଇବାକୁ ସୋସିଆଲ ମିଡିଆରେ ସାହାଯ୍ୟ ମାଗୁଥିବା ଜଣାପଡ଼ିବାର ପରେ ବଲିଉଡ଼ର ଏହି ବିଭେଦ ପୁଣି ଥରେ ପଦାକୁ ଆସିଛି। ଆମେ କହୁଛୁ ସୀତାରାମ ପାଞ୍ଚାଲଙ୍କ ସମ୍ପର୍କରେ। କ୍ୟାନସର ପୀଡିତ ସୀତାରାମଙ୍କ ସ୍ଥିତି ଏବେ ଦୟନୀୟ। ନିଜର ଚିକିତ୍ସା […]

sitaram

sitaram

Rakesh Mallick
  • Published: Wednesday, 19 July 2017
  • Updated: 19 July 2017, 04:02 PM IST

Sports

Latest News

ମୁମ୍ବାଇ: ବଲିଉଡ଼ର କୌଣସି ଫିଲ୍ମରେ ଦୁଇରୁ ତିନି ଜଣ କଳାକାରଙ୍କୁ ଗୁରୁତ୍ୱ ଦିଆଯାଉଥିବା ବେଳେ ଅନ୍ୟ ସହ କଳାକାରଙ୍କୁ କୋଣଠେସା କରାଯାଇଥାଏ। ଏହା କାହିଁ କେତେ ଦିନରୁ ଚାଲି ଆସିଛି। ବଲିଉଡର ଏପରି ଜଣେ ପ୍ରତିଷ୍ଠିତ କଳାକାର ଜୀବନ ବଞ୍ଚାଇବାକୁ ସୋସିଆଲ ମିଡିଆରେ ସାହାଯ୍ୟ ମାଗୁଥିବା ଜଣାପଡ଼ିବାର ପରେ ବଲିଉଡ଼ର ଏହି ବିଭେଦ ପୁଣି ଥରେ ପଦାକୁ ଆସିଛି। ଆମେ କହୁଛୁ ସୀତାରାମ ପାଞ୍ଚାଲଙ୍କ ସମ୍ପର୍କରେ। କ୍ୟାନସର ପୀଡିତ ସୀତାରାମଙ୍କ ସ୍ଥିତି ଏବେ ଦୟନୀୟ। ନିଜର ଚିକିତ୍ସା ଓ ପରିବାର ଚଳାଇବା ପାଇଁ ଏହି କଳାକାର ଜଣଙ୍କୁ ଏଣେତେଣେ ହାତ ପତାଉବାକୁ ପଡ଼ୁଛି।

‘ପାନ ସିଂ ତୋମର’, ‘ୱେଡିଂ କୁଇନ’, ‘ସାରେ ଜାହାଁସେ ମହଙ୍ଗା’, ‘ସ୍ଲମଡାଗ ମିଲେନିଆରୀ’ ଓ ‘ଜଲି ଏଲ୍‌ ଏଲ ବି-୨’ ଭଳି ଚଳଚ୍ଚିତ୍ରରେ ନିଜ ଅଭିନୟର ଯାଦୁ ଦେଖାଇଥିବା ଏହି କଳାକାର ଜଣଙ୍କ ଏବେ କ୍ୟାନସର ସହ ସଂଗ୍ରାମ କରୁଛନ୍ତି। ସ୍ୱାସ୍ଥ୍ୟାବସ୍ଥା ଏପରି ହୋଇଗଲାଣି ଯେ ତାଙ୍କୁ ଦେଖିବାକୁ ମଧ୍ୟ ସାହାସ ଜୁଟାଇବାକୁ ପଡ଼ିବ।

ସେ ଫେସ୍‌ବୁକ୍ ଓ ହ୍ୱାଟ୍ସଆପରେ ବନ୍ଧୁଙ୍କୁ ସାହାଯ୍ୟ ପାଇଁ ନିବେଦନ କରୁଛନ୍ତି। ସୋସିଆଲ ମିଡିଆରେ ସେ ଉଲ୍ଲେଖ କରିଛନ୍ତି- “ଭାଇମାନେ, କ୍ୟାନସରରେ ମୋ ଅବସ୍ଥା ଗୁରୁତର ହେବାରେ ଲାଗିଛି। ମୁଁ ତୁମ କଳାକାର ଭାଇ ସୀତାରାମ ପାଞ୍ଚାଲ।”

ଏବେ ସେ ଫୁସଫୁସ ଓ କିଡନୀ କ୍ୟାନସରେ ପୀଡିତ ସୀତାରମା ଆୟୁର୍ବେଦ ଚିକିତ୍ସା କରାଉଛନ୍ତି। ଟିଭି ଓ ଫିଲ୍ମ ଇଣ୍ଡଷ୍ଟ୍ରିର କିଛି ଲୋକ ତାଙ୍କୁ ସାହାଯ୍ୟର ହାତ ବଢ଼ାଛନ୍ତି। ଇରଫାନ ଖାନ୍‌, ପାଞ୍ଚାଲଙ୍କ ଏନ୍‌ଏସ୍‌ଡି ବ୍ୟାଜ୍‌ମେଣ୍ଟ ସଞ୍ଜୟ ମିତ୍ରା, ରୋହିତାଶ ଗୌଡ଼, ଟିଭି ପ୍ରଡ୍ୟୁସର ରାକେଶ ପାସୱାନ ତାଙ୍କୁ କିଛିଟା ସାହାଯ୍ୟ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos