ପ୍ରଥମ ଦିନରେ ୩୬ କୋଟି ଆୟ କଲା ‘ସୁଲତାନ’ : କିନ୍ତୁ ରେକର୍ଡ଼ ଏବେ ‍ବି ଶାହରୁଖଙ୍କ ନାଁରେ

ମୁମ୍ବାଇ:ଦବଙ୍ଗଷ୍ଟାର ସଲମାନ୍‌ ଖାନ୍‌ଙ୍କ ‘ସୁଲତାନ’ ଫିଲ୍ମ ପ୍ରଥମ ଦିନରେ ୩୬.୫୪ କୋଟି ଆୟ କରି ଅନ୍ୟ ଫିଲ୍ମ  ଗୁଡିକର ରେକର୍ଡ଼ ଭାଙ୍ଗି ଥାଇପାରେ କିନ୍ତୁ ‘ବାଦଶାହ’ ଶାହରୁଖଙ୍କର ରାଜୁତି ଏବେ ବି ଜାରି ରହିଛି। ପ୍ରଥମ ଦିନରେ ୩୬.୫୪ କୋଟିର ଆୟ ସହିତ ‘ସୁଲତାନ’ ଫିଲ୍ମ ‘ପିକେ’ ଏବଂ ‘ବଜରଙ୍ଗୀ ଭାଇଯାନ୍’ ଭଳି ସୁପରହିଟ ଫିଲ୍ମର ରେକର୍ଡ଼ ଭାଙ୍ଗିଛି। କିନ୍ତୁ ଗୋଟିଏ ରେକର୍ଡ଼ ଅଛି ଯାହା ଏପର୍ଯ୍ୟନ୍ତ କେବଳ ‘ଦିଲ୍‌ୱାଲେ’ଷ୍ଟାର ଶାହରୁଖ୍ ଖାନ୍‌ଙ୍କ ନାମରେ ଅଛି। ଆଜ୍ଞା […]

sultan

sultan

Rakesh Mallick
  • Published: Thursday, 07 July 2016
  • Updated: 07 July 2016, 07:00 PM IST

Sports

Latest News

ମୁମ୍ବାଇ:ଦବଙ୍ଗଷ୍ଟାର ସଲମାନ୍‌ ଖାନ୍‌ଙ୍କ ‘ସୁଲତାନ’ ଫିଲ୍ମ ପ୍ରଥମ ଦିନରେ ୩୬.୫୪ କୋଟି ଆୟ କରି ଅନ୍ୟ ଫିଲ୍ମ  ଗୁଡିକର ରେକର୍ଡ଼ ଭାଙ୍ଗି ଥାଇପାରେ କିନ୍ତୁ ‘ବାଦଶାହ’ ଶାହରୁଖଙ୍କର ରାଜୁତି ଏବେ ବି ଜାରି ରହିଛି।

ପ୍ରଥମ ଦିନରେ ୩୬.୫୪ କୋଟିର ଆୟ ସହିତ ‘ସୁଲତାନ’ ଫିଲ୍ମ ‘ପିକେ’ ଏବଂ ‘ବଜରଙ୍ଗୀ ଭାଇଯାନ୍’ ଭଳି ସୁପରହିଟ ଫିଲ୍ମର ରେକର୍ଡ଼ ଭାଙ୍ଗିଛି। କିନ୍ତୁ ଗୋଟିଏ ରେକର୍ଡ଼ ଅଛି ଯାହା ଏପର୍ଯ୍ୟନ୍ତ କେବଳ ‘ଦିଲ୍‌ୱାଲେ’ଷ୍ଟାର ଶାହରୁଖ୍ ଖାନ୍‌ଙ୍କ ନାମରେ ଅଛି।

ଆଜ୍ଞା ହଁ,୨୦୧୪ ବର୍ଷରେ ଆସିଥିବା ଫିଲ୍ମ ‘ହାପୀ ନ୍ୟୁ ଇୟର’ ରିଲିଜ୍‌ର ପ୍ରଥମ ଦିନରେ ପାଖାପାଖି ୪୫ କୋଟି ଆୟ କରିଥିଲା ଏହା ସହିତ ଏହି ଫିଲ୍ମ ପ୍ରଥମ ଦିନ ସବୁଠାରୁ ଅଧିକ ଆୟ କରିଥିବା ଫିଲ୍ମ ମଧ୍ୟ ସାବ୍ୟସ୍ତ ହୋଇଥିଲା । ଏହାର ରେକର୍ଡ଼ ଏପର୍ଯ୍ୟନ୍ତ କୌଣସି ଫିଲ୍ମ ଭାଙ୍ଗି ପାରି ନାହିଁ।

ବକ୍ସ ଅଫିସ୍‌ରେ ‘ସୁଲତାନ’ ଏହି ରେକର୍ଡ଼ ଭାଙ୍ଗିବାରେ ପଛରେ ରହିଯାଇଛି ସତ କିନ୍ତୁ ବିଶ୍ୱାସ କରାଯାଉଛି ଯେ ପ୍ରଥମ ୫ ଦିନରେ ୧୫୦ କୋଟି ଟଙ୍କା ଆୟ କରି ଏହି ଫିଲ୍ମ ଏକ ନୂଆ ଇତିହାସ ରଚନା କରିବା ଆଶା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos