ପଲକ୍‌ଙ୍କୁ ତାଙ୍କ ସାବତ ବାପା ପିଟନ୍ତି!

ମୁମ୍ବାଇ: ଟେଲିଭିଜନ୍ ଅଭିନେତ୍ରୀ ଶ୍ୱେତା ତିୱାରୀ ତାଙ୍କ ଦ୍ୱିତୀୟ ସ୍ୱାମୀ ଅଭିନବ କୋହଲୀଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ ଆଣିଛନ୍ତି। ଶ୍ୱେତା ଅଭିଯୋଗ କରିଛନ୍ତି ଯେ, ତାଙ୍କ ସ୍ୱାମୀ ତାଙ୍କୁ ଓ ତାଙ୍କ ଝିଅ ପଲକ୍‌କୁ ପିଟନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ ପଲକ୍‌ଙ୍କ ବାପା ତଥା ଶ୍ୱେତାଙ୍କ ପ୍ରଥମ ସ୍ୱାମୀ ରାଜା ଚୌଧୁରୀ ଏନେଇ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି,“ମୁଁ ମିଡିଆରୁ ଏ ବିଷୟରେ ଜାଣିଛି। ମୁଁ ମୋ ଝିଅ ସହିତ ଯୋଗାଯୋଗ କରିଥିଲି। […]

palaka

palaka

Jitendra Garnayak
  • Published: Tuesday, 13 August 2019
  • Updated: 13 August 2019, 02:54 PM IST

ମୁମ୍ବାଇ: ଟେଲିଭିଜନ୍ ଅଭିନେତ୍ରୀ ଶ୍ୱେତା ତିୱାରୀ ତାଙ୍କ ଦ୍ୱିତୀୟ ସ୍ୱାମୀ ଅଭିନବ କୋହଲୀଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ ଆଣିଛନ୍ତି। ଶ୍ୱେତା ଅଭିଯୋଗ କରିଛନ୍ତି ଯେ, ତାଙ୍କ ସ୍ୱାମୀ ତାଙ୍କୁ ଓ ତାଙ୍କ ଝିଅ ପଲକ୍‌କୁ ପିଟନ୍ତି।
rajaଏହି ଘଟଣା ସାମ୍ନାକୁ ଆସିବା ପରେ ପଲକ୍‌ଙ୍କ ବାପା ତଥା ଶ୍ୱେତାଙ୍କ ପ୍ରଥମ ସ୍ୱାମୀ ରାଜା ଚୌଧୁରୀ ଏନେଇ ପ୍ରତିକ୍ରିୟା ରଖିଛନ୍ତି।

ସେ କହିଛନ୍ତି,“ମୁଁ ମିଡିଆରୁ ଏ ବିଷୟରେ ଜାଣିଛି। ମୁଁ ମୋ ଝିଅ ସହିତ ଯୋଗାଯୋଗ କରିଥିଲି। ଆଜି ସକାଳେ ତା’ ସହିତ କଥା ହୋଇଥିଲି। ସେ ମୋତେ ଏ ବିଷୟରେ କିଛି ଚିନ୍ତା କରିବା ଭଳି କଥା ନାହିଁ ବୋଲି କହିଥିଲା। ସେ ଠିକ୍ ଅଛି। ବାପା ହିସାବରେ ଏ ଘଟଣା ମୋତେ ଚିନ୍ତିତ କରିଛି।”

4ଏକ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଅଭିନବଙ୍କୁ ଯୌନ ଉତ୍ପୀଡ଼ନ, ଜାଣିଶୁଣି ଆଘାତ ପହଞ୍ଚାଇବା, ଜାଣିଶୁଣି ଅପମାନିତ କରିବା ଓ ଧମକଚମକ ଦେବା ଅଭିଯୋଗରେ ରବିବାର ଗିରଫ କରାଯାଇଥିଲା। ସୋମବାର ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos