ପଲକ୍‌ଙ୍କୁ ତାଙ୍କ ସାବତ ବାପା ପିଟନ୍ତି!

ମୁମ୍ବାଇ: ଟେଲିଭିଜନ୍ ଅଭିନେତ୍ରୀ ଶ୍ୱେତା ତିୱାରୀ ତାଙ୍କ ଦ୍ୱିତୀୟ ସ୍ୱାମୀ ଅଭିନବ କୋହଲୀଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ ଆଣିଛନ୍ତି। ଶ୍ୱେତା ଅଭିଯୋଗ କରିଛନ୍ତି ଯେ, ତାଙ୍କ ସ୍ୱାମୀ ତାଙ୍କୁ ଓ ତାଙ୍କ ଝିଅ ପଲକ୍‌କୁ ପିଟନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ ପଲକ୍‌ଙ୍କ ବାପା ତଥା ଶ୍ୱେତାଙ୍କ ପ୍ରଥମ ସ୍ୱାମୀ ରାଜା ଚୌଧୁରୀ ଏନେଇ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି,“ମୁଁ ମିଡିଆରୁ ଏ ବିଷୟରେ ଜାଣିଛି। ମୁଁ ମୋ ଝିଅ ସହିତ ଯୋଗାଯୋଗ କରିଥିଲି। […]

palaka

Jitendra Garnayak
  • Published: Tuesday, 13 August 2019
  • , Updated: 13 August 2019, 02:54 PM IST

ମୁମ୍ବାଇ: ଟେଲିଭିଜନ୍ ଅଭିନେତ୍ରୀ ଶ୍ୱେତା ତିୱାରୀ ତାଙ୍କ ଦ୍ୱିତୀୟ ସ୍ୱାମୀ ଅଭିନବ କୋହଲୀଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ ଆଣିଛନ୍ତି। ଶ୍ୱେତା ଅଭିଯୋଗ କରିଛନ୍ତି ଯେ, ତାଙ୍କ ସ୍ୱାମୀ ତାଙ୍କୁ ଓ ତାଙ୍କ ଝିଅ ପଲକ୍‌କୁ ପିଟନ୍ତି।
ଏହି ଘଟଣା ସାମ୍ନାକୁ ଆସିବା ପରେ ପଲକ୍‌ଙ୍କ ବାପା ତଥା ଶ୍ୱେତାଙ୍କ ପ୍ରଥମ ସ୍ୱାମୀ ରାଜା ଚୌଧୁରୀ ଏନେଇ ପ୍ରତିକ୍ରିୟା ରଖିଛନ୍ତି।

ସେ କହିଛନ୍ତି,“ମୁଁ ମିଡିଆରୁ ଏ ବିଷୟରେ ଜାଣିଛି। ମୁଁ ମୋ ଝିଅ ସହିତ ଯୋଗାଯୋଗ କରିଥିଲି। ଆଜି ସକାଳେ ତା’ ସହିତ କଥା ହୋଇଥିଲି। ସେ ମୋତେ ଏ ବିଷୟରେ କିଛି ଚିନ୍ତା କରିବା ଭଳି କଥା ନାହିଁ ବୋଲି କହିଥିଲା। ସେ ଠିକ୍ ଅଛି। ବାପା ହିସାବରେ ଏ ଘଟଣା ମୋତେ ଚିନ୍ତିତ କରିଛି।”

ଏକ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଅଭିନବଙ୍କୁ ଯୌନ ଉତ୍ପୀଡ଼ନ, ଜାଣିଶୁଣି ଆଘାତ ପହଞ୍ଚାଇବା, ଜାଣିଶୁଣି ଅପମାନିତ କରିବା ଓ ଧମକଚମକ ଦେବା ଅଭିଯୋଗରେ ରବିବାର ଗିରଫ କରାଯାଇଥିଲା। ସୋମବାର ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା।

Related story