ବିରାଟ ଓ ଅନୁଷ୍କାଙ୍କୁ କେଉଁ ଷ୍ଟାର କେମିତି ଜଣାଇଲେ ଶୁଭେଚ୍ଛା

ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲୀ ଓ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ବିବାହ ସମ୍ପନ୍ନ ହୋଇଛି। ଦୁହେଁ ଇଟାଲିର ଟସ୍କନି ସହରର ବର୍ଗୋ ଫିନୋଶିଟୋ ରିସୋର୍ଟରେ ବିବାହ କରିଛନ୍ତି। ବିବାହ ପରେ ସୋମବାର ରାତିରେ ଫେସବୁକ୍‌ , ଟ୍ଵିଟର ଓ ଇନ୍‌ଷ୍ଟାଗ୍ରାମ୍‌ରେ ସେମାନଙ୍କ ବାହାଘରର ଫଟୋ ଓ ଭିଡିଓ ଭାଇରାଲ ହୋଇଥିଲା। ଏହି ଖୁସି ଖବର ସମସ୍ତେ ଜାଣିବା ପରେ ଅନେକ ବଲିଉଡ୍‌ ଷ୍ଟାର୍ ଏହି ନବବିବାହିତ ଯୋଡୀଙ୍କୁ ଶୁଭେଚ୍ଛା […]

11virat-anu2

Rakesh Mallick
  • Published: Tuesday, 12 December 2017
  • , Updated: 12 December 2017, 06:44 PM IST

ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲୀ ଓ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ବିବାହ ସମ୍ପନ୍ନ ହୋଇଛି। ଦୁହେଁ ଇଟାଲିର ଟସ୍କନି ସହରର ବର୍ଗୋ ଫିନୋଶିଟୋ ରିସୋର୍ଟରେ ବିବାହ କରିଛନ୍ତି। ବିବାହ ପରେ ସୋମବାର ରାତିରେ ଫେସବୁକ୍‌ , ଟ୍ଵିଟର ଓ ଇନ୍‌ଷ୍ଟାଗ୍ରାମ୍‌ରେ ସେମାନଙ୍କ ବାହାଘରର ଫଟୋ ଓ ଭିଡିଓ ଭାଇରାଲ ହୋଇଥିଲା। ଏହି ଖୁସି ଖବର ସମସ୍ତେ ଜାଣିବା ପରେ ଅନେକ ବଲିଉଡ୍‌ ଷ୍ଟାର୍ ଏହି ନବବିବାହିତ ଯୋଡୀଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ଶାହାରୁଖ୍‌ ଖାନ୍‌, ଅମିତାଭ ବଚ୍ଚନ, ଶ୍ରୀଦେବୀ, ପ୍ରିୟଙ୍କା ଚୋପ୍ରା, ଅନୀଲ କପୁର, ଅଭିଷେକ୍‌ ବଚ୍ଚନ, ପରିଣିତି ଚୋପ୍ରା, ଏମିତି ଆହୁରି ଅନେକ ଷ୍ଟାର ତାଙ୍କୁ ବିବାହର ଶୁଭ କାମନା ଜଣାଇଥିଲେ। ତେବେ ଚାଲନ୍ତୁ ଜାଣିବା କୋଉ ଷ୍ଟାର କେମିତି ତାଙ୍କୁ ଶୁଭକାମନା ଜଣାଇଥିଲେ।

ଶାହାରୁଖ୍‌ ଖାନ୍‌ ଲେଖିଥିଲେ, ‘‘ଏବେ ହିଁ ହେଲା ପ୍ରକୃତ ରବ୍‌ନେ ବନାଦି ଯୋଡି’ ଦୁହିଁଙ୍କୁ ମୋର ଶ୍ରଦ୍ଧା ଓ ଭଲପାଇବା। ଭଗବାନ ଆପଣ ଦୁହିଁଙ୍କୁ ଖୁସିରେ ରଖନ୍ତୁ।

ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ ଅନୁଷ୍କା ଓ ବିରାଟକୁ ଶୁଭେଚ୍ଛା ଜଣେଇ ଲେଖିଥିଲେ,‘‘ବିରାଟ୍‌ ଓ ଅନୁଷ୍କା, ଆପଣଙ୍କ ଜୀବନର ସବୁଠୁ ସୁନ୍ଦର ଦିନରେ ବହୁତ ବହୁତ ଶୁଭେଚ୍ଛା’’।

ଶ୍ରାଦେବୀ ଲେଖିଥିଲେ,‘‘ଅନେକ ଅନେକ ଶୁଭେଚ୍ଛା, ତୁମ ମାନଙ୍କ ଯୋଡି ସବୁବେଳେ ଠିକ୍‌ ଥାଉ। ଭାଗବାନ ଆପଣଙ୍କୁ ସୁରକ୍ଷିତ ରଖନ୍ତୁ’’

ପ୍ରିୟଙ୍କା ଲେଖିଥିଲେ, ‘‘ଦୁହେଁ ଏକାଠି ଖୁବ୍‌ ସୁନ୍ଦର ଦେଖା ଯାଉଛ। ପୂରା ପରୀ ରାଇରଜ ପରି ଲାଗୁଛି। ଦୁହେଁ ଖୁସିରେ ରୁହ। ମୋ ତରଫରୁ ଦୁହିଁଙ୍କୁ ଖୁବ୍‌ ଶ୍ରଦ୍ଧା’’।

ସାହିଦ୍‌ କପୁର ଲେଖିଥିଲେ, ‘‘ଚମତ୍କାର। ଦୁହିଁଙ୍କ ପରିବାରକୁ ଅନେକ ଶୁଭକାମନା।

ବରୁଣ ଧୱନ୍‌ ଲେଖିଥିଲେ,‘‘ ଜୀବନର ଏହି ସୁନ୍ଦର ଯାତ୍ରାରେ ଦୁହିଁଙ୍କୁ ଅନେକ ଅନେକ ଶୁଭେଚ୍ଛା। ସବୁବେଳେ ସୁଖରେ ରୁହ।

ଅନୀଲ କପୁର ଲେଖିଥିଲେ, ‘‘ଏହି ନୂଆଯୋଡିଙ୍କୁ ବହୁତ ବହୁତ ଶୁଭକାମନା। ଦୁହେଁ ଏକାଠି ଖୁସିରେ ରୁହ।

Related story