୪୨୦ କୋଟି ଟଙ୍କାର ଫିଲ୍ମ ‘ରୋବର୍ଟ ୨.୦’ରେ ରଜନୀକାନ୍ତ ଓ ଅକ୍ଷୟ କୁମାର କେତେ ଟଙ୍କା ନେଇଛନ୍ତି ଜାଣନ୍ତି?

ମୁମ୍ବାଇ: ଫିଲ୍ମ ‘ରୋବର୍ଟ ୨.୦’ ନେଇ ଖୁବ୍ ଚର୍ଚ୍ଚା ଚାଲିଛି। ଏହି ଫିଲ୍ମକୁ ନେଇ ଦର୍ଶକମାନଙ୍କ ମଧ୍ୟରେ ଅନେକ ଉତ୍ସୁକତା ଦେଖିବାକୁ ମିଳୁଛି। ଏହା ଏକ ହାଇବଜେଟ୍‌ ଫିଲ୍ମ। ଫିଲ୍ମ ତିଆରିରେ ୪୨୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହି ଫିଲ୍ମରେ ପ୍ରମୁଖ୍ୟ ଭୂମିକାରେ ଅଛନ୍ତି ରଜନୀକାନ୍ତ ଓ ଅକ୍ଷୟ କୁମାର। ତେବେ ଜାଣିଛନ୍ତି ଏହି ଦୁଇ ଷ୍ଟାର କେତେ ଟଙ୍କା ନେଇଛନ୍ତି? ଫିଲ୍ମର ହିରୋ ରଜନୀକାନ୍ତଙ୍କୁ ୫୦ କୋଟି ଟଙ୍କା ଅଫର୍‌ କରାଯାଇଥିଲା। କିନ୍ତୁ ଖବର […]

akhay

Rakesh Mallick
  • Published: Sunday, 12 November 2017
  • , Updated: 12 November 2017, 02:37 PM IST

ମୁମ୍ବାଇ: ଫିଲ୍ମ ‘ରୋବର୍ଟ ୨.୦’ ନେଇ ଖୁବ୍ ଚର୍ଚ୍ଚା ଚାଲିଛି। ଏହି ଫିଲ୍ମକୁ ନେଇ ଦର୍ଶକମାନଙ୍କ ମଧ୍ୟରେ ଅନେକ ଉତ୍ସୁକତା ଦେଖିବାକୁ ମିଳୁଛି। ଏହା ଏକ ହାଇବଜେଟ୍‌ ଫିଲ୍ମ। ଫିଲ୍ମ ତିଆରିରେ ୪୨୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହି ଫିଲ୍ମରେ ପ୍ରମୁଖ୍ୟ ଭୂମିକାରେ ଅଛନ୍ତି ରଜନୀକାନ୍ତ ଓ ଅକ୍ଷୟ କୁମାର। ତେବେ ଜାଣିଛନ୍ତି ଏହି ଦୁଇ ଷ୍ଟାର କେତେ ଟଙ୍କା ନେଇଛନ୍ତି?

ଫିଲ୍ମର ହିରୋ ରଜନୀକାନ୍ତଙ୍କୁ ୫୦ କୋଟି ଟଙ୍କା ଅଫର୍‌ କରାଯାଇଥିଲା। କିନ୍ତୁ ଖବର ମୁତାବକ ଫିଲ୍ମର ପ୍ରଫିଟରେ ମଧ୍ୟ ରଜନୀକାନ୍ତଙ୍କୁ ଭାଗିଦାର କରାଯିବ। ଏଥିରେ ଭିଲିଆନ୍‌ ଭୂମିକାରେ ନଜର ଆସିଥିବା ଅକ୍ଷୟ କୁମାର ୫୫ କୋଟି ଟଙ୍କା ନେଇଛନ୍ତି।  ଭିଲିଆନ୍‌ ଚରିତ୍ର ପାଇଁ କମଲ ହାସନ ଅବା ହ୍ରିତିକ ରୋଶନଙ୍କୁ ନେବାକୁ ନିଷ୍ପତ୍ତି ନିଆଯାଇଥିଲା, କିନ୍ତୁ ପରେ ଅକ୍ଷୟଙ୍କୁ ସାଇନ କରାଯାଇଥିଲା। ଏହି ଫିଲ୍ମଟି ମଧ୍ୟ ଅକ୍ଷୟଙ୍କ ଲାଇଫ୍‌ର ସବୁଠୁ ବଡ଼ ଫିଲ୍ମ ମାନଙ୍କ ମଧ୍ୟରୁ ଗୋଟେ। ଏହି ଫିଲ୍ମଟି ସବୁ ରେକର୍ଡକୁ ଭାଙ୍ଗିବ ବୋଲି ଆଶା କରାଯାଉଛି।

Related story