ସୁଶାନ୍ତ ସିଂହ ଆତ୍ମହତ୍ୟା ଘଟଣା, ଶାନୋ ଶର୍ମାଙ୍କୁ ଜେରା

ମୁମ୍ୱାଇ: ବଲିଉଡ ସୁପରଷ୍ଟାର ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲାରେ ମୁମ୍ୱାଇ ପୁଲିସ କାଷ୍ଟିଂ ଡିରେକ୍ଟର ଶାନୋ ଶର୍ମାଙ୍କୁ ଜେରା କରିଛି। ଶାନୋ ଶର୍ମା ୟଶ ରାଜ ଫିଲ୍ମ (ଓ୍ୱାଇଆରଏଫ) ସହିକ ଜଡ଼ିତ। ଜେରା କରିବା ପୂର୍ବରୁ ବାନ୍ଦ୍ରା ପୁଲିସ ଶାନୋ ଶର୍ମାଙ୍କୁ ସମନ କରିଥିଲା। ଏ ନେଇ ସୂଚନା ଦେଇଛନ୍ତି ଡେପୁଟି ପୁଲିସ କମିଶନର ଅଭିଷେକ ତ୍ରିମୁଖେ। ତେବେ ଆଗାମୀ ଦିନରେ ଏହି ମାମଲାରେ ୟଶରାଜ ଫିଲ୍ମ ସହିତ ଜଡ଼ିତ ଅନ୍ୟାନ୍ୟ ଅଧିକାରୀଙ୍କୁ ମଧ୍ୟ ପୁଲିସ […]

Shanoo-Sharma-questioned-final

Shanoo-Sharma-questioned-final

Subhransu Sekhar
  • Published: Sunday, 28 June 2020
  • Updated: 28 June 2020, 09:02 PM IST

Sports

Latest News

ମୁମ୍ୱାଇ: ବଲିଉଡ ସୁପରଷ୍ଟାର ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲାରେ ମୁମ୍ୱାଇ ପୁଲିସ କାଷ୍ଟିଂ ଡିରେକ୍ଟର ଶାନୋ ଶର୍ମାଙ୍କୁ ଜେରା କରିଛି। ଶାନୋ ଶର୍ମା ୟଶ ରାଜ ଫିଲ୍ମ (ଓ୍ୱାଇଆରଏଫ) ସହିକ ଜଡ଼ିତ। ଜେରା କରିବା ପୂର୍ବରୁ ବାନ୍ଦ୍ରା ପୁଲିସ ଶାନୋ ଶର୍ମାଙ୍କୁ ସମନ କରିଥିଲା। ଏ ନେଇ ସୂଚନା ଦେଇଛନ୍ତି ଡେପୁଟି ପୁଲିସ କମିଶନର ଅଭିଷେକ ତ୍ରିମୁଖେ।

ତେବେ ଆଗାମୀ ଦିନରେ ଏହି ମାମଲାରେ ୟଶରାଜ ଫିଲ୍ମ ସହିତ ଜଡ଼ିତ ଅନ୍ୟାନ୍ୟ ଅଧିକାରୀଙ୍କୁ ମଧ୍ୟ ପୁଲିସ ପଚରାଉଚରା କରିବ ବୋଲି ଆଉ ଜଣେ ପୁଲିସ ଅଧିକାରୀ କହିଥିବା ସୂଚନା ରହିଛି।

ଶାନୋ ଶର୍ମା ସୁଶାନ୍ତଙ୍କ ସହିତ ‘ସୁଦ୍ଧ ଦେଶୀ ରୋମାନ୍ସ’, ‘ଡିଟେକଟିଭ୍ ବ୍ୟୋମକେଶ ବକ୍ସି’ ଫିଲ୍ମରେ କାମ କରିଥିଲେ। ଏହି ଫିଲ୍ମ ୟଶରାଜ ବ୍ୟାନରର ଆଦିତ୍ୟ ଚୋପ୍ରା ପ୍ରଡକ୍ସନ ହାଉସରେ ତିଆରି ହୋଇଥିଲା।

ସେହିପରି ଓ୍ୱାଇଆରଏଫ ସହିତ ପୂର୍ବରୁ ଜଡ଼ିତ ଥିବା ପୂର୍ବତନ ଉପସଭାପତି ଆଶିଷ ସିଂହ ଏବଂ ଆଶିଷ ପାଟିଲଙ୍କୁ ପୁଲିସ ଜେରା କରିଛି। ଏହି ଦୁଇ ଜଣ ସୁଶାନ୍ତଙ୍କ ସହିତ ଫିଲ୍ମ କରିବା ନେଇ ୨୦୧୨ରେ ଓ୍ୱାଇଆରଏଫ ପକ୍ଷରୁ ଚୁକ୍ତି କରିଥିଲେ।

ସୂଚନାଯୋଗ୍ୟ, ସୁଶାନ୍ତ ସିଂହ ରାଜପୁତ ଜୁନ୍ ୧୪ରେ ଆତ୍ମହତ୍ୟା କରିଥିଲେ ତାଙ୍କ ମୁମ୍ୱାଇ ବାସଭବନରେ। ଆତ୍ମହତ୍ୟାର କାରଣ ବଲିଉଡର ନେପୋଟିଜିମ୍ କୁହାଯାଉଛି। ଅନେକ ବଡ଼ ବଡ଼ ପ୍ରଡକ୍ସନ ହାଉସ ତାଙ୍କ ଉପରେ ପ୍ରତିବନ୍ଧକ ଲଗାଇବା ପରେ ସୁଶାନ୍ତ ଅବସାଦରେ ଥିଲେ ବୋଲି କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos