ମୁମ୍ବାଇ: ଉପର ଫଟୋଟି କାହାର କହିପାରିବେ? କିଛି ଦିନ ତଳେ ଫଟୋଟି ଇନ୍ଷ୍ଟାଗ୍ରାମ୍ ପେଜ୍ରେ ପୋଷ୍ଟ୍ ହୋଇଥିଲା। ଏହା ଭାଇରାଲ୍ ହୋଇଛି। ଏହାକୁ ୭୨ ହଜାରରୁ ଅଧିକ ଲୋକ ଲାଇକ୍ କରି ସାରିଲେଣି।
ଏ ଫଟୋରେ ଯିଏ ଅଛନ୍ତି, ସେ ଜଣେ ଲୋକପ୍ରିୟ ଟେଲିଭିଜନ୍ ଅଭିନେତ୍ରୀ। ‘ଜି’ ଟିଭିରେ ତାଙ୍କର ଏକ ଧାରାବାହିକ ପ୍ରସାରିତ ହେଉଛି ଓ ଏହା ବହୁତ ଲୋକପ୍ରିୟ ମଧ୍ୟ। ଏହା ହେଉଛି ତାଙ୍କର ସ୍କୁଲ୍ ବେଳର ଫଟୋ। ଏବେ ବୋଧେ ଚିହ୍ନି ଯିବେଣି!
ହଁ, ସେ ହେଉଛନ୍ତି ‘କୁମ୍ କୁମ୍ ଭାଗ୍ୟ’ରେ ‘ପ୍ରଜ୍ଞା’ ଚରିତ୍ରରେ ଅଭିନୟ କରୁଥିବା ସ୍ରିତି ଝା।
ସେ ନିଜେ ଏହି ଫଟୋକୁ ତାଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ପୋଷ୍ଟ୍ କରିଛନ୍ତି।
ସେ ଲେଖିଛନ୍ତି,“ମୁଁ ଏବେ ବି ଜୀବନ ଓ ଭବିଷ୍ୟତକୁ ନେଇ କିଛି ଜାଣିନି। କିନ୍ତୁ ଏତିକି ଜାଣିଛି ଯେ ମୁଁ ଅଭିନୟକୁ ବହୁତ ଭଲ ପାଏ।”
‘ଧୁମ୍ ମଚାଦେ ଧୁମ୍’ ସିରିଏଲ୍ରୁ ସେ କ୍ୟାରିଅର ଆରମ୍ଭ କରିଥିଲେ। କିନ୍ତୁ ‘ଦିଲ୍ ସେ ଦି ଦୁଆ... ସୌଭାଗ୍ୟବତୀ ଭବ’ରୁ ତାଙ୍କୁ ସ୍ୱତନ୍ତ୍ର ପରିଚୟ ମିଳିଥିଲା। ତା’ପରେ ସେ ‘ବାଳିକା ବଧୂ’ରେ ଅଭିନୟ କରିଥିଲେ। ଏବେ ସେ ୪ ବର୍ଷ ହେବ ‘କୁମ୍ କୁମ୍ ଭାଗ୍ୟ’ରେ ଅଭିନୟ କରୁଛନ୍ତି।