ବଲିଉଡ୍‌ ଷ୍ଟାରଙ୍କ ଛାଡ଼ପତ୍ର କାହାଣୀ: କିଏ ଦେଇଥିଲା ୪୦୦ କୋଟି, କିଏ ନେଇଥିଲା ଅଧା ସଂପତ୍ତି

ବଲିଉଡ୍ ଇଣ୍ଡଷ୍ଟ୍ରୀରେ ପ୍ରେମ, ବିବାହ ଓ ବିଚ୍ଛେଦ ଖବର ସବୁ ବେଳେ ଲାଗି ରହିଥାଏ। ଏଠି ଷ୍ଟାରମାନେ ନିଜ ପ୍ରେମକୁ ନେଇ ଯେତିକି ଚର୍ଚ୍ଚାରେ ରହନ୍ତି ବିବାହକୁ ନେଇ କି ବି ସେତିକି ଚର୍ଚ୍ଚାରେ ରହନ୍ତି। ସେମାନଙ୍କ ମଧ୍ୟରୁ କାହାରି ବିବାହ ବିଚ୍ଛେଦ ହେଲେ ମଧ୍ୟ ସେମାନେ ଚର୍ଚ୍ଚାରେ ରହନ୍ତି। ତେବେ ଆସନ୍ତୁ ଜାଣିବା ବଲିଉଡ୍‌ର କିଛି ଅଭିନେତା ଓ ଅଭିନେତ୍ରୀଙ୍କ ସଂପର୍କରେ ଯେଉଁମାନଙ୍କ ମୋଟା ଟଙ୍କାର ବିଚ୍ଛେଦ ହୋଇଥିଲା ଅଧିକ ଚର୍ଚ୍ଚିତ। ହ୍ରିତିକ ରୋଶନ-ସୁଜେନ ଖାନ […]

hritik

Rakesh Mallick
  • Published: Saturday, 19 August 2017
  • , Updated: 19 August 2017, 02:27 PM IST

ବଲିଉଡ୍ ଇଣ୍ଡଷ୍ଟ୍ରୀରେ ପ୍ରେମ, ବିବାହ ଓ ବିଚ୍ଛେଦ ଖବର ସବୁ ବେଳେ ଲାଗି ରହିଥାଏ। ଏଠି ଷ୍ଟାରମାନେ ନିଜ ପ୍ରେମକୁ ନେଇ ଯେତିକି ଚର୍ଚ୍ଚାରେ ରହନ୍ତି ବିବାହକୁ ନେଇ କି ବି ସେତିକି ଚର୍ଚ୍ଚାରେ ରହନ୍ତି। ସେମାନଙ୍କ ମଧ୍ୟରୁ କାହାରି ବିବାହ ବିଚ୍ଛେଦ ହେଲେ ମଧ୍ୟ ସେମାନେ ଚର୍ଚ୍ଚାରେ ରହନ୍ତି। ତେବେ ଆସନ୍ତୁ ଜାଣିବା ବଲିଉଡ୍‌ର କିଛି ଅଭିନେତା ଓ ଅଭିନେତ୍ରୀଙ୍କ ସଂପର୍କରେ ଯେଉଁମାନଙ୍କ ମୋଟା ଟଙ୍କାର ବିଚ୍ଛେଦ ହୋଇଥିଲା ଅଧିକ ଚର୍ଚ୍ଚିତ।

ହ୍ରିତିକ ରୋଶନ-ସୁଜେନ ଖାନ

ଏହି ଯୋଡ଼ି ଅଲଗା ହେବା ସମୟରେ ଅଧିକାଂଶ ଲୋକଙ୍କୁ ବିଶ୍ୱାସ କରିପାରି ନଥିଲେ। ଏ ଦୁହେଁ ବଲିଡଡର ଶ୍ରେଷ୍ଠ ଯୋଡ଼ି ଭାବେ ଜଣାଶୁଣା ଥିଲେ। ପିଲା ବେଳୁ ଦୁହେଁ ଭଲ ବନ୍ଧୁ ଥିଲେ। ପରେ ବିବାହ କରିଥିଲେ। ମିଳିଥିବା ଖବର ଅନୁସାରେ ସୁଜେନ ହ୍ରିତିକଙ୍କଠାରୁ ଅଲଗା ହେବା ଲାଗି ୪୦୦ କୋଟି ଟଙ୍କ। ଡିମାଣ୍ଡ କରିଥିଲେ। ହ୍ରିତିକ ୩୮୦ କୋଟି ଟଙ୍କାରେ ସହମତି ହୋଇ ଛାଡପତ୍ର ଦେଇଥିଲେ। ଏହା ବଲିଉଡର ସବୁଠୁ ମହଙ୍ଗ। ଛାଡପତ୍ର ବୋଲି କୁହାଯାଏ।

କରିସ୍ମା କପୁର ଓ ସଞ୍ଜୟ କପୁର

ବଲିଉଡ ଅଭିନେତ୍ରୀ କରିସ୍ମା କପୁର ନିଜ ସ୍ୱାମୀ ସଞ୍ଜୟ କପୁରଙ୍କ ଠାରୁ ଅଲଗା ହୋଇ ସାରିଛନ୍ତି। ଛାଡ଼ପତ୍ର ପାଇଁ କରିସ୍ମା  ସଞ୍ଜୟଙ୍କ ବାପାଙ୍କର ମୁମ୍ବାଇରେ ଥିବା ଏକ ବଙ୍ଗଳା ଓ ଦୁଇ ପିଲାଙ୍କ ଭରଣ ପୋଷଣ ନିମନ୍ତେ ମାସକୁ ଦଶ ଲକ୍ଷ ଟଙ୍କା ଦାବି କରିଥିଲେ। ଏହା ସହିତ କରିସ୍ମା କୁଆଡ଼େ ୧୪ କୋଟି ଟଙ୍କାର ଏକ ବଣ୍ଡ ମଧ୍ୟ ପାଇଥିଲେ।

ଆଦିତ୍ୟ ଚୋପ୍ରା-ପାୟଲ ଖାନ୍ନା

ବଲିଉଡର ଜଣାଶୁଣା ନିର୍ଦ୍ଦେଶକ ଆଦିତ୍ୟ ଚୋପ୍ରା ରାଣୀ ମୁଖାର୍ଜୀଙ୍କୁ ବିବାହ କରିବା ପୂର୍ବରୁ ପାୟଲ ଖାନ୍ନାଙ୍କୁ ବିବାହ କରିଥିଲେ। ଆଦିତ୍ୟ ଚୋପ୍ରା ଓ ପାୟଲ ଖାନ୍ନାଙ୍କ ଛାଡପତ୍ର ମାମଲା ବହୁ ବର୍ଷ ପଯ୍ୟନ୍ତ କୋର୍ଟରେ ଚାଲିଥିଲା। କୁହାଯାଉଅଛି ପାୟଲଙ୍କୁ ଛାଡ଼ପତ୍ର ଦେବା ପାଇଁ ଆଦିତ୍ୟ ମୋଟା ଅଙ୍କର ଟଙ୍କା ଦେଇଥିଲେ। କିନ୍ତୁ କେତେ ଦେଇଥିଲେ ତାହା ଜଣାପଡ଼ିନି।

ଆମିର ଖାନ-ରୀନା

ଅଭିନେତା ଆମିର ଖାନ ଓ ରୀନା ଦତ୍ତା ନିଜ ନିଜ ବାପାମା’ଙ୍କ ବିରୁଦ୍ଧରେ ଯାଇ ବିବାହ କରିଥିଲେ। ଆମିର ଓ ରୀନାଙ୍କ ମଧ୍ୟରେ ୧୯୮୬ରେ ବିବାହ ହୋଇଥିଲା। ଦୁହେଁ ୨୦୦୨ରେ ଅଲଗା ହୋଇଥିଲେ। କୁହାଯାଉଅଛି ରୀନା ଛାଡ଼ପତ୍ର ପାଇଁ ଆମିରଙ୍କ ଠାରୁ ୫୦ କୋଟି ଟଙ୍କ। ଡିମାଣ୍ଡ କରିଥିଲେ।

ସୈଫ ଅଲ୍ଲୀ ଖାନ-ଅମୃତା ସିଂହ

ସୈଫ ଅଲ୍ଲୀ ଖାନ ଓ ଅମୃତା ସିଂହ ଙ୍କ ମଧ୍ୟରେ ବୟସର ଖୁବ୍‌ ତଫାତ ରହିଥିଲା। ବିବାହ ପରେ ୧୩ ବର୍ଷ ଏକାଠି ରହିବା ସେମାନଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଥିଲା। ସୈଫ କୁଆଡ଼େ ଛାଡପତ୍ର ପାଇଁ ଅମୃତାଙ୍କୁ ନିଜର ଅଧା ସମ୍ପତ୍ତି ଦେଇଥିଲେ। ଏପର୍ଯ୍ୟନ୍ତ ଏହାର ଖୁଲାସା ହୋଇନାହିଁ।

ସଞ୍ଜୟ ଦତ୍ତ-ରିୟା ପିଲାଇ

ଏହି ଦୁହିଁଙ୍କ ମଧ୍ୟରେ ବିବାହ ବିଚ୍ଛେଦ ୧୯୯୮ରେ ହୋଇଥିଲା। ସଞ୍ଜୟ ରୀମାଙ୍କୁ ୮ କୋଟି ଟଙ୍କ। ଦେବା ସହ ଏକ ଲକ୍‌ଜରି କାର ଦେଇଥିଲେ।

ପ୍ରଭୁଦେବା-ରାମଲଥା

ବଲିଉଡର ଜଣାଶୁଣା ଡ୍ୟାନସର ଓ ପ୍ରଡ୍ୟୁସର ପ୍ରଭୁଦେବା ନିଜ ପତ୍ନୀ ରାମଲଥାଙ୍କୁ ୨୦୧୧ରେ ଛାଡ଼ପତ୍ର ଦେଇଥିଲେ। ଏହି ଛାଡ଼ପତ୍ରରେ ନିଜ ପତ୍ନୀଙ୍କୁ ଭରଣପୋଷଣ ପାଇଁ ୧୦ ଲକ୍ଷ ଟଙ୍କା, ଦୁଇଟି ଦାମୀ ଗାଡି ଏବଂ ୨୦-୨୫ କୋଟି ଟଙ୍କାର ଏକ ଘର ଦେଇଥିଲେ।

 

Related story