ମୁମ୍ବାଇ: ଗ୍ଲାମର ଦୁନିଆ ଏପରି ଏକ କ୍ଷେତ୍ର ଯେଉଁଠି ନିଜକୁ ପ୍ରତିଷ୍ଠିତ କରିବାକୁ ସମସ୍ତେ ଚାହିଁଥାନ୍ତି। ଏଥିପାଇଁ ଲମ୍ବା ଷ୍ଟ୍ରଗଲ କରିବାକୁ ପଡିଥାଏ। ଏହାସହ ଭାଗ୍ୟ ମଧ୍ୟ ସାଥ୍ ଦେବା ଆବଶ୍ୟକ। ବିନା ଭାଗ୍ୟରେ ବି-ଟାଉନରେ ତିଷ୍ଠିବା ମୁସ୍କିଲ୍। ବଲିଉଡରେ ଏମିତି ଜଣେ ଅଭିନେତ୍ରୀ ଅଛନ୍ତି ଯିଏ ଏହି ରୂପେଲି ଦୁନିଆରେ ନିଜକୁ ପ୍ରତିଷ୍ଠିତ କରାଇବା ସହ ଅଭିନୟର ଯାଦୁରେ ଦର୍ଶକଙ୍କୁ ଆଜି ବି ବିମୋହିତ କରୁଛନ୍ତି। ହେଲେ ଏହି ହିରୋଇନ ଜଣଙ୍କ ରିଲ ଲାଇଫ୍କୁ ଗ୍ଲାମର ପାଇଁ ଆସି ନ ଥିଲେ। ଆମେ କହୁଛୁ ଏଭର ଗ୍ରୀନ୍ ରେଖାଙ୍କ କଥା। ଆସନ୍ତୁ ଜାଣିବା ରେଖା ଅଭିନୟ ଦୁନିଆକୁ ଆସିବାର କାରଣ।
ସାଉଥ ଫିଲ୍ମ ଅଭିନେତା ଜୋମିନ୍ ଗଣେଶନ୍ ଏବଂ ପୁଷ୍ପ ପଲ୍ଲବୀଙ୍କ ଝିଅ ରେଖା। କୁହାଯାଏ ରେଖା ଜନ୍ମ ହେବା ବେଳକୁ ତାଙ୍କ ବାପାମାଆଙ୍କ ବିବାହ ହୋଇ ନ ଥିଲା। ପରେ ରେଖାଙ୍କ ବାପା ଅନ୍ୟ ଜଣଙ୍କୁ ବିବାହ କରିଥିଲେ। ମାଆଙ୍କ ସ୍ୱାସ୍ଥ୍ୟ ଠିକ୍ ନ ରହିବାରୁ ସେ ଆଉ ଅଭିନୟ କରି ପାରି ନ ଥିଲେ। ଫଳରେ ଅଭିନୟ ପରିବାରରୁ ଆସିଥିବା ରେଖା ଘର ଚଳାଇବାକୁ ଅଭିନୟକୁ ହିଁ କ୍ୟାରିୟର ବନାଇ ଥିଲେ।