ମୁମ୍ବାଇ: ନିକଟରେ ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ବିବାହ ସରିଛି। ବିରାଟ ଅନୁଷ୍କା ପରେ ଏବେ ବିବାହ ପାଇଁ ଯୋଜନା କରୁଛନ୍ତି ଅନୀଲ ତନୟା। ଆମେ ଏଠି କହୁଛୁ ସୋନମ କପୁରଙ୍କ କଥା। ତିନି ବର୍ଷ ହେବ ସେ ଆନନ୍ଦ ଆହୁଜାଙ୍କୁ ଡେଟ୍ କରୁଛନ୍ତି। ଶୁଣିବାକୁ ମିଳିଛି ସେ ୨୦୧୮ ରେ ବିବାହ କରିବେ। ସୂଚନା ଅନୁଯାୟୀ ତାଙ୍କ ବିବାହ ଯୋଧାପୁରରେ ହୋଇପାରେ।
ଏବେ ଦୁହେଁ ଲଣ୍ଡନ୍ରେ ଛୁଟି କାଟୁଛନ୍ତି। ଦୁହିଁଙ୍କ ସଂପର୍କକୁ ଏବେ ଅଫିସିଆଲ ସ୍ୱୀକୃତି ମିଳିନାହିଁ। କିନ୍ତୁ ଦୁହିଁଙ୍କୁ ଅନେକ ସମୟରେ ଏକାଠି ଦେଖିବାକୁ ମିଳେ। ଦୁହେଁ ଅନେକ ସମୟରେ ଛୁଟି କାଟିବା ପାଇଁ ଏକାଠି ଯାଆନ୍ତି। ଆନନ୍ଦ ଦିଲ୍ଲୀର ଜଣେ ବଡ ବ୍ୟବସାୟୀ। ମଝିରେ ଖବର ଆସିଥିଲା ସୋନମଙ୍କ ନିର୍ବନ୍ଧ ସରିଲାଣି କିନ୍ତୁ ତାହା ଗୁଜବ ଥିଲା। ଏପର୍ଯ୍ୟନ୍ତ ସେମାନଙ୍କ ବିବାହ ତାରିଖ ସ୍ପଷ୍ଟ ହୋଇନି। କିନ୍ତୁ ଯାହା ଜଣା ପଡୁଛି ଅନୁଷ୍କା- ବିରାଟଙ୍କ ଭଳି ସୋନମଙ୍କ ବିବାହ ବି ହଠାତ୍ ହୋଇପାରେ।