ଟେଲି ଦୁନିଆରୁ ସିଲଭର୍ ସ୍କ୍ରିନ୍: ବଲିଉଡରେ ୨୫ ବର୍ଷ ପୂରଣ କଲେ ଶାହାରୁଖ

୨୫ ବର୍ଷର ରୋମାଞ୍ଚକର ଯାତ୍ରା, ଟେଲିଭିଜନ୍ ଦୁନିଆରୁ ସିଲଭର୍ ସ୍କ୍ରିନ୍। ଛୋଟ ଅଭିନେତାରୁ ବଲିଉଡ୍ ବାଦଶାହା। ଆମେ କହୁଛି କିଙ୍ଗଖାନ୍‌ ଶାହାରୁଖ୍‌ଙ୍କ ବିଷୟରେ। ଆଜି ବାଦଶାହା ବଲିଉଡରେ ତାଙ୍କର ୨୫ ବର୍ଷ ପୂରଣ କରିଛନ୍ତି। ଏଥିପାଇଁ ତାଙ୍କ ପାଖକୁ ଦିନସାରା ଶୁଭେଚ୍ଛାର ସୁଅ ଛୁଟିଛି। ଲକ୍ଷ ଲକ୍ଷ ଫ୍ୟାନ୍ ସୋସିଆଲ୍ ମିଡିଆ ଜରିଆରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସୂଚନାଯୋଗ୍ୟ, ଅଭିନୟ ଦୁନିଆକୁ ଆସିବା ବେଳେ ଶାହାରୁଖଙ୍କ ପଛରେ କେହି ଗଡ୍ ଫାଦର ନ ଥିଲେ। ଟେଲିଭିଜନ ସିରିଆଲରେ […]

Shahrukh-Khan

Rakesh Mallick
  • Published: Monday, 26 June 2017
  • , Updated: 26 June 2017, 06:06 PM IST

୨୫ ବର୍ଷର ରୋମାଞ୍ଚକର ଯାତ୍ରା, ଟେଲିଭିଜନ୍ ଦୁନିଆରୁ ସିଲଭର୍ ସ୍କ୍ରିନ୍। ଛୋଟ ଅଭିନେତାରୁ ବଲିଉଡ୍ ବାଦଶାହା। ଆମେ କହୁଛି କିଙ୍ଗଖାନ୍‌ ଶାହାରୁଖ୍‌ଙ୍କ ବିଷୟରେ। ଆଜି ବାଦଶାହା ବଲିଉଡରେ ତାଙ୍କର ୨୫ ବର୍ଷ ପୂରଣ କରିଛନ୍ତି। ଏଥିପାଇଁ ତାଙ୍କ ପାଖକୁ ଦିନସାରା ଶୁଭେଚ୍ଛାର ସୁଅ ଛୁଟିଛି। ଲକ୍ଷ ଲକ୍ଷ ଫ୍ୟାନ୍ ସୋସିଆଲ୍ ମିଡିଆ ଜରିଆରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସୂଚନାଯୋଗ୍ୟ, ଅଭିନୟ ଦୁନିଆକୁ ଆସିବା ବେଳେ ଶାହାରୁଖଙ୍କ ପଛରେ କେହି ଗଡ୍ ଫାଦର ନ ଥିଲେ। ଟେଲିଭିଜନ ସିରିଆଲରେ କାମ କରି ଧୀରେ ଧୀରେ ନିଜର ଅଭିନୟର ଚମତ୍କାରିତା ଦେଖାଇଥିଲେ। ସେଠାରୁ ହିଁ ଆରମ୍ଭ ହୋଇଥିଲା ସିଲଭର୍ ସ୍କ୍ରିନ ଆସିବାର ତାଙ୍କ ଯାତ୍ରା।

୧୯୯୨ରେ ‘ଦିୱାନା’ ଫିଲ୍ମରୁ ଶାହାରୁଖ୍ ତାଙ୍କର ପିଲ୍ମ କ୍ୟାରିଅର ଆରମ୍ଭ କରିଥିଲେ। ଏବେ ସୁଦ୍ଧା ୮୦ରୁ ଅଧିକ ହିଟ୍ ଫିଲ୍ମ ଦେଇ ସେ ବଲିଉଡର ବାଦଶାହା ରୂପେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି। ବହୁ ପୁରସ୍କାର ପାଇଥିବା ଶାହାରୁଖ ୨୦୦୫ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ଅଭିନୟ ସହ ସେ କିଛି ଫିଲ୍ମରେ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି। ଶାହାରୁଖ ଏବେ ତାଙ୍କ ଆଗାମୀ ପିଲ୍ମ ‘ଜବ୍ ହ୍ୟାରୀ ମିଟସ୍ ସେଜଲ୍’ର ସୁଟିଂରେ ବ୍ୟସ୍ତ ଅଛନ୍ତି।

Related story