ମୁମ୍ବାଇ: ସୋନାକ୍ଷୀ ସିହ୍ନାଙ୍କ ପରିବାର ଲୋକ ସକାଳ ହେଲେ ଖବର କାଗଜ ଖୋଜିବାରେ ବ୍ୟସ୍ତ ରହନ୍ତି। କିନ୍ତୁ କାହାକୁ ଖବର କାଗଜ ମିଳେ ନାହିଁ। ଘରୁ ଖବର କାଗଜ ଗାଏବ ହୋଇଯାଏ। ଖବର କାଗଜ ଆପେ ଆପେ ଗାଏବ ହୁଏନାହିଁ। ଏହାକୁ ଗାଏବ କରନ୍ତି ସୋନାକ୍ଷୀ।
ସକାଳ ହେଲେ ସୋନାକ୍ଷୀ ଘରକୁ ଆସୁଥିବା ଖବର କାଗଜକୁ ଲୁଚାଇ ଦିଅନ୍ତି। ଏହା ପଛର ରହସ୍ୟ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।
ଏକ ସାକ୍ଷାତକାରରେ ସୋନାକ୍ଷୀ କହିଛନ୍ତି ଯେ ଯଦି କେବେ ଖବର କାଗଜରେ ତାଙ୍କ ବିଷୟରେ ଉଡ଼ା ଖବର ଛପା ଯାଇଥାଏ, ସେହିଦିନ ବାପାମା’ଙ୍କଠୁ ଗାଳି ପଡ଼େ।
ଥରେ ଖବର କାଗଜରେ ସୋନାକ୍ଷୀ ଓ ଶାହିଦଙ୍କ ବିଷୟରେ ଏକ ଉଡ଼ା ଖବର ବାହାରିଥିଲା। ସେଥିପାଇଁ ପୂରା ଦିନ ମା’ଙ୍କଠାରୁ ଗାଳି ଶୁଣିବାକୁ ପଡ଼ିଥିଲା। ସେଥିପାଇଁ ଖବର କାଗଜ ଆସିଲେ ସୋନାକ୍ଷୀ ଲୁଚାଇ ଦିଅନ୍ତି।