ପୁରୁଣା ଦିନରେ ଏମିତି ହେଉଥିଲା ଫିଲ୍ମ ସୁଟିଂ: ବୁଦାମୂଳେ ଡ୍ରେସ୍ ବଦଳାଉଥିଲେ ଶ୍ରୀଦେବୀ

ବିଗତ ଦିନର ପ୍ରସିଦ୍ଧ ଅଭିନେତ୍ରୀ ସୁନ୍ଦରୀ ଶ୍ରୀଦେବୀ । ଆଜିକାଲି ନିଜର ଆଗାମୀ ଫିଲ୍ମ ‘ମମ୍’ ପାଇଁ ଚର୍ଚ୍ଚାରେ ଅଛନ୍ତି । ପିଲାଦିନୁ ଫିଲ୍ମ ଜଗତ ସହ ଜଡ଼ିତ ହୋଇ ରହି ଆସିଥିବା ଶ୍ରୀଦେବୀ, ଅନେକ ଫିଲ୍ମରେ ମୁଖ୍ୟ ଭୁମିକାରେ ଅଭିନୟ କରିଆସିଛନ୍ତି ଓ ଏଥିପାଇଁ ପ୍ରବଳ ଲୋକପ୍ରିୟତା ମଧ୍ୟ ସାଉଣ୍ଟିଛନ୍ତି। କିନ୍ତୁ ମମ୍ ଫିଲ୍ମରେ ଲିଡିଂ ରୋଲରେ କାମ କରିବା ତାଙ୍କ ପାଇଁ ଖାସ୍ ରହିବ । କାରଣ ଏହା ହେଉଛି ଶ୍ରୀଦେବୀଙ୍କର ୩୦୦ତମ ଫିଲ୍ମ । ତେଣୁ ବଲିଉଡରେ ତାଙ୍କର ଦୀର୍ଘ ବର୍ଷର ଖଟାମିଠା ଫିଲ୍ମିଯାତ୍ରା ଅନୁଭୁତି ସେୟାର କରିଥିଲେ ଶ୍ରୀଦେବୀ , କହିଥିଲେ, ଆଜିକାଲିର ବଲିଉଡ ଅଭିନେତ୍ରୀ ମାନଙ୍କୁ ଭ୍ୟାନିଟି ଭ୍ୟାନ୍ ମିଳୁଥିବାରୁ ସେମାନେ ଭାଗ୍ୟବତୀ । ଆଗରୁ ଏମିତି ସୁବିଧା ନଥିଲା , ତେଣୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡୁଥିଲା । ତେଣୁ ଡ୍ରେସ୍ ବଦଳେଇବାକୁ ସେତେବେଳେ ଅଭିନେତ୍ରୀମାନେ ଗଛ ଉହାଡ଼, ବୁଦାମୂଳେ କିମ୍ବା ଫିଲ୍ମ ସେଟ୍ ପଛକୁ ଯିବାକୁ ପଡୁଥିଲା । ଏମିତିକି ସେତେବେଳେ ଭଲ ଟଏଲେଟର ସୁବିଧା ମଧ୍ୟ ନଥିଲା, ସେଥିପାଇଁ ମୁଁ ସୁଟିଂ ସମୟରେ କମ୍ ପାଣି ପିଉଥିଲି ବୋଲି କହିଛନ୍ତି ଶ୍ରୀଦେବୀ।