‘ଲୈଲା ମେଁ ଲୈଲା’ ବଢ଼ାଇଛି ସନିଙ୍କ ଡିମାଣ୍ଡ, ଏବେ ସାଉଥ୍‌ରେ ଲଗାଇବେ ଠୁମ୍‌କା

ମୁମ୍ବାଇ: ନିକଟରେ ଶାହାରୁଖ ଖାନଙ୍କ ଫିଲ୍ମ ‘ରଇସ୍‌’ରେ ସନି ଲିଓନଙ୍କ ଆଇଟମ୍ ନମ୍ବର ‘ଲୈଲା ମେଁ ଲୈଲା’ ଧୂମ୍ ମଚାଇ ଥିଲା। ଏହି ଗୀତ ପରେ ବଢ଼ି ଯାଇଛି ସନିଙ୍କ ଡିମାଣ୍ଡ୍। ତାଙ୍କ ପାଖରେ ଏବେ ଆଇଟମ୍ ଗୀତରେ ନାଚିବା ପାଇଁ ଗଦା ଗଦା ଅଫର୍। ଏପରିକି ସାଉଥ୍‌ର ଡାଇରେକ୍ଟରମାନେ ବି ସନିଙ୍କୁ ସେମାନଙ୍କ ଫିଲ୍ମରେ ନେବାକୁ ଚାହୁଁଛନ୍ତି। ଫିଲ୍ମ ନିର୍ମାତା ପ୍ରବୀଣ ସତ୍ତାରୁ ନିଜର ଆଗାମୀ ଫିଲ୍ମ ‘ପିଏସ୍‌ବି ଗରୁଡ଼ା ବଗା’ରେ ଏକ ଖାସ୍ ଗୀତରେ […]

Sunny 2

Rakesh Mallick
  • Published: Sunday, 12 March 2017
  • , Updated: 12 March 2017, 08:55 AM IST

ମୁମ୍ବାଇ: ନିକଟରେ ଶାହାରୁଖ ଖାନଙ୍କ ଫିଲ୍ମ ‘ରଇସ୍‌’ରେ ସନି ଲିଓନଙ୍କ ଆଇଟମ୍ ନମ୍ବର ‘ଲୈଲା ମେଁ ଲୈଲା’ ଧୂମ୍ ମଚାଇ ଥିଲା। ଏହି ଗୀତ ପରେ ବଢ଼ି ଯାଇଛି ସନିଙ୍କ ଡିମାଣ୍ଡ୍। ତାଙ୍କ ପାଖରେ ଏବେ ଆଇଟମ୍ ଗୀତରେ ନାଚିବା ପାଇଁ ଗଦା ଗଦା ଅଫର୍। ଏପରିକି ସାଉଥ୍‌ର ଡାଇରେକ୍ଟରମାନେ ବି ସନିଙ୍କୁ ସେମାନଙ୍କ ଫିଲ୍ମରେ ନେବାକୁ ଚାହୁଁଛନ୍ତି। ଫିଲ୍ମ ନିର୍ମାତା ପ୍ରବୀଣ ସତ୍ତାରୁ ନିଜର ଆଗାମୀ ଫିଲ୍ମ ‘ପିଏସ୍‌ବି ଗରୁଡ଼ା ବଗା’ରେ ଏକ ଖାସ୍ ଗୀତରେ ନାଚିବା ପାଇଁ ସନିଙ୍କୁ ନେଇଛନ୍ତି।

ପ୍ରବୀଣ କହିଛନ୍ତି ଯେ ଏହି ଗୀତଟି ପାଇଁ  ସନି ହିଁ ତାଙ୍କର ପ୍ରଥମ ପସନ୍ଦ ଥିଲେ। ଏହି ଗୀତ ପାଇଁ ଆମ ପାଖରେ ଅନେକ ବିକଳ୍ପ ଥିଲେ। କିନ୍ତୁ ଆମେ ଭାବୁଛୁ ଏହି ଗୀତରେ ସନିଙ୍କ ଉପସ୍ଥିତି ଦର୍ଶକଙ୍କୁ ସିନେମା ଘରକୁ ଟାଣି ଆଣିବ।

ସେ ଆହୁରି କହିଛନ୍ତି ଯେ ସନି ଯେଉଁ ଗୀତଟିରେ ନାଚିବେ ତାହା କୌଣସି ଆଇଟମ୍ ସଙ୍ଗ୍ ନୁହେଁ। ଗୀତଟି ଫିଲ୍ମର ଏକ ଅଂଶ। ଫିଲ୍ମର ଦ୍ୱିତୀୟ ଭାଗରେ ଏହା ଏକ ମାତ୍ର ଗୀତ। ସନିଙ୍କୁ ଏହି ଗୀତରେ ଦର୍ଶକମାନେ ଏକ ଅଲଗା ଅବତାରରେ ଦେଖିବାକୁ ପାଇବେ। ଗୀତଟିର ସୁଟିଂ କେରଳରେ ହେବ।

Related story