ହଲିଉଡ୍‌ ଫିଲ୍ମ ‘ଆଙ୍ଗ୍ରି ବାର୍ଡ୍‌-୨’ରେ ଭଏସ୍‌ ଦେଲେ କପିଲ ଶର୍ମା

ମୁମ୍ୱାଇ: ‘ଆଙ୍ଗ୍ରି ବାର୍ଡ’ ନାମରେ ହଲିଉଡ୍‌ରେ ଏକ ଆନିମେଶନ୍ ଫିଲ୍ମ ନିର୍ମିତ ହୋଇସାରିଛି। ଫିଲ୍ମ ରିଲିଜ୍‌ ହେବାର ତିନି ବର୍ଷ ପରେ ଏହାର ଦ୍ୱିତୀୟ ଭାଗ ‘ଆଙ୍ଗ୍ରି ବାର୍ଡ୍‌-୨’ ତିଆରି ହେବାକୁ ଯାଉଛି। ଅନ୍ୟାନ୍ୟ ହଲିଉଡ୍‌ ଫିଲ୍ମ ପରି ଏହି ଫିଲ୍ମକୁ ମଧ୍ୟ ହିନ୍ଦୀ, ତାମିଲ ଓ ତେଲୁଗୁ ଭାଷାରେ ଡବ୍‌ କରାଯିବା ପରେ ଭାରତରେ ରିଲିଜ କରାଯିବ। ସୂଚନା ଅନୁସାରେ ‘ଆଙ୍ଗ୍ରି ବାର୍ଡ୍‌-୨’ର ହିନ୍ଦୀ ଭର୍ସନ୍‌ରେ ମୁଖ୍ୟ ଚରିତ୍ରରେ ଥିବା ରେଡ୍‌ ପାଇଁ କମେଡିଆନ୍‌ କପିଲ […]

kapil

Puspanjali Panda
  • Published: Friday, 26 July 2019
  • , Updated: 27 July 2019, 07:15 AM IST

ମୁମ୍ୱାଇ: ‘ଆଙ୍ଗ୍ରି ବାର୍ଡ’ ନାମରେ ହଲିଉଡ୍‌ରେ ଏକ ଆନିମେଶନ୍ ଫିଲ୍ମ ନିର୍ମିତ ହୋଇସାରିଛି। ଫିଲ୍ମ ରିଲିଜ୍‌ ହେବାର ତିନି ବର୍ଷ ପରେ ଏହାର ଦ୍ୱିତୀୟ ଭାଗ ‘ଆଙ୍ଗ୍ରି ବାର୍ଡ୍‌-୨’ ତିଆରି ହେବାକୁ ଯାଉଛି।

ଅନ୍ୟାନ୍ୟ ହଲିଉଡ୍‌ ଫିଲ୍ମ ପରି ଏହି ଫିଲ୍ମକୁ ମଧ୍ୟ ହିନ୍ଦୀ, ତାମିଲ ଓ ତେଲୁଗୁ ଭାଷାରେ ଡବ୍‌ କରାଯିବା ପରେ ଭାରତରେ ରିଲିଜ କରାଯିବ। ସୂଚନା ଅନୁସାରେ ‘ଆଙ୍ଗ୍ରି ବାର୍ଡ୍‌-୨’ର ହିନ୍ଦୀ ଭର୍ସନ୍‌ରେ ମୁଖ୍ୟ ଚରିତ୍ରରେ ଥିବା ରେଡ୍‌ ପାଇଁ କମେଡିଆନ୍‌ କପିଲ ଶର୍ମା ଭଏସ୍‌ ଦେଇଛନ୍ତି।

ଏହି ଫିଲ୍ମ ପାଇଁ ଇଂରାଜୀରେ କମେଡି ଅଭିନେତା ଜେସନ୍‌ ସୁଡିକସ୍‌ ଭଏସ୍‌ ଦେଇଛନ୍ତି। ରେଡ୍‌ ଚରିତ୍ର ପାଇଁ ଭଏସ୍‌ ଡବିଙ୍ଗକୁ କପିଲ ବହୁତ ଏନଜୟ କରିଥିବା ଶୁଣିବାକୁ ମିଳିଛି। ଏ ନେଇ କପିଲ କହିଛନ୍ତି, ‘ହଲିଉଡ୍‌ରେ ପ୍ରଥମେ ଆର୍ଟିଷ୍ଟ୍‌ କ୍ୟାରେକ୍ଟର ନିଜ ଭଏସ୍‌ ଦେଇଥାନ୍ତି। ଏହାପରେ ହିଁ ଗ୍ରାଫିକ୍ସ ତିଆରି କରାଯାଇଥାଏ। କିନ୍ତୁ ବଲିଉଡ୍‌ରେ ଗ୍ରାଫିକ୍ସ ଅନୁସାରେ ହିଁ ଭଏସ୍‌ ଦେବାକୁ ପଡ଼ିଥାଏ।’

କପିଲ ଆହୁରି ମଧ୍ୟ କହିଛନ୍ତି, ସେ ପ୍ରମିଜ୍‌ କରୁଛନ୍ତି ଯେ, ରେଡ୍‌ ଚରିତ୍ର ପାଇଁ ସେ କରିଥିବା ଭଏସ୍‌ ଡବିଙ୍ଗ ଦର୍ଶକଙ୍କୁ ନିରାଶ କରିବ ନାହିଁ। କାହିଁକି ନା ରେଡ୍‌ ଚରିତ୍ର ନିଜ ଭିତରେ ହିଁ ଏକ ମଜାଦାର ଚରିତ୍ର। ସେ ରେଡ୍‌ ଚରିତ୍ର ପାଇଁ ଭଏସ୍‌ ଦେଇଥିଲେ ମଧ୍ୟ ଦର୍ଶକ ସେଥିରେ କପିଲ ଶର୍ମାଙ୍କ ଉପସ୍ଥିତିକୁ ବିଲକୁଲ୍‌ ଜାଣିପାରିବେ ନାହିଁ।

Related story