ଖୋଲାଦେହକୁ ବିକି ହୁଏ, ହେଲେ ଖୋଲାମନରେ ବଂଚିହୁଏ: ନଗ୍ନ ନାୟିକାଙ୍କୁ କିଏ ଶିଖାଇଲା ଜୀବନ ଜିଇଁବାର କଳା
ରାତାରାତି କୋଟିପତି ହେବାର ନିଶା ତାଙ୍କୁ ନେଇ ଯାଇଥିଲା ନଗ୍ନ ଦୁନିଆକୁ । ପାଦ ଖସିଯାଇଥିଲା ଅଚିହ୍ନା ରାସ୍ତାରେ। ଏକ ଅଜଣା ରାଇଜରେ ସେ ଦିନ କାଟୁଥିଲେ। ଯେଉଁଠି ଦେହକୁ ନେଇ ବ୍ୟବସାୟ ହୁଏ। ଉଲଗ୍ନ ଶରୀରରେ ବିଛଣା ଉପରେ ଶଯ୍ୟାସଙ୍ଗୀନି ହେବାକୁ ପଡ଼େ । ସୁଟିଂ ହୁଏ। ଆଉ ଏହି ନିଷିଦ୍ଧ ଭିଡିଓ ବଜାରରେ ବିକ୍ରି ହୁଏ। ଏମିତି ଥିଲା ସନ୍ନି ଲିଓନିଙ୍କ ଜୀବନ। ପର୍ଣ୍ଣ ଷ୍ଟାର ଭାବେ ଖୁବ୍ ଜଣାଶୁଣା ହେଉଛନ୍ତି ସନ୍ନି ଲିଓନି। […]
ରାତାରାତି କୋଟିପତି ହେବାର ନିଶା ତାଙ୍କୁ ନେଇ ଯାଇଥିଲା ନଗ୍ନ ଦୁନିଆକୁ । ପାଦ ଖସିଯାଇଥିଲା ଅଚିହ୍ନା ରାସ୍ତାରେ। ଏକ ଅଜଣା ରାଇଜରେ ସେ ଦିନ କାଟୁଥିଲେ। ଯେଉଁଠି ଦେହକୁ ନେଇ ବ୍ୟବସାୟ ହୁଏ। ଉଲଗ୍ନ ଶରୀରରେ ବିଛଣା ଉପରେ ଶଯ୍ୟାସଙ୍ଗୀନି ହେବାକୁ ପଡ଼େ । ସୁଟିଂ ହୁଏ। ଆଉ ଏହି ନିଷିଦ୍ଧ ଭିଡିଓ ବଜାରରେ ବିକ୍ରି ହୁଏ। ଏମିତି ଥିଲା ସନ୍ନି ଲିଓନିଙ୍କ ଜୀବନ। ପର୍ଣ୍ଣ ଷ୍ଟାର ଭାବେ ଖୁବ୍ ଜଣାଶୁଣା ହେଉଛନ୍ତି ସନ୍ନି ଲିଓନି। ଗୁଗୁଲରେ ସର୍ବାଧିକ ଖୋଜା ଯାଉଥିବା ପର୍ଣ୍ଣ ଷ୍ଟାର ହେଉଛନ୍ତି ଏହି ସନ୍ନି ଲିଓନି।
“ସଉକ ପାଇଁ ସେକ୍ସ କରୁଥିଲେ, ଖୋଲା ଦେହକୁ ବେପାରରେ ଲଗାଇ ସେ କମାଉ ଥିଲେ କୋଟି କୋଟି ଟଙ୍କା। ହେଲେ ମନ ଓ ହୃଦୟକୁ ଖୋଲି କେବେ ବଂଚି ପାରି ନଥିଲେ କି ଶିଖି ନଥିଲେ କେମିତି ବଂଚିହୁଏ ଏକ ପରିପୂର୍ଣ୍ଣ ଜୀବନ।”
ଭାରତୀୟ ହୋଇ ମଧ୍ୟ ନିଜକୁ ଏଦେଶର ସନ୍ତାନ ବୋଲି ଭାବି ପାରୁ ନଥିଲେ ସେ। ବିଦେଶ ମାଟିରେ ବଢିଥିବା ସନ୍ନିଙ୍କୁ ଭାରତୀୟ ଚଳଣି ଜଣାନଥିଲା। ହେଲେ ଏବେ କିନ୍ତୁ ସବୁ କିଛି ବଦଳିଯାଇଛି। ସମୟ ସୁଅରେ ତାଙ୍କ ଜୀବନର ସେଇ କଳଙ୍କିତ ଅଧ୍ୟାୟର ପୁର୍ଣ୍ଣଚ୍ଛେଦ ପଡ଼ିଛି। ତେବେ ଏହି ପରିବର୍ତ୍ତନ ପାଇଁ ସେ ସବୁ ଶ୍ରେୟ ଦେଇଛନ୍ତି ବଲିଉଡ୍ର ସୁପରଷ୍ଟାର ଶାହାରୁଖ୍ ଖାନଙ୍କୁ । ଏନେଇ ସନ୍ନି କିଙ୍ଗ ଖାନଙ୍କୁ ପ୍ରଶଂସାରେ ପୋତିଦେଇଛନ୍ତି। କଥାବାର୍ତ୍ତା, ଚାଲିଚଳନ ଏବଂ ସମ୍ପର୍କ ସ୍ଥାପନର ସମସ୍ତ କଳା ଶାହାରୁଖ ହିଁ ତାଙ୍କୁ ଶିଖାଇଥିବା ସନ୍ନି କହିଛନ୍ତି। ରଇଜ୍ ଚଚ୍ଚଳଚିତ୍ରରେ ଶାହାରୁଖ ସହ କାମ କରିଥିବାରୁ ସେ ନିଜକୁ ଧନ୍ୟ ମନେ କରିଛନ୍ତି। କାରଣ ଯେତେବେଳ ରଇଜ୍ ଫିଲ୍ମର ପ୍ରମୋସନ କଥା ଉଠିଲା, ଭିଡ଼ ଭିତରକୁ ଯିବାକୁ ସନ୍ନି ଲିଓନି ଡରିଥିଲେ। ତାଙ୍କ ପ୍ରତି ଲୋକଙ୍କର ଥିବା ଧାରଣାକୁ ନେଇ ସେ ଖୁବ୍ ଅପମାନିତ ଅନୁଭବ କରୁଥିଲେ।
ମଂଚ ଉପରକୁ ଗଲେ ସମାଲୋଚନା ହୋଇପାରେ ବୋଲି ଆଶଙ୍କା କରୁଥିଲେ। ପୁଣି ଅଶ୍ଳୀଳ କମେଣ୍ଟ ମଧ୍ୟ ଆସିପାରେ, ଏମିତି ଅନେକ ଚିନ୍ତା ତାଙ୍କୁ ଘାରିଥିଲା। ହେଲେ ଜୀବନର ଏମିତି ସମସ୍ୟାକୁ କିଭଳି ମୁକାବିଲା କରିହବେ ତାର ସିକ୍ରେଟ୍ ସବୁ ବତାଇ ଦେଇଥିଲେ ଶାହାରୁଖ। ଆଉ ସନ୍ନିଙ୍କ ମନରୁ ସବୁ ଭୟ ଦୂର ହୋଇଯିବା ପରେ ସେ ପ୍ରମୋସନ ପାଇଁ ରାଜି ହୋଇଥିଲେ। ବଲିଉଡର ୩ ଖାନ୍- ଶାହାରୁଖ , ଅମୀର ଏବଂ ସଲମନଙ୍କ ମଧ୍ୟରୁ କିଏ ବେଶୀ ପସନ୍ଦ ପଚାରିବାରୁ ସନ୍ନି ମୁହଁରେ ଏବେ ଶାହାରୁଖ ଶାହାରୁଖ୍ ବୋଲି ଶୁଣାଯାଉଛି।