କଲେଜ କାନ୍ଥ ଡେଇଁ ଝିଅଙ୍କୁ ଦେଖିବାକୁ ଯାଉଥିଲେ ଅମିତାଭ

ଗତକାଲି (ଅକ୍ଟୋବର ୧୧) ଗଲା ବିଗ୍ ବି ଅମିତାଭ ବଚ୍ଚନଙ୍କ ଜନ୍ମଦିନ। ଗତକାଲିଠାରୁ ସେ ୭୫ ବର୍ଷରେ ପାଦ ଥାପିଛନ୍ତି। କୌନ୍‌ ବନେଗା କୋରଡ୍‌ପତି (କେବିସି) ପକ୍ଷରୁ ଟିକେ ନିଆରା ଢଙ୍ଗରେ ତାଙ୍କ ଜନ୍ମଦିନ ପାଳନ କରାଯାଇଥିଲା। ଏଥିରେ ବିଗ୍ ବିଙ୍କ ସଂପର୍କରେ ଅନେକ ଅଜଣା କଥା ଜାଣିବାକୁ଼ ମିଳିଥିଲା। ସୋ’ରେ  ଅମିତାଭଙ୍କ ସଂପର୍କରେ ଏକ ରୋଚକପୂର୍ଣ୍ଣ ତଥ୍ୟ ଦେଇଥିଲେ ତାଙ୍କ ପିଲାବେଳର ବନ୍ଧୁ ସୁଖପାଲ ସିଂହ ବାଜୱା। ନୈନିତାଲର ଶେରବୁଡ଼ କଲେଜରେ ଅମିତାଭ ପାଠପଢ଼ା ଶେଷ […]

Rakesh Mallick
  • Published: Thursday, 12 October 2017
  • , Updated: 12 October 2017, 01:25 PM IST

ଗତକାଲି (ଅକ୍ଟୋବର ୧୧) ଗଲା ବିଗ୍ ବି ଅମିତାଭ ବଚ୍ଚନଙ୍କ ଜନ୍ମଦିନ। ଗତକାଲିଠାରୁ ସେ ୭୫ ବର୍ଷରେ ପାଦ ଥାପିଛନ୍ତି। କୌନ୍‌ ବନେଗା କୋରଡ୍‌ପତି (କେବିସି) ପକ୍ଷରୁ ଟିକେ ନିଆରା ଢଙ୍ଗରେ ତାଙ୍କ ଜନ୍ମଦିନ ପାଳନ କରାଯାଇଥିଲା। ଏଥିରେ ବିଗ୍ ବିଙ୍କ ସଂପର୍କରେ ଅନେକ ଅଜଣା କଥା ଜାଣିବାକୁ଼ ମିଳିଥିଲା। ସୋ’ରେ  ଅମିତାଭଙ୍କ ସଂପର୍କରେ ଏକ ରୋଚକପୂର୍ଣ୍ଣ ତଥ୍ୟ ଦେଇଥିଲେ ତାଙ୍କ ପିଲାବେଳର ବନ୍ଧୁ ସୁଖପାଲ ସିଂହ ବାଜୱା। ନୈନିତାଲର ଶେରବୁଡ଼ କଲେଜରେ ଅମିତାଭ ପାଠପଢ଼ା ଶେଷ କରିଥିଲେ। ସୁଖପାଲ ବି ସେଇଠି ପଢ଼ୁଥିଲେ। ଶେରବୁଡ଼ କଲେଜ ଆଗେ ଏକ ବଏଜ୍‌ କଲେଜ ଥିଲା। ଏବେ ଏଠାରେ ଉଭୟ ପୁଅ ଓ ଝିଅ ପଢ଼ୁଛନ୍ତି। ଅମିତାଭ ପଢ଼ିବା ସମୟରେ ତାଙ୍କ କଲେଜ ପାଖରେ ସେଣ୍ଟ ମେରୀ ସ୍କୁଲ୍ ଥିଲା। ସେଠାରେ ଝିଅମାନେ ପଢ଼ୁଥିଲେ।

ବାଜୱା କହିଥିଲେ ଯେ  ତାଙ୍କ ସାଙ୍ଗମାନେ କଲେଜ କାନ୍ଥ ଡେଇଁ ଝିଅମାନଙ୍କୁ ଦେଖିବାକୁ ଯାଉଥିଲେ। ଆଉ ଏଥିରୁ ଅମିତାଭ ବଚ୍ଚନ ବି ବାଦ ପଡ଼ି ନଥିଲେ। ଏବେ ଝିଅମାନେ ଅମିତାଭଙ୍କ ପଛରେ ଗୋଡ଼ାଉଛନ୍ତି। କିନ୍ତୁ ସେତେବେଳେ ଅମିତାଭ ଝିଅଙ୍କ ପଛରେ ଗୋଡ଼ାଉ ଥିଲେ। ଏହା ଶୁଣି ସୋ’ରେ ବସିଥିବା ଅମିତାଭ ହସିଥିଲେ।

Related story