ସାରାଙ୍କ ସହ କାମ କରିବାକୁ ଚାହୁଁ ନାହାନ୍ତି ସୁଶାନ୍ତ

ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଓ ସାରା ଅଲ୍ଲି ଖାନ୍‌ଙ୍କ ମଧ୍ୟରେ ସମ୍ପର୍କ ଖଟା ହେବାକୁ ଲାଗିଲାଣି। ନିକଟରେ ଦୁହେଁ ସୁପରହିଟ୍ ଫିଲ୍ମ ‘କେଦାରନାଥ’ରେ ଏକାଠି କାମ କରିଥିଲେ। ସେତେବେଳେ ଦୁହିଁଙ୍କ ମଧ୍ୟରେ ଭଲ ବନ୍ଧୁତା ହୋଇଯାଇଥିଲା। ହେଲେ ଏବେ ଖବର ଆସୁଛି ଯେ ସୁଶାନ୍ତ ସାରାଙ୍କ ସହ ଆଉ ଫିଲ୍ମ କରିବାକୁ ମନା କରିଦେଇଛନ୍ତି। https://www.instagram.com/p/BxIEfm8lid_/?utm_source=ig_web_copy_link ସୈଫ୍ ଲଳନା ସାରା ଏବେ ଇମ୍‌ତିଆଜ୍‌ ଅଲ୍ଲୀଙ୍କ ହିଟ୍‌ ଫିଲ୍ମ ‘ଲଭ୍ ଆଜ୍ କଲ୍‌’ର ସିକ୍ୱେଲ୍‌ରେ […]

sara

Chinmayee Roy
  • Published: Monday, 09 September 2019
  • , Updated: 09 September 2019, 02:52 PM IST

ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଓ ସାରା ଅଲ୍ଲି ଖାନ୍‌ଙ୍କ ମଧ୍ୟରେ ସମ୍ପର୍କ ଖଟା ହେବାକୁ ଲାଗିଲାଣି। ନିକଟରେ ଦୁହେଁ ସୁପରହିଟ୍ ଫିଲ୍ମ ‘କେଦାରନାଥ’ରେ ଏକାଠି କାମ କରିଥିଲେ। ସେତେବେଳେ ଦୁହିଁଙ୍କ ମଧ୍ୟରେ ଭଲ ବନ୍ଧୁତା ହୋଇଯାଇଥିଲା। ହେଲେ ଏବେ ଖବର ଆସୁଛି ଯେ ସୁଶାନ୍ତ ସାରାଙ୍କ ସହ ଆଉ ଫିଲ୍ମ କରିବାକୁ ମନା କରିଦେଇଛନ୍ତି।

https://www.instagram.com/p/BxIEfm8lid_/?utm_source=ig_web_copy_link

ସୈଫ୍ ଲଳନା ସାରା ଏବେ ଇମ୍‌ତିଆଜ୍‌ ଅଲ୍ଲୀଙ୍କ ହିଟ୍‌ ଫିଲ୍ମ ‘ଲଭ୍ ଆଜ୍ କଲ୍‌’ର ସିକ୍ୱେଲ୍‌ରେ ବ୍ୟସ୍ତ ଅଛନ୍ତି। ଫିଲ୍ମ ‘କେଦାରନାଥ’ରୁ ବଲିଉଡ୍‌ରେ ଡେବ୍ୟୁ କରିଥିବା ସାରା, ସୁଶାନ୍ତଙ୍କ ସହ ଏହି ଫିଲ୍ମରେ ଧମାକାଦାର୍‌ ଅଭିନୟ କରିଥିଲେ। ଏହି ଫିଲ୍ମରେ ତାଙ୍କର ଜବରଦସ୍ତ କେମେଷ୍ଟ୍ରି ଦେଖିବା ପରେ ଦୁହିଁଙ୍କର ଆଫେୟାର୍ ଚାଲିଥିବା ଖବର ସାମ୍ନାକୁ ଆସିବାକୁ ଲାଗିଲା। ହେଲେ କିଛି ଦିନ ପରେ ଦୁହିଁଙ୍କ ମଧ୍ୟରେ ମନାନ୍ତର ଦେଖାଦେଲା।

ଗଣମାଧ୍ୟମ ରିପୋର୍ଟରେ କୁହାଗଲା ଯେ ସାରା ଅଲ୍ଲି ଖାନ୍‌ଙ୍କ ମାଆ ଅମୃତା ସିଂହଙ୍କ କହିବା ଅନୁଯାୟୀ ସାରା ସୁଶାନ୍ତ ସିଂହ ରାଜପୁତ୍‌ଙ୍କଠୁ ଦୂରେଇ ରହୁଛନ୍ତି। ଅନେକ ପାର୍ଟି ଓ ଫଙ୍କ୍ସନରେ ଦୁହିଁଙ୍କୁ ଅଲଗା ଅଲଗା ଦେଖିବାକୁ ମିଳିଲାଣି। ପରବର୍ତ୍ତୀ ସମୟରେ ଦୁହେଁ ନିଜ ନିଜ ବାଟ ମଧ୍ୟ ଅଲଗା କରିଦେଲେ।

https://www.instagram.com/p/B18nr0OF3u4/?utm_source=ig_web_copy_link

ସୂଚନା ଅନୁଯାୟୀ ସୁଶାନ୍ତ ସିଂହ ରାଜପୁତଙ୍କୁ ସାରାଙ୍କ ସହ ଏକ ବିଜ୍ଞାପନରେ କାମ କରିବାକୁ ଅଫର୍‌ ମିଳିଥିଲା। ହେଲେ ସେ ସଫା ସଫା ମନା କରିଦେଲେ। ଯାହାପରେ କିଛି ବିଶେଷ ସୂତ୍ରରୁ ଶୁଣିବାକୁ ମିଳିଲା ଯେ ସୁଶାନ୍ତ ସାରାଙ୍କ ସହ ଆଉ କାମ କରିବାକୁ ଚାହୁଁନାହାନ୍ତି, କାରଣ ସାରା ତାଙ୍କଠୁ ଦୂରେଇ ରହୁଛନ୍ତି।

ସୂଚନାଯୋଗ୍ୟ, ସୁଶାନ୍ତ ନିକଟରେ ରିଲିଜ୍ ହୋଇଥିବା ତାଙ୍କ ଫିଲ୍ମ ‘ଛିଚୋରେ’ର ସଫଳତାର ଖୁସି ମନାଉଛନ୍ତି। ଏହି ଫିଲ୍ମରେ ସୁଶାନ୍ତଙ୍କ ସହ ଶ୍ରଦ୍ଧା କପୁର ଓ ବରୁଣ ଶର୍ମା ମଧ୍ୟ କାମ କରିଛନ୍ତି। ଅନ୍ୟପଟେ ସାରା ଅଲ୍ଲି ଖାନ୍‌ ‘ଲଭ୍ ଆଜ କଲ୍‌-୨’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଏହା ବ୍ୟତୀତ ସେ ଫିଲ୍ମ ‘କୁଲି ନମ୍ବର ୱାନ୍’ର ସିକ୍ୱେଲରେ ମଧ୍ୟ ବରୁଣ ଧୱନ୍‌ଙ୍କ ସହ କାମ କରୁଛନ୍ତି।

Related story