ମୁମ୍ବାଇ: ବି-ଟାଉନ୍ରେ ଏବେ ସୁଶାନ୍ତ ସିଂହ ରାଜପୁତ ଓ ଫିଲ୍ମ ‘ଜଲେବି’ ଫେମ୍ ରିଆ ଚକ୍ରବର୍ତ୍ତୀଙ୍କ ଅଫେୟାରକୁ ନେଇ ଜୋର୍ଦାର୍ ଚର୍ଚ୍ଚା ଚାଲିଛି। ଅନେକ ଦିନ ହେବ ଏମାନେ ରିଲେସନ୍ସିପ୍ରେ ଅଛନ୍ତି। ହେଲେ ଏବେ ଖବର ଆସୁଛି ଯେ, ସୁଶାନ୍ତ ଏ ସଂପର୍କକୁ ଆଗକୁ ବଢ଼ାଇବାକୁ ଚାହୁଁଥିବା ବେଳେ ରିଆ କିନ୍ତୁ ରାଜି ନାହାନ୍ତି।
ସୂଚନା ଅନୁଯାୟୀ, ସୁଶାନ୍ତ ରିଆଙ୍କ ସହ ସଂପର୍କକୁ ନେଇ ବେଶ୍ ସିରିୟସ ଅଛନ୍ତି। ଏପରିକି ସେ ରିଆଙ୍କ ସହ ବିବାହ କରିବାକୁ ମଧ୍ୟ ଚାହୁଁଛନ୍ତି। ହେଲେ ରିଆ ଏବେ ବାହାଘର ପାଇଁ ରାଜି ନାହାନ୍ତି। ଏ ନେଇ ନିଷ୍ପତ୍ତି ନେବାକୁ ସେ ସୁଶାନ୍ତଙ୍କୁ କିଛି ସମୟ ମାଗିଛନ୍ତି। ଯାହା ଫଳରେ ସେ ଭଲ ଭାବେ ଭାବିଚିନ୍ତି ନିଷ୍ପତ୍ତି ନେଇପାରିବେ ଯେ, ବର୍ତ୍ତମାନ ବିବାହ କରିବା ତାଙ୍କ ପାଇଁ ଠିକ୍ କି ନାହିଁ?
https://www.instagram.com/p/BxLuS7znQi1/?utm_source=ig_web_copy_link
ନିକଟରେ ରିଆଙ୍କ ଜନ୍ମଦିନରେ ଦୁହେଁ କିଛି ବନ୍ଧୁଙ୍କ ସହ ଲଦାଖ ଯାଇଥିଲେ। ସେଠାରେ ସେ ଅନେକ ମସ୍ତି କରିଥିଲେ। ଏହା ମଧ୍ୟ ଖବର ମିଳିଥିଲା ଯେ, ଜନ୍ମଦିନରେ ରିଆଙ୍କୁ ଏକ ସ୍ପେଶାଲ ପ୍ଲାଟିନମ୍ ଲକେଟ୍ ଦେଇଥିଲେ ସୁଶାନ୍ତ। ସୁଶାନ୍ତ ଏହା ପୂର୍ବରୁ ବଲିଉଡ଼ ଅଭିନେତ୍ରୀ କ୍ରିତି ସାନନ୍ ଓ ଟେଲି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେଙ୍କ ସହ ପ୍ରେମ ସମ୍ପର୍କରେ ଥିଲେ।