ଚାକିରିରୁ ତଡ଼ା ଖାଇଥିଲେ ବଲିଉଡ୍‌ର ଏହି ଅଭିନେତ୍ରୀ; ୧୮ବର୍ଷରୁ ବାପାଙ୍କ ପାଖରୁ ନେଇ ନାହାନ୍ତି ଟଙ୍କାଟିଏ  

ମୁମ୍ବାଇ: ଅନୀଲ କପୁରଙ୍କ ଅଭିନେତ୍ରୀ ଝିଅ ସୋନମ ଗତକାଲି ୩୨ ବର୍ଷରେ ପାଦ ଥାପିଛନ୍ତି। ଫିଲ୍ମ ‘ନୀରାଜ’ ପାଇଁ ସେ ଜାତୀୟ ପୁରସ୍କାର ବି ପାଇସାରିଛନ୍ତି। ତେବେ ତାଙ୍କ ବିଷୟରେ ଗୋଟିଏ କଥା ଆପଣ ଜାଣି ନ ଥିବେ ବୋଧହୁଏ। ଅଭିନୟ ଲାଇନ୍‌କୁ ଆସିବା ପୂର୍ବରୁ ସେ ସିଙ୍ଗାପୁରର ଏକ ରେସ୍ତୋରାଁରେ ୱେଟର ଭାବେ ଚାକିରି କରୁଥିଲେ। କିନ୍ତୁ ସେ ଏହି ଚାକିରିରେ ମାତ୍ର ଚାରି ଦିନ ତିଷ୍ଠି ପାରିଥିଲେ। ସେ ଚାକିରି ଛାଡ଼ି ନ ଥିଲେ। […]

sonam-kapoor

Rakesh Mallick
  • Published: Saturday, 10 June 2017
  • , Updated: 10 June 2017, 01:06 PM IST

ମୁମ୍ବାଇ: ଅନୀଲ କପୁରଙ୍କ ଅଭିନେତ୍ରୀ ଝିଅ ସୋନମ ଗତକାଲି ୩୨ ବର୍ଷରେ ପାଦ ଥାପିଛନ୍ତି। ଫିଲ୍ମ ‘ନୀରାଜ’ ପାଇଁ ସେ ଜାତୀୟ ପୁରସ୍କାର ବି ପାଇସାରିଛନ୍ତି। ତେବେ ତାଙ୍କ ବିଷୟରେ ଗୋଟିଏ କଥା ଆପଣ ଜାଣି ନ ଥିବେ ବୋଧହୁଏ। ଅଭିନୟ ଲାଇନ୍‌କୁ ଆସିବା ପୂର୍ବରୁ ସେ ସିଙ୍ଗାପୁରର ଏକ ରେସ୍ତୋରାଁରେ ୱେଟର ଭାବେ ଚାକିରି କରୁଥିଲେ। କିନ୍ତୁ ସେ ଏହି ଚାକିରିରେ ମାତ୍ର ଚାରି ଦିନ ତିଷ୍ଠି ପାରିଥିଲେ। ସେ ଚାକିରି ଛାଡ଼ି ନ ଥିଲେ। ତାଙ୍କୁ ଚାକିରିରୁ ତଡ଼ି ଦିଆଯାଇଥିଲା। ନିକଟରେ ଏକ ଚାଟ୍ ଶୋ’ରେ ସେ ନିଜେ ଏକଥା କହିଥିଲେ।

୧୮ ବର୍ଷରେ ପହଞ୍ଚିବା ପରଠୁ ସେ ତାଙ୍କ ବାପାଙ୍କ ଠାରୁ ଟଙ୍କା ନେଇ ନାହାନ୍ତି ବୋଲି କହିଥିଲେ।

 

 

 

 

 

 

 

Related story