ମାଆ ହେବାକୁ ଯାଉଛନ୍ତି ସନି ଲିଓନ!

ପର୍ଣ୍ଣ ଷ୍ଟାରରୁ ବଲିଉଡରେ ପାଦ ଥାପି ଭାରତରେ ଜଣାଶୁଣା ହୋଇ ଯାଇଥିବା ଅଭିନେତ୍ରୀ ସନି ଲିଓନ ଏବେ ନିଜ ବୟାନ ପାଇଁ ଖୁବ୍ ଚର୍ଚ୍ଚାରେ।  ଲାଗୁଛି ଖୁବଶୀଘ୍ର ତାଙ୍କ ସ୍ୱାମୀ ଡୋନିୟଲ୍ ବାପା ହେବେ ବୋଲି ଖୁସି ଖବର ପାଇଛନ୍ତି। କଥାଟା ସିଧା କହିଲେ, ସନି ଲିଓନ ଖୁବଶୀଘ୍ର ମାଆ ହୋଇପାରନ୍ତି ବୋଲି ସୂଚନା ଦେଇଛନ୍ତି। ଏକ ଏଣ୍ଟରଟେନ୍‌ମେଣ୍ଟ ଚ୍ୟାନେଲରେ ନିଜ ବିଷୟରେ କହିବାକୁ ଯାଇ ସନି ବୟାନ ଦେଇଛନ୍ତି,“ପୂର୍ବରୁ ମୋ ଜୀବନରେ ଅନେକ କିଛି ଘଟି […]

sunnyleone

sunnyleone

Rakesh Mallick
  • Published: Thursday, 20 July 2017
  • Updated: 20 July 2017, 07:58 AM IST

Sports

Latest News

ପର୍ଣ୍ଣ ଷ୍ଟାରରୁ ବଲିଉଡରେ ପାଦ ଥାପି ଭାରତରେ ଜଣାଶୁଣା ହୋଇ ଯାଇଥିବା ଅଭିନେତ୍ରୀ ସନି ଲିଓନ ଏବେ ନିଜ ବୟାନ ପାଇଁ ଖୁବ୍ ଚର୍ଚ୍ଚାରେ।  ଲାଗୁଛି ଖୁବଶୀଘ୍ର ତାଙ୍କ ସ୍ୱାମୀ ଡୋନିୟଲ୍ ବାପା ହେବେ ବୋଲି ଖୁସି ଖବର ପାଇଛନ୍ତି। କଥାଟା ସିଧା କହିଲେ, ସନି ଲିଓନ ଖୁବଶୀଘ୍ର ମାଆ ହୋଇପାରନ୍ତି ବୋଲି ସୂଚନା ଦେଇଛନ୍ତି।

ଏକ ଏଣ୍ଟରଟେନ୍‌ମେଣ୍ଟ ଚ୍ୟାନେଲରେ ନିଜ ବିଷୟରେ କହିବାକୁ ଯାଇ ସନି ବୟାନ ଦେଇଛନ୍ତି,“ପୂର୍ବରୁ ମୋ ଜୀବନରେ ଅନେକ କିଛି ଘଟି ଯାଇଛି। ତେଣୁ ମାଆ ହେଲେ ହୁଏତ ମୋର ଶାରୀରିକ ପରିବର୍ତ୍ତନ ହୋଇପାରେ। ତେଣୁ କିଛିଟା ସମସ୍ୟାରେ ପଡିପାରେ। କିନ୍ତୁ ହୁଏତ ଏମିତି ବି ଘଟିପାରେ, କିଛି ଦିନ ପରେ ମୁଁ ଆପଣମାନଙ୍କ ଆଗକୁ କୋଳରେ ଏକ ଛୁଆ ଧରି ବି ଆସିପାରେ। ସେତେବେଳେ ଆପଣମାନେ ହୁଏତ ଆଶ୍ଚର୍ଯ୍ୟ ହୋଇ ପଚାରି ପାରନ୍ତି, ସନି ଏ ଛୁଆ କେଉଁଠୁ ଆସିଲା ?”

ସନି ଏମିତି କାହିଁକି ଓ କେଉଁ ଉଦ୍ଦେଶ୍ୟରେ କହିଛନ୍ତି ତାହା କାହାକୁ ଜଣାନାହିଁ। ହୁଏତ ସେ ସରୋଗେଟ୍  ମଦର ହେବାକୁ ଚାହୁଁଥବା ଅନୁମାନ କରାଯାଉଛି। ସେ ହୁଏତ ସେଇ ଆଇଡିଆକୁ ଇଙ୍ଗିତ କରିଛନ୍ତି।  କେତେକେତେ ବଲିଉଡ୍ ହେଭିୱେଟ୍ ଏହାକୁ ମାଧ୍ୟମ କରିଛନ୍ତି। ତେଣୁ ସନି ଲିଓନ ମଧ୍ୟ ଏଇ ବାଟରେ ଯାଇ ପାରନ୍ତି। ତେବେ ସନି କ’ଣ କରିବେ ତାହା ତ ପର କଥା, କିନ୍ତୁ ତାଙ୍କର ଏହିପରି ମନ୍ତବ୍ୟକୁ ନେଇ ଏବେ ଦେଶସାରା ଚର୍ଚ୍ଚା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos