ମୁମ୍ବାଇ: କପିଲ ଶର୍ମାଙ୍କ ସହ ବିବାଦ ପରେ ସୁନୀଲ ଗ୍ରୋଭର ଆଉ ତାଙ୍କ କମେଡି ଶୋ’ରେ କାମ କରୁ ନାହାନ୍ତି। ଏକ ଖବର ଅନୁସାରେ ସୁନୀଲ ପୁଣି ଥରେ ଛୋଟ ପରଦାକୁ ଫେରୁଛନ୍ତି। କିନ୍ତୁ ନୂଆ ରୂପରେ। ଏବେ ତାଙ୍କୁ ଦେଖିବାକୁ ମିଳିବ ଉପସ୍ଥାପକ ଭାବେ। ସୋନି ଟିଭିରେ ପ୍ରସାରିତ ହେବାକୁ ଯାଉଥିବା ‘ଏଣ୍ଟରଟେନ୍ମେଣ୍ଟ କେଲିଏ କୁଛ୍ ଭି କରେଗା ’ର ଷଷ୍ଠ ସିଜିନ୍କୁ ସେ ହୋଷ୍ଟ୍ କରିପାରନ୍ତି। ମିଳିଥିବା ରିପୋର୍ଟ ଅନୁସାରେ ଗତ ସିଜିନ୍ ପରି ଅନୁ ମଲ୍ଲିକ ଓ ଫରା ଖାନ୍ ଏହି ଶୋର ଜଜ୍ ରହିବେ।
ଆଇପିଏଲ୍ ଶେଷ ହେବା ପରେ ଏହି ଶୋ’ ଆରମ୍ଭ ହେବା ବୋଲି କୁହାଯାଉଛି।
‘ଏଣ୍ଟରଟେନ୍ମେଣ୍ଟ କେ ଲିଏ କୁଛ୍ ଭି କରେଗା’ର ପଞ୍ଚମ ସିଜିନ୍ ୨୦୧୪ରେ ପ୍ରସାରିତ ହୋଇଥିଲା। ଏଥିରେ କୃଷ୍ଣା ଅଭିଷେକ ଓ ମୋନା ସିଂଙ୍କୁ ଉପସ୍ଥାପକ ଓ ଉପସ୍ଥାପିକା ଭାବେ ଦେଖିବାକୁ ମିଳିଥିଲା।