ସୁନ୍ଦରୀ କିନ୍ନର ଆମ୍ମାଜୀଙ୍କ ଉପରେ ଏବେ ସମସ୍ତଙ୍କ ନଜର...

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଠରେ ଲିପ୍‌ଷ୍ଟିକ୍‌, ଆଖିରେ କଜଳ ଧାର। ଆଉ ସିନ୍ଥିରେ ସିନ୍ଦୂର ଓ କପାଳରେ ନାଲି ଟିକିଲି। ମୁହଁର ବହଳ ମେକ୍‌ଅପ୍‌। ଗଳାରେ ଆକର୍ଷଣୀୟ ସୁନାର ମଙ୍ଗଳସୂତ୍ର। ସତେ ଯେମିତି ଜଣେ ନବ ବଧୂଟିଏ ସଜେଇ ହୋଇଛି, ତାର ପ୍ରିୟ ପୁରୁଷ ପାଇଁ। କିନ୍ତୁ ସେ ନରୀ ନୁହନ୍ତି। ସେ ଜଣେ କିନ୍ନର। ତେବେ ଏହି ସୁନ୍ଦରୀ କିନ୍ନର ଜଣକ କିଏ ଆପଣ ଜାଣନ୍ତି, ଯାହାକୁ ନେଇ ଏବେ ଉଠୁଛି ପଡ଼ୁଛି ଓଡ଼ିଶା। ସେ ସତ […]

kinn

kinn

Manoranjan Sial
  • Published: Friday, 10 January 2020
  • Updated: 11 January 2020, 08:54 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଠରେ ଲିପ୍‌ଷ୍ଟିକ୍‌, ଆଖିରେ କଜଳ ଧାର। ଆଉ ସିନ୍ଥିରେ ସିନ୍ଦୂର ଓ କପାଳରେ ନାଲି ଟିକିଲି। ମୁହଁର ବହଳ ମେକ୍‌ଅପ୍‌। ଗଳାରେ ଆକର୍ଷଣୀୟ ସୁନାର ମଙ୍ଗଳସୂତ୍ର। ସତେ ଯେମିତି ଜଣେ ନବ ବଧୂଟିଏ ସଜେଇ ହୋଇଛି, ତାର ପ୍ରିୟ ପୁରୁଷ ପାଇଁ। କିନ୍ତୁ ସେ ନରୀ ନୁହନ୍ତି। ସେ ଜଣେ କିନ୍ନର। ତେବେ ଏହି ସୁନ୍ଦରୀ କିନ୍ନର ଜଣକ କିଏ ଆପଣ ଜାଣନ୍ତି, ଯାହାକୁ ନେଇ ଏବେ ଉଠୁଛି ପଡ଼ୁଛି ଓଡ଼ିଶା। ସେ ସତ ସତିକା କିନ୍ନର ନୁହନ୍ତି। ସେ ହେଉଛନ୍ତି ଓଲିଉଡ୍‌ ଆକ୍ଟର ଶ୍ରୀତମ ଦାସ। ଏକ ଫିଲ୍ମରେ ସେ କିନ୍ନର ଭୂମିକାରେ ଅଭିନୟ କରୁଛନ୍ତି ଓ ସେଥିପାଇଁ ନିଜକୁ ଏମିତି ଢଙ୍ଗରେ ସଜାଇଛନ୍ତି।

ନିର୍ମାଣ ହେଉଥିବା ଏହି ଫିଲ୍ମର ନାଁ ‘କିଏ ହେବ ମୋ ହିରୋଇନ୍‌’। ଏଥିରେ ଶ୍ରୀତମ କିନ୍ନର ଆମ୍ମାଜୀ ଚରିତ୍ରରେ ଅଭିନୟ କରୁଛନ୍ତି। ଏହା ହେଉଛି ଫିଲ୍ମର ମୁଖ୍ୟ ଚରିତ୍ର। ଏଥିରେ କିନ୍ନର ଚରିତ୍ରକୁ ଏକ ଭିନ୍ନ ଢଙ୍ଗରେ ଉପସ୍ଥାପନା କରାଯାଇଛି।

ସାଧାରଣତଃ କିନ୍ନରଙ୍କୁ ସମାଜ ଭିନ୍ନ ଦୃଷ୍ଟିରେ ଦେଖିଥାଏ। ତେବେ ଏଠି ପ୍ରଶ୍ନ ଉଠେ ଏ ସଭ୍ୟ ଓ ଶିକ୍ଷିତ ମଣିଷ ସେମାନଙ୍କୁ କାହିଁକି ହୀନ ଦୃଷ୍ଟିରେ ଦେଖେ? ଏହାର ଉତ୍ତର ହୁଏତ କାହା ପାଖରେ ନଥିବ । ସେହିଭଳି ସିଲ୍‌ଭର ସ୍କ୍ରିନ୍‌ରେ ମଧ୍ୟ କିନ୍ନରଙ୍କୁ ନେଗେଟିଭ୍‌ ଓ ଚାକର ଭଳି ଚରିତ୍ରରେ ଦେଖିବାକୁ ମିଳେ। ହେଲେ କେଉଁଠି ବି କିନ୍ନରଙ୍କୁ ସକାରାତ୍ମକ ଚରିତ୍ରରେ ଦେଖିବାକୁ ମିଳେ ନାହିଁ। କିନ୍ତୁ ଓଲିଉଡ୍‌ ଇଣ୍ଡଷ୍ଟ୍ରୀରେ ପ୍ରଥମ ଥର ପାଇଁ କିନ୍ନରଙ୍କୁ ସକାରାତ୍ମକ ଚରିତ୍ରରେ ଦେଖିବାକୁ ମିଳିବ। ‘କିଏ ହେବ ମୋ ହିରୋଇନ୍‌’ ଫିଲ୍ମରେ ଏପରି ଚରିତ୍ରରେ ନଜର ଆସିବେ ଶ୍ରୀତମ। ସେ ଜଣେ କିନ୍ନର ହୋଇଥିଲେ ମଧ୍ୟ ମା’ ପରି ସମସ୍ତଙ୍କୁ ନିଜର କରିପାରିଛନ୍ତି। ଦର୍ଶକ ଏଥିରେ ତାଙ୍କ ସଂଘର୍ଷର କାହାଣୀ ବି ଦେଖିବାକୁ ପାଇବେ।

ଏମିତି ଚରିତ୍ରରେ ଶ୍ରୀତମ ପୂର୍ବରୁ ମଧ୍ୟ ଅଭିନୟ କରିଛନ୍ତି। ଫିଲ୍ମ ‘ଆଣ୍ଟି ନମ୍ୱର-୧’ରେ ସେ କିନ୍ନର ଚରିତ୍ରରେ ଅଭିନୟ କରିଥିଲେ। କିନ୍ତୁ କୌଣସି କାରଣରୁ  ଫିଲ୍ମଟି ରିଲିଜ୍ ହୋଇ ନଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos