ମା’ ହେଲେ ସନ୍ନି ଲିଓନି; ଝିଅ ସହ ଛାଡ଼ିଲେ ଫଟୋ

ବଢ଼ିଛି ବଲିଉଡ୍ ଅଭିନେତ୍ରୀ ସନ୍ନି ଲିଓନିଙ୍କ ପରିବାର। ସେ ମା’ ହୋଇଛନ୍ତି। ତାଙ୍କ କୋଳକୁ ଆସିଛି କନ୍ୟା ସନ୍ତାନଟିଏ। ସେ ଓ ତାଙ୍କ ସ୍ୱାମୀ ଏ ଝିଅଟିକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି। ଏହି ଝିଅଟିର ଘର ମହାରାଷ୍ଟ୍ରର ଲାତୁରରେ। ଝିଅଟି ନାଁ ହେଉଛି ନିଶା କୌର ଭେବର। ସେ ସ୍ୱାମୀ ଓ ଝିଅ ସହିତ ଥିବା ଏକ ଫଟୋ ସାମ୍ନାକୁ ଆସିଛି। ମା’ ହେବା ନେଇ ନିଜ ମନକଥା କହିଛନ୍ତି ସନ୍ନି। ସେ କହିଛନ୍ତି […]

sunny

Rakesh Mallick
  • Published: Friday, 21 July 2017
  • , Updated: 21 July 2017, 04:23 PM IST

ବଢ଼ିଛି ବଲିଉଡ୍ ଅଭିନେତ୍ରୀ ସନ୍ନି ଲିଓନିଙ୍କ ପରିବାର। ସେ ମା’ ହୋଇଛନ୍ତି। ତାଙ୍କ କୋଳକୁ ଆସିଛି କନ୍ୟା ସନ୍ତାନଟିଏ। ସେ ଓ ତାଙ୍କ ସ୍ୱାମୀ ଏ ଝିଅଟିକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି। ଏହି ଝିଅଟିର ଘର ମହାରାଷ୍ଟ୍ରର ଲାତୁରରେ। ଝିଅଟି ନାଁ ହେଉଛି ନିଶା କୌର ଭେବର। ସେ ସ୍ୱାମୀ ଓ ଝିଅ ସହିତ ଥିବା ଏକ ଫଟୋ ସାମ୍ନାକୁ ଆସିଛି।

ମା’ ହେବା ନେଇ ନିଜ ମନକଥା କହିଛନ୍ତି ସନ୍ନି। ସେ କହିଛନ୍ତି ଯେ ଗର୍ଭବତୀ ହେବାକୁ ତାଙ୍କୁ ଡର ଲାଗୁଥିଲା। ଏମିତି ବି କାର୍ଯ୍ୟ ବ୍ୟସ୍ତତା ଭିତରେ ରହିବା ହେତୁ ଗର୍ଭବତୀ ହେବା ପାଇଁ ସେ କେବେ ଚିନ୍ତା କରି ନ ଥିଲେ। କିନ୍ତୁ ସେ ଛୋଟ ଛୁଆଙ୍କୁ ବହୁତ ଭଲପାଆନ୍ତି। ବହୁତ ସମୟ ସେ ଛୋଟ ଛୁଆଙ୍କ ସହ ସମୟ ଅତିବାହିତ କରନ୍ତି।

ସନ୍ନିଙ୍କ କହିବା ଅନୁଯାୟୀ ଥରେ କୌଣସି ଛୁଆ ତାଙ୍କ ପାଖକୁ ଆସିଲେ ଯିବାର ନାଁ ନେଇ ନ ଥାଏ। ଏପରିକି ଦିନେ ଗୋଟିଏ ଛୁଆକୁ ସେ କୋଳାଇ ନେବା ପରେ ଛୁଆଟି ନିଜ ମା’ ପାଖକୁ ଯିବାକୁ ମଧ୍ୟ ଅମଙ୍ଗ ହୋଇଥିଲା।

ସନ୍ନି ଛୁଆଙ୍କୁ କେତେ ଭଲ ପାଆନ୍ତି ଏଥିରୁ ଜଣାପଡ଼ୁଛି। କିନ୍ତୁ ଆଜି ତାଙ୍କ ଆଶା ପୂରଣ ହୋଇଛି। ମା’ ହେବା ପରେ ସେ ଭଗବାନଙ୍କୁ ଧନ୍ୟବାଦ ଦେଇଛନ୍ତି।

Related story