କପିଲ ଶର୍ମାଙ୍କ ଶୋ ସ୍ଥାନରେ ସୁନୀଲ ଗ୍ରୋଭରଙ୍କ ନୂଆ ଶୋ!

ମୁମ୍ବାଇ: ସୁନୀଲ ଗ୍ରୋଭରଙ୍କୁ ଦୁର୍ବ୍ୟବହାର ଓ ମାର୍‌ପିଟ କରିବା ପରେ କପିଲ ଶର୍ମାଙ୍କ ସମୟ ଆଦୌ ଭଲ ଚାଲୁନି। ସୁନୀଲ, ଅଲୀ ଅସଗର, ଚନ୍ଦନ ପ୍ରଭାକର ‘ଦ କପିଲ ଶର୍ମା ଶୋ’ ଛାଡ଼ିବା ପରେ ଶୋ’ର ଟିଆର୍‌ପି କମି ଯାଇଛି। ଏଣୁ ଏହି ଶୋକୁ ସୋନୀ ଚ୍ୟାନେଲ୍ ବନ୍ଦ କରି ଦେବାକୁ ଚାହୁଁଛି। ଆଉ ଏହି ଶୋ ସ୍ଥାନରେ ଏକ ନୂଆ ଶୋ ଆରମ୍ଭ କରିବାକୁ ଯୋଜନା କରୁଛି। ନୂଆ ଶୋରେ ସୁନୀଲ ଗ୍ରୋଭର ଲିଡ୍‌ ରୋଲ୍‌ରେ […]

sunilkapil

Rakesh Mallick
  • Published: Saturday, 08 April 2017
  • , Updated: 08 April 2017, 08:23 AM IST

ମୁମ୍ବାଇ: ସୁନୀଲ ଗ୍ରୋଭରଙ୍କୁ ଦୁର୍ବ୍ୟବହାର ଓ ମାର୍‌ପିଟ କରିବା ପରେ କପିଲ ଶର୍ମାଙ୍କ ସମୟ ଆଦୌ ଭଲ ଚାଲୁନି। ସୁନୀଲ, ଅଲୀ ଅସଗର, ଚନ୍ଦନ ପ୍ରଭାକର ‘ଦ କପିଲ ଶର୍ମା ଶୋ’ ଛାଡ଼ିବା ପରେ ଶୋ’ର ଟିଆର୍‌ପି କମି ଯାଇଛି। ଏଣୁ ଏହି ଶୋକୁ ସୋନୀ ଚ୍ୟାନେଲ୍ ବନ୍ଦ କରି ଦେବାକୁ ଚାହୁଁଛି। ଆଉ ଏହି ଶୋ ସ୍ଥାନରେ ଏକ ନୂଆ ଶୋ ଆରମ୍ଭ କରିବାକୁ ଯୋଜନା କରୁଛି। ନୂଆ ଶୋରେ ସୁନୀଲ ଗ୍ରୋଭର ଲିଡ୍‌ ରୋଲ୍‌ରେ ଆସିବେ।

ମିଳିଥିବା ସୂଚନା ଅନୁଯାୟୀ, ସୋନୀ ଚ୍ୟାନେଲ୍ ସୁନୀଲଙ୍କ ଉପରେ ଫୋକସ୍ କରିବାକୁ ଚାହୁଁଛି। ତାଙ୍କୁ ନେଇ ନୂଆ ଶୋ କରିବାକୁ ଯୋଜନା କରୁଛି। ଏହା ବି ଶୁଣିବାକୁ ମିଳିଛି କପିଲଙ୍କ ସହ ଝଗଡ଼ା ପରେ କଲର୍ସ ଚ୍ୟାନେଲ୍ ସୁନୀଲଙ୍କୁ ଏକ ନୂଆ ଶୋ ଆରମ୍ଭ କରିବାକୁ ପ୍ରସ୍ତାବ ଦେଇଥିଲା। କିନ୍ତୁ ସୁନୀଲ ଏପର୍ଯ୍ୟନ୍ତ ଏନେଇ କିଛି କହି ନାହାନ୍ତି।

ଏହା ପୂର୍ବରୁ ଖବର ଆସିଥିଲା ଯେ ସୋନୀ ଚ୍ୟାନେଲ୍ ପକ୍ଷରୁ ‘ଦ କପିଲ ଶର୍ମା ଶୋ’କୁ ଫେରିବାକୁ ସୁନୀଲଙ୍କୁ ଅନୁରୋଧ କରାଯାଇଥିଲା। ଏଥିପାଇଁ ସୁନୀଲ ଅଧିକ ଅର୍ଥ ବି ଦାବି କରିଥିବା ଶୁଣାଯାଇଥିଲା।

Related story