କ୍ରୀଡ଼ାବିତ୍ ଭାବେ ପାଇଥିଲେ ରାଷ୍ଚ୍ରପତି ପୁରସ୍କାର: ହୋଇଗଲେ ଅଭିନେତା

ମୁମ୍ବାଇ: ସୁରେଶ ଓବେରଏ ବଲିଉଡର ଜଣେ କ୍ଷାତନାମ କଳାକାର। ନିଜର ଦମଦାର ଭଏସ୍ ଓ ବଳିଷ୍ଟ ଅଭିନୟ ବଳରେ ସେ ହିନ୍ଦି ସିନେମା ଜଗତରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ସୁରେଶ ଯେ କେବଳ ଜଣେ ଭଲ ଅଭିନେତା ତା ନୁହଁ। ଜଣେ ଭଲ କ୍ରୀଡ଼ାବିତ ମଧ୍ୟ। କ୍ରୀଡ଼ାପାଇଁ ତାଙ୍କୁ ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ମଧ୍ୟ ମିଳିସାରିଛି। କ୍ରୀଡ଼ା ଜଗତରୁ ଅଭିନୟ ଜଗତକୁ ସୁରେଶଙ୍କ ଯାତ୍ରା ଥିଲା ବେଶ୍ ରୋମାଞ୍ଚକର। ଆସନ୍ତୁ ଜାଣିବା ସୁରେଶଙ୍କ ବିଷୟରେ ଏମିତି […]

Suresh-Oberoi-_tvtalks

Rakesh Mallick
  • Published: Sunday, 17 December 2017
  • , Updated: 17 December 2017, 10:37 PM IST

ମୁମ୍ବାଇ: ସୁରେଶ ଓବେରଏ ବଲିଉଡର ଜଣେ କ୍ଷାତନାମ କଳାକାର। ନିଜର ଦମଦାର ଭଏସ୍ ଓ ବଳିଷ୍ଟ ଅଭିନୟ ବଳରେ ସେ ହିନ୍ଦି ସିନେମା ଜଗତରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ସୁରେଶ ଯେ କେବଳ ଜଣେ ଭଲ ଅଭିନେତା ତା ନୁହଁ। ଜଣେ ଭଲ କ୍ରୀଡ଼ାବିତ ମଧ୍ୟ। କ୍ରୀଡ଼ାପାଇଁ ତାଙ୍କୁ ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ମଧ୍ୟ ମିଳିସାରିଛି। କ୍ରୀଡ଼ା ଜଗତରୁ ଅଭିନୟ ଜଗତକୁ ସୁରେଶଙ୍କ ଯାତ୍ରା ଥିଲା ବେଶ୍ ରୋମାଞ୍ଚକର। ଆସନ୍ତୁ ଜାଣିବା ସୁରେଶଙ୍କ ବିଷୟରେ ଏମିତି କିଛି ରୋଚକ ତଥ୍ୟ।

ସୁରେଶଙ୍କ ଜନ୍ମ ୧୯୪୬ ମସିହା ଡିସେମ୍ବର ୧୭ ତାରିଖ ଅବିଭକ୍ତ ଭାରତର ବେଲୁଚିସ୍ତାନରେ ହୋଇଥିଲା। ଦେଶ ବିଭାଜନ ପରେ ଓବେରଏଙ୍କ ପରିବାର ହାଇଦ୍ରାବାଦକୁ ଚାଲିଆସିଥିଲେ। ସେଠାରେ ସୁରେଶଙ୍କ ପିତା ମେଡିକାଲ୍‌ ସମ୍ବନ୍ଧୀୟ ବ୍ୟବସାୟ ଆରମ୍ଭ କରିଥିଲେ। ପିତାଙ୍କ ମୃତ୍ୟୁ ପରେ ସୁରେଶଙ୍କ ଭାଇମାନେ ବ୍ୟବସାୟ ସମ୍ଭାଳିଲେ, କିନ୍ତୁ ସୁରେଶ ଅଭିନୟ ଜଗତକୁ ଆପଣେଇ ନେଲେ। ଦମଦାର ସ୍ୱର ଯୋଗୁଁ ତାଙ୍କୁ ରେଡ଼ିଓରେ ବିଭିନ୍ନ ପ୍ରୋଗ୍ରାମ କରିବାକୁ ସୁଯୋଗ ମିଳିଲା। ଏହାଛଡ଼ା ସେ ବିଭିନ୍ନ ନାଟକରେ ମଧ୍ୟ ଅଭିନୟ କରିବାକୁ ଲାଗିଲେ। ବନ୍ଧୁଙ୍କ ପରାମର୍ଶ କ୍ରମେ ମୁମ୍ବାଇର ଫିଲ୍ମ ଏଣ୍ଡ ଟେଲିଭିଜନ ଇନ୍‌ଷ୍ଟିଟ୍ୟୁଟ୍‌  ଅଫ୍ ଇଣ୍ଡିଆ(FTII)ରେ ଅଭିନୟ ପାଇଁ ପାଠ ପଢ଼ିଲେ।

ତାମିଲନାଡ଼ୁର ଯଶୋଧାରଙ୍କୁ ବିବାହ କରିବା ପରେ ସୁରେଶ ମୁମ୍ବାଇ ଚାଲିଆସିଥିଲେ। ଏଠାରେରେ ବିଭିନ୍ନ ବିଜ୍ଞାପନ ସଂସ୍ଥା ସହ ଯୋଡ଼ି ହୋଇ ବିଜ୍ଞାପନ କରୁଥିଲେ। ଚାରମିନାର ସିଗାରେଟ୍ ଓ ଲାଇଫ୍‌ବଏ ସାବୁନ୍‌ର ବିଜ୍ଞାପନ କରିସାରିବା ପରେ ତାଙ୍କୁ ଫିଲ୍ମରେ କାମ ମିଳିବା ଆରମ୍ଭ ହୋଇଗଲା। ସୁରେଶଙ୍କର ପ୍ରଥମ ଫିଲ୍ମ ଥିଲା 'ଏକବାର ଫିର'। କିନ୍ତୁ ଫଲ୍ମଟି ତାଙ୍କୁ ସେତେଟା ସଫଳତା ଦେଇପାରି ନଥିଲା। ଏହାପରେ ତାଙ୍କ ଅଭିନିତ ଆଉ ଏକ ଫିଲ୍ମ 'ଲାୱାରିସ୍' ତାଙ୍କ ଜୀବନରେ ଆଣିଥିଲା ନୂଆ ମୋଡ଼। ଦେଇଥିଲା ଅପୂର୍ବ ସଫଳତା। ଏହାପରେ ସେ ଆଉ କେବେ ପଛକୁ ଫେରି ଚାହିଁ ନଥିଲେ। ସୁରେଶ ଏଯାବତ୍ ୧୩୫ଟି ଫିଲ୍ମରେ  ଅଭିନୟ କରି ସାରିଛନ୍ତି। ସୁରେଶ ଓବେରଏଙ୍କ ପୁଅ ବିବେକ ଓବେରଏ ମଧ୍ୟ ବଲିଉଡ୍‌ର ଜଣେ ଭଲ ଆଭିନେତା। ସୁରେଶ ସୁଇମିଂ ଓ ଟେନିସ୍‌ରେ ଚାମ୍ପିୟନ ଖେଳାଳି ଥିଲେ। ବୟ ସ୍କାଉଟ୍‌ ଖେଳ ପାଇଁ ତାଙ୍କୁ ରାଷ୍ଟ୍ରପିତଙ୍କଠାରୁ ସମ୍ମାନ ମଧ୍ୟ ମିଳିସାରିଛି।

Related story