କୁଇଜ୍ ମାଷ୍ଟର ହେବାକୁ ସୋନାକ୍ଷୀଙ୍କ ମନ

ମୁମ୍ବାଇ: ଡ୍ୟାନ୍ସ ରିଏଲିଟି ଶୋ’ ‘ନଚ୍‌ ବଲିଏ’ର ନୂଆ ସିଜିନ୍‌ରେ ବିଚାରକ ଆସନରେ ଦେଖିବାକୁ ମିଳିବେ ଶତ୍ରୁଘ୍ନ ସିହ୍ନାଙ୍କ ଲାଡ୍‌ଲୀ ଝିଅ ସୋନକ୍ଷୀ ସିହ୍ନା। ଏଥିପାଇଁ ସୋନାକ୍ଷୀ ବହୁତ ଉତ୍ସାହିତ ଅଛନ୍ତି। ତେବେ ତାଙ୍କର ଲକ୍ଷ୍ୟ ଅଛି କିଛି ଅଲଗା। ଆଉ କ’ଣ କରିବାକୁ ପସନ୍ଦ କରିବେ ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କ ଏକ ପ୍ରଶ୍ନର ଜବାବରେ ସେ କହିଛନ୍ତି,“ମୁଁ ଭବଷ୍ୟତରେ କୌନ୍‌ ବନେଗା କୋରଡ୍‌ପତି ଭଳି କ୍ୱିଜ୍ ଶୋ ହୋଷ୍ଟ୍‌ କରିବାକୁ ଚାହୁଁଛି। ସେ କହିଛନ୍ତି, କୌନ୍‌ […]

sonakhi

Rakesh Mallick
  • Published: Friday, 17 March 2017
  • , Updated: 17 March 2017, 03:22 PM IST

ମୁମ୍ବାଇ: ଡ୍ୟାନ୍ସ ରିଏଲିଟି ଶୋ’ ‘ନଚ୍‌ ବଲିଏ’ର ନୂଆ ସିଜିନ୍‌ରେ ବିଚାରକ ଆସନରେ ଦେଖିବାକୁ ମିଳିବେ ଶତ୍ରୁଘ୍ନ ସିହ୍ନାଙ୍କ ଲାଡ୍‌ଲୀ ଝିଅ ସୋନକ୍ଷୀ ସିହ୍ନା। ଏଥିପାଇଁ ସୋନାକ୍ଷୀ ବହୁତ ଉତ୍ସାହିତ ଅଛନ୍ତି। ତେବେ ତାଙ୍କର ଲକ୍ଷ୍ୟ ଅଛି କିଛି ଅଲଗା। ଆଉ କ’ଣ କରିବାକୁ ପସନ୍ଦ କରିବେ ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କ ଏକ ପ୍ରଶ୍ନର ଜବାବରେ ସେ କହିଛନ୍ତି,“ମୁଁ ଭବଷ୍ୟତରେ କୌନ୍‌ ବନେଗା କୋରଡ୍‌ପତି ଭଳି କ୍ୱିଜ୍ ଶୋ ହୋଷ୍ଟ୍‌ କରିବାକୁ ଚାହୁଁଛି।

ସେ କହିଛନ୍ତି, କୌନ୍‌ ବନେଗା କୋରଡ୍‌ପତି  ଏକ ବଡ଼ ଶୋ। ଏଭଳି ଏକ ଶୋରେ କ୍ୱିଜ୍ ମାଷ୍ଟର ହେବା ପାଇଁ ଭଲ ଲାଗିବ। ତା’ସହିତ ଖେଳ ଉପରେ ଆଧାରିତ ଯେ କୌଣସି ଚ୍ୟାଲେଞ୍ଜିଂ ରିଏଲିଟି ଶୋ’ କରିବାକୁ ମୁଁ ପସନ୍ଦ କରିବି। କାରଣ ମୋତେ ଆକ୍ସନ୍‌ଓ ଷ୍ଟଣ୍ଟ କରିବାକୁ ଭଲ ଲାଗେ।”

୨୦୧୫ରେ ସୋନକ୍ଷୀ  ରିଏଲିଟି ଶୋ’ ଇଣ୍ଡିଆନ୍  ଆଇଡଲ୍‌ ଜୁନିୟରରେ ବିଚାରକ ହୋଇ ଛୋଟ ପରଦାରେ ପଦାର୍ପଣ କରିଥିଲେ।

 

Related story