ମୋଦିଙ୍କ ହାତ ଧରିବେ ସୁହାନୀ

ମୁମ୍ବଇ: ପ୍ରିନ୍‌ସେସ୍‌ ଲାଚି ଆଉ ଦିନ କେଇଟା ପରେ ମୋଦିଙ୍କ ହାତ ଧରିବେ। ସୋନି ଟିଭିରେ ପ୍ରସାରିତ ସିରିଏଲ୍‌ “ପୋରସ୍‌”ର ଲାଚି ଭୂମିକାରେ ଅଭିନୟ କରୁଥିବା ସୁନ୍ଦରୀ ଓ ଚୁଲବୁଲି ଅଭିନେତ୍ରୀ ସୁହାନୀ ଧାନକିଙ୍କ ବିବାହ ହେଉଛି। ଯାହାକୁ ନେଇ ଏବେ ଟେଲି  ଇଣ୍ଡଷ୍ଟ୍ରିରେ ଭାରି ଚର୍ଚ୍ଚା। ଉଭୟରେ କୁଆଡ ନିଜ ବିଜି ସିଡ୍ୟୁଲରୁ ବାହାରି ଏବେ ବାହାଘର ପାଇଁ ସପିଂରେ ଲାଗି ପଡିଛନ୍ତି। ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ସୁହାନୀଙ୍କ କଥାତ ଠିକ୍‌। ସେ ଚୁଲ୍‌ବୁଲି […]

suhani

Rakesh Mallick
  • Published: Wednesday, 13 December 2017
  • , Updated: 13 December 2017, 09:00 AM IST

ମୁମ୍ବଇ: ପ୍ରିନ୍‌ସେସ୍‌ ଲାଚି ଆଉ ଦିନ କେଇଟା ପରେ ମୋଦିଙ୍କ ହାତ ଧରିବେ। ସୋନି ଟିଭିରେ ପ୍ରସାରିତ ସିରିଏଲ୍‌ “ପୋରସ୍‌”ର ଲାଚି ଭୂମିକାରେ ଅଭିନୟ କରୁଥିବା ସୁନ୍ଦରୀ ଓ ଚୁଲବୁଲି ଅଭିନେତ୍ରୀ ସୁହାନୀ ଧାନକିଙ୍କ ବିବାହ ହେଉଛି। ଯାହାକୁ ନେଇ ଏବେ ଟେଲି  ଇଣ୍ଡଷ୍ଟ୍ରିରେ ଭାରି ଚର୍ଚ୍ଚା। ଉଭୟରେ କୁଆଡ ନିଜ ବିଜି ସିଡ୍ୟୁଲରୁ ବାହାରି ଏବେ ବାହାଘର ପାଇଁ ସପିଂରେ ଲାଗି ପଡିଛନ୍ତି। ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ସୁହାନୀଙ୍କ କଥାତ ଠିକ୍‌। ସେ ଚୁଲ୍‌ବୁଲି ଆଉ ସୁନ୍ଦାରୀ ଏ କଥାବି ସତ। ହେଲେ ମୋଦି? ଆଜ୍ଞା ହଁ ସୁହାନୀ ନିଜ ବୟଫ୍ରେଣ୍ଡ ପ୍ରଥମେଶ ମୋଦିଙ୍କୁ ବିବାହ କରିବାକୁ ଯାଉଛନ୍ତି।

ଏ ନେଇ ଉଭରେ ବାହାଘର ତାରିଖ ସମ୍ପର୍କରେ ଗଣମାଧ୍ୟରେ କୌଣସି ତାରିଖ ଉଲ୍ଳେଖ କରି ନ ଥିଲେ ମଧ୍ୟ ଡିସେମ୍ୱର ଶେଷ ନ ହେଲେ ଜାନୁୟାରୀ ପହିଲାରେ ଉଭୟଙ୍କ ବିବାହ ଅନୁଷ୍ଠିତ ହୋଇପାରେ। ଉଭୟଙ୍କ ମେହେନ୍ଦ୍ରୀ ନିକଟରେ ସମ୍ପନ୍ନ ହୋଇଥିବା ବେଳେ ଏ ନେଇ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଦୁହେଁ ଫଟୋ ପୋଷ୍ଟ କରିଛନ୍ତି।

Related story