ପଲ୍ଲବୀଙ୍କ ରୋଲ ମଡେଲ ସନି ଲିଓନି: ବଦଳାଇ ଦେଲେ ନାଁ

ମୁମ୍ବାଇ:  ସନି ଲିଓନିଙ୍କ ପରି ଦେଖାଯାଉଥିବା ଭୋଜପୁରୀ ଅଭିନେତ୍ରୀ ପଲ୍ଲବୀ ସିଂହ ନିଜ ନାଁ ବଦଳାଇ ସନି ରଖିଛନ୍ତି। ଏହାସହ ସନିଙ୍କ ଷ୍ଟାଇଲକୁ ମଧ୍ୟ କପି କରୁଛନ୍ତି। ଏହି ଅଭିନେତ୍ରୀ ଜଣଙ୍କୁ ଲୋକମାନେ ପଲ୍ଲବୀ ଡାକିବା ବଦଳରେ ସନି ଡାକୁଛନ୍ତି। ପଲ୍ଲବୀ ସାଙ୍ଗମାନଙ୍କ ସହ ଜନ୍ମଦିନ ପାଳନ କରୁଥିଲେ ବେଳେ ତାଙ୍କର ଜଣେ ବନ୍ଧୁ ସେ ସନି ଲିଓନି ପରି ଦେଖାଯାଉଥିବା କହିଥିଲେ। ଏହି କଥା ପଦକ ତାଙ୍କୁ ଏତେ ଭଲ ଲାଗିଥିଲା ଯେ, ସେ ତାଙ୍କ […]

soni

Rakesh Mallick
  • Published: Monday, 27 March 2017
  • , Updated: 27 March 2017, 12:59 PM IST

ମୁମ୍ବାଇ:  ସନି ଲିଓନିଙ୍କ ପରି ଦେଖାଯାଉଥିବା ଭୋଜପୁରୀ ଅଭିନେତ୍ରୀ ପଲ୍ଲବୀ ସିଂହ ନିଜ ନାଁ ବଦଳାଇ ସନି ରଖିଛନ୍ତି। ଏହାସହ ସନିଙ୍କ ଷ୍ଟାଇଲକୁ ମଧ୍ୟ କପି କରୁଛନ୍ତି। ଏହି ଅଭିନେତ୍ରୀ ଜଣଙ୍କୁ ଲୋକମାନେ ପଲ୍ଲବୀ ଡାକିବା ବଦଳରେ ସନି ଡାକୁଛନ୍ତି।

ପଲ୍ଲବୀ ସାଙ୍ଗମାନଙ୍କ ସହ ଜନ୍ମଦିନ ପାଳନ କରୁଥିଲେ ବେଳେ ତାଙ୍କର ଜଣେ ବନ୍ଧୁ ସେ ସନି ଲିଓନି ପରି ଦେଖାଯାଉଥିବା କହିଥିଲେ। ଏହି କଥା ପଦକ ତାଙ୍କୁ ଏତେ ଭଲ ଲାଗିଥିଲା ଯେ, ସେ ତାଙ୍କ ନାମ ପରିବର୍ତ୍ତନ କରିଦେଇଥିଲେ।

ପଲ୍ଲବୀଙ୍କ କହିବା ଅନୁଯାୟୀ, ୨୦୧୨ରେ ସନିଙ୍କୁ ପ୍ରଥମ ଥର ପାଇଁ ଟିଭିରେ ଦେଖିଥିଲେ। ତାଙ୍କ ଚେହେରା ସନିଙ୍କ ସହ ମିଶିଯାଉଥିବା ଦେଖି ସେ ହଇରାଣ ହୋଇଯାଇଥିଲେ। ପରେ ସନିଙ୍କୁ ରୋଲ୍‌ ମଡେଲ ମାନିବାକୁ ଲାଗିଲେ।

Related story