ସୋନପରିର କୁନି କଳାକାର ଏବେ ସୁପର ମଡେଲ: ଫଟୋ ଦେଖି ତାଜୁବ ରହିବେ

ଆଜିକୁ ପାଖାପାଖି ୧୭ ବର୍ଷ ତଳେ ଷ୍ଟାରପ୍ଲସର ଏକ ସିରିଏଲ ଆସୁଥିଲା “ସୋନପରି” । ଏହି ସିରିଏଲରେ ଅଭିନୟ କରୁଥିବା  ଶିଶୁ କଳାକାର ଜଣଙ୍କ ତାଙ୍କ ଅଭିନୟ ଯାଦୁରେ ଦର୍ଶକଙ୍କୁ ବାନ୍ଧି ରଖିଥିଲେ। ଯଦି ଆପଣ ଏହି ସିରିଏଲ ଦେଖିଥିବେ ତେବେ ଜାଣିପାରୁଥିବେ ଏହି ଶିଶୁ କଳାକାର ଜଣଙ୍କ ହେଉଛନ୍ତି ‘ଫ୍ରୁଟି’। ହେଲେ ଆପଣ ଜାଣିଛନ୍ତି ଏହି ଶିଶୁ କଳାକାର ଜଣଙ୍କ ଆଜିକାଲି କ’ଣ କରୁଛନ୍ତି  ଓ କେଉଁଠି ରହୁଛନ୍ତି ? ଫ୍ରୁଟି ନାଁରେ ପରିଚିତ ଏହି […]

Rakesh Mallick
  • Published: Tuesday, 17 October 2017
  • , Updated: 17 October 2017, 12:08 PM IST

ଆଜିକୁ ପାଖାପାଖି ୧୭ ବର୍ଷ ତଳେ ଷ୍ଟାରପ୍ଲସର ଏକ ସିରିଏଲ ଆସୁଥିଲା “ସୋନପରି” । ଏହି ସିରିଏଲରେ ଅଭିନୟ କରୁଥିବା  ଶିଶୁ କଳାକାର ଜଣଙ୍କ ତାଙ୍କ ଅଭିନୟ ଯାଦୁରେ ଦର୍ଶକଙ୍କୁ ବାନ୍ଧି ରଖିଥିଲେ। ଯଦି ଆପଣ ଏହି ସିରିଏଲ ଦେଖିଥିବେ ତେବେ ଜାଣିପାରୁଥିବେ ଏହି ଶିଶୁ କଳାକାର ଜଣଙ୍କ ହେଉଛନ୍ତି ‘ଫ୍ରୁଟି’। ହେଲେ ଆପଣ ଜାଣିଛନ୍ତି ଏହି ଶିଶୁ କଳାକାର ଜଣଙ୍କ ଆଜିକାଲି କ’ଣ କରୁଛନ୍ତି  ଓ କେଉଁଠି ରହୁଛନ୍ତି ?

ଫ୍ରୁଟି ନାଁରେ ପରିଚିତ ଏହି କଳାକାରଙ୍କ ପ୍ରକୃତ ନାଁ ହୋଉଛି ତତ୍ୱି ହେଗଡେ। ଜନ୍ମ ୧୧ନଭେମ୍ବର ୧୯୯୧, ମୁମ୍ବାଇରେ ।

ଖୁବ କମ୍ ବୟସରେ ଆଭିନୟ ଜଗତରେ ପାଦ ରଖିଥିଲେ ଫ୍ରୁଟି । ୩ବର୍ଷର ହୋଇଥିବା ବେଳେ ଫ୍ରୁଟି ରସ୍ନା ବିଜ୍ଞାପନ ମାଧ୍ୟମରେ ପ୍ରଥମ ଥର ଟିଭିରେ ଦେଖା ଦେଇଥିଲେ । କିନ୍ତୁ ଷ୍ଟାରପ୍ଲସର ‘ସୋନପରି’ ସିରିଏଲ ଜରିଆରେ ସେ ଘରେ ଘରେ ପରିଚିତ ହୋଇଥିଲେ । ସେଥିରେ ତାଙ୍କୁ ଫ୍ରୁଟି ଚରିତ୍ରରେ ଦେଖିବାକୁ ମିଳିଥିଲା ।

ଫିଲ୍ମରେ ଅଭିନୟ

ତତ୍ୱି କେବଳ ଛୋଟ ପରଦା ନୁହେଁ ବଡ ପରଦାରେ ମଧ୍ୟ କାମ କରିଛନ୍ତି । ୯ବର୍ଷ ବୟସରେ ଫିଲ୍ମ ‘ଚାମ୍ପିୟନ’ରେ କମ କରିଥିଲେ । ଏପର୍ଯ୍ୟନ୍ତ ସେ ୯ଟି ଫିଲ୍ମରେ କାମ କରି ସାରିଛନ୍ତି, ଯେଉଁଥିରେ ମରାଠୀ ଫିଲ୍ମ ମଧ୍ୟ ରହିଛି ।

ତତ୍ୱି ଏବେ ଗୋଟେ ସୁପର ମଡେଲ ହୋଇଗଲଣି। ୧୫୦ରୁ ଅଧିକ ଟିଭି ବିଜ୍ଞାପନ କରିସାରିଥିବା ତତ୍ୱିଙ୍କର ଦେଖନ୍ତୁ କିଛି ଫଟୋ।

 

 

Related story