ତିନି ହିରୋଇନ୍‌ଙ୍କ ସହ ଥିଲା ସନ୍ନିଙ୍କ ସଂପର୍କ: ଜାଣନ୍ତୁ ଆକ୍ସନ୍‌ ଷ୍ଟାରଙ୍କ ଲଭ୍ ଷ୍ଟୋରୀ ସଂପର୍କରେ

ନିଜର ଦମଦାର ଅଭିନୟ ପାଇଁ ସନ୍ନି ଦେଓଲ ଖୁବ ଲୋକପ୍ରିୟ। ସନ୍ନିଙ୍କୁ ଲଭ୍ ଷ୍ଟୋରୀ ଅପେକ୍ଷା ଆକ୍ସନ ଫିଲ୍ମରେ ଅଧିକ ଦେଖିବାକୁ ମିଳିଛି। ଦର୍ଶକ ମଧ୍ୟ ତାଙ୍କର ଏହି ସିରିୟସ ଅନ୍ଦାଜକୁ ଖୁବ ପସନ୍ଦ କରିଛନ୍ତି। ସନି ଲଭ୍‌ ଷ୍ଟୋରୀ ଫିଲ୍ମ ସିନା ବେଶି କରୁ ନଥିଲେ, କିନ୍ତୁ ରିଅଲ୍‌ ଲାଇଫ୍‌ରେ ବହୁତ ଲଭ୍ କରିଛନ୍ତି। ସିଲଭର୍ ସ୍କ୍ରିନରେ ସବୁବେଳେ ଢାଇ କିଲୋ କା ହାତ ଦେଖାଉଥିବା ସନ୍ନି ଦେଓଲ ପ୍ରେମ ମାମଲାରେ କାହାଠାରୁ କମ୍ ନଥିଲେ। […]

Rakesh Mallick
  • Published: Thursday, 21 September 2017
  • , Updated: 21 September 2017, 10:16 AM IST

ନିଜର ଦମଦାର ଅଭିନୟ ପାଇଁ ସନ୍ନି ଦେଓଲ ଖୁବ ଲୋକପ୍ରିୟ। ସନ୍ନିଙ୍କୁ ଲଭ୍ ଷ୍ଟୋରୀ ଅପେକ୍ଷା ଆକ୍ସନ ଫିଲ୍ମରେ ଅଧିକ ଦେଖିବାକୁ ମିଳିଛି। ଦର୍ଶକ ମଧ୍ୟ ତାଙ୍କର ଏହି ସିରିୟସ ଅନ୍ଦାଜକୁ ଖୁବ ପସନ୍ଦ କରିଛନ୍ତି। ସନି ଲଭ୍‌ ଷ୍ଟୋରୀ ଫିଲ୍ମ ସିନା ବେଶି କରୁ ନଥିଲେ, କିନ୍ତୁ ରିଅଲ୍‌ ଲାଇଫ୍‌ରେ ବହୁତ ଲଭ୍ କରିଛନ୍ତି। ସିଲଭର୍ ସ୍କ୍ରିନରେ ସବୁବେଳେ ଢାଇ କିଲୋ କା ହାତ ଦେଖାଉଥିବା ସନ୍ନି ଦେଓଲ ପ୍ରେମ ମାମଲାରେ କାହାଠାରୁ କମ୍ ନଥିଲେ। ଯୁବାବସ୍ଥାରେ ତାଙ୍କ ପ୍ରେମକୁ ନେଇ ଖୁବ ଚର୍ଚ୍ଚା ହୋଇଥିଲା। ତାଙ୍କ ସହ ବଲିଉଡର ଅନେକ ଅଭିନେତ୍ରୀଙ୍କ ନାଁ ଯୋଡ଼ା ହୋଇଥିଲା। ତାହେଲେ ଆସନ୍ତୁ ଜାଣିବା କାହା କାହା ସହ ତାଙ୍କ ଅଫେୟର ଥିଲା।

ଅମୃତା- ସନ୍ନି ଓ ଅମୃତା ଫିଲ୍ମ ‘ବେତାବ’ ଜରିଆରେ ବଲିଉଡ୍‌ରେ ଏଣ୍ଟ୍ରି କରିଥିଲେ। ସେବେଠୁ ଦୁହିଁଙ୍କ ପ୍ରେମ କାହାଣୀ ଆରମ୍ଭ ହୋଇଥିଲା। ରିଅଲ୍ ଲାଇଫ୍‌ରେ ଦୁହେଁ ଦୁହିଁଙ୍କ ପାଇଁ ବଞ୍ଚିବା ମରିବାର ଶପଥ ନେଇଥିଲେ। ସନ୍ନିଙ୍କୁ ଅମୃତା ନିଜ ମନର ମଣିଷ ମନେ କରୁଥିଲେ। ସେ ଏକଥା ଅନେକ ଥର ପ୍ରକାଶ ମଧ୍ୟ କରିଥିଲେ। ଅବଶ୍ୟ ତାଙ୍କୁ ସେତେବେଳେ ସନ୍ନିଙ୍କ ବିବାହ ବିଷୟରେ ଜଣା ନଥିଲା। ଯେବେ ଜାଣିଲେ ସନ୍ନି ବିବାହିତ ସେ ତାଙ୍କ ଠାରୁ ଦୂରେଇ ଗଲେ।

ଡିମ୍ପଲ କପାଡ଼ିଆ- ଅମୃତା ଯିବା ପରେ ସନ୍ନି ବିବାହିତ ଡିମ୍ପଲ କପାଡିଆଙ୍କ ନିକଟତର ହେବାକୁ ଲାଗିଲେ। ଦୁହେଁ ଏକାଠି ଲଗାତର ସୁପରହିଟ୍‌ ଫିଲ୍ମ ଦେଇଥିଲେ। ଏକ ରିପୋର୍ଟ ଅନୁସାରେ ସନ୍ନି ବିବାହିତ ହୋଇଥିଲେ ହେଁ ଡିମ୍ପଲଙ୍କୁ ସ୍ତ୍ରୀର ଅଧିକାର ଦେଇଥିଲେ। କିନ୍ତୁ ୧୧ ବର୍ଷ ପରେ ସେମାନଙ୍କ ସଂପର୍କରେ ଭଟ୍ଟା ପଡ଼ିଥିଲା।

ରବିନା- ଡିମ୍ପଲଙ୍କ ସହ ସଂପର୍କ ତୁଟିବା ପରେ ସନ୍ନିଙ୍କ ନାଁ ରବିନା ଟଣ୍ଡନଙ୍କ ସହ ଯୋଡ଼ି ହୋଇଥିଲା। ଖବର ମୁତାବକ ଫିଲ୍ମ ‘ଜିଦ୍ଦି’ର ସୁଟିଂ ସମୟରେ ରବିନା ଖୁବ ଭାଙ୍ଗି ପଡ଼ିଥିଲେ। କାରଣ ସେହି ସମୟରେ ଅକ୍ଷୟ କୁମାରଙ୍କ ସହ ତାଙ୍କର ବ୍ରେକଅପ୍ ହୋଇଯାଇଥିଲା। ଏହି ସମୟରେ ସେ ସନ୍ନିଙ୍କ ସାନିଧ୍ୟ ପାଇଥିଲେ ଓ ଦୁହେଁ ଦୁହିଁଙ୍କ ନିକଟତର ହୋଇଥିଲେ ବୋଲି କୁହାଯାଏ।

Related story